ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...
Advertisement
Article Detail0/zeeodisha/odisha1149220

ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ରାସନ କାର୍ଡର ହିତାଧିକାରୀ ( Ration Card Holders) ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନ (Free Ration) ର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Food and Public Distribution Department)  ରାସନ କାର୍ଡ (Ration Card) ର ନିୟମରେ ପରିବର୍ତ୍ତନ ଆଣୁଛି । ସରକା

ରାସନ ନେବା ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣି ନିଅନ୍ତୁ ନୂଆ ପ୍ରାବଧାନ ବିଷୟରେ...

ନୂଆଦିଲ୍ଲୀ: ରାସନ କାର୍ଡର ହିତାଧିକାରୀ ( Ration Card Holders) ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନ (Free Ration) ର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ (Food and Public Distribution Department)  ରାସନ କାର୍ଡ (Ration Card) ର ନିୟମରେ ପରିବର୍ତ୍ତନ ଆଣୁଛି । ସରକାରୀ ରାସନ ଦୋକାନ (Government Ration Shops) ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଯାଉଛି । ନୂତନ ମାନଦଣ୍ଡ ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କ’ଣ ଘଟିବ ଆସନ୍ତୁ ଜାଣିବା ।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ଅଟନ୍ତି । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । ବାସ୍ତବରେ, ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ ।

ଏହି ପରିପ୍ରେକ୍ଷୀରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ କହିଛି ଯେ, ମାନକରେ ପରିବର୍ତ୍ତନକୁ ନେଇ ରାଜ୍ୟମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟଗୁଡିକ ଦେଇଥିବା ପରାମର୍ଶକୁ ଅନ୍ତର୍ଭୁକ୍ତ କରି ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନୂତନ ମାନକ ପ୍ରସ୍ତୁତ ହେଉଛି । ଏହି ମାନକଗୁଡିକ ଶୀଘ୍ର ଚୂଡାନ୍ତ ହେବ । ନୂତନ ମାନକ କାର୍ଯ୍ୟକାରୀ ହେବା ପରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି ।

ଏହା ବି ପଢ଼ନ୍ତୁ:-କଂଗ୍ରେସରେ ଶୀତଳ ଯୁଦ୍ଧ ଜାରି: ଗହଲୋଟଙ୍କ ଟାର୍ଗେଟରେ ପାଇଲଟ, ଚିନ୍ତାରେ ହାଇକମାଣ୍ଡ!

ଏହା ବି ପଢ଼ନ୍ତୁ:-ଓଡ଼ିଶାର ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର! ମୁଖ୍ୟମନ୍ତ୍ରୀ କଲେ ଏହି ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-ପୁଟିନଙ୍କୁ ଡରାଉଛି ୟୁକ୍ରେନର 'J ଫ୍ୟାକ୍ଟର'! ଜାଣନ୍ତୁ ଜେଲେନସ୍କିଙ୍କ ଏହି ବ୍ରହ୍ମାସ୍ତ୍ର ବିଷୟରେ...

 

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ 'ୱନ୍ ନେସନ୍, ୱନ ରାସନ କାର୍ଡ' (ONORC) ଯୋଜନା କାର୍ଯ୍ୟକାରୀ ହୋଇସାରିଛି । କୋଟି କୋଟି ହିତାଧିକାରୀ ଅର୍ଥାତ୍ NFSA ଅନ୍ତର୍ଗତ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଲାଭ ଉଠାଉଛନ୍ତି ।