ୟୁପିରେ ୩ ମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକଙ୍କ ଇସ୍ତଫା, ଜାଣନ୍ତୁ କେତେ ପ୍ରଭାବଶାଳୀ ଏହି ସମସ୍ତ ନେତା ଓ ବିଜେପିକୁ କିପରି ପହଞ୍ଚାଇ ପାରିବେ କ୍ଷତି?
Advertisement
Article Detail0/zeeodisha/odisha1070219

ୟୁପିରେ ୩ ମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକଙ୍କ ଇସ୍ତଫା, ଜାଣନ୍ତୁ କେତେ ପ୍ରଭାବଶାଳୀ ଏହି ସମସ୍ତ ନେତା ଓ ବିଜେପିକୁ କିପରି ପହଞ୍ଚାଇ ପାରିବେ କ୍ଷତି?

UP Elections 2022: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପୂର୍ବରୁ ଭାରତୀୟ ଜନତା ପାର୍ଟି (BJP) କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରି ରହିଛି । ଗତ କିଛି ଦିନ ମଧ୍ୟରେ ଯୋଗୀ ସରକାର (Yogi govt) ଙ୍କ ୩ ମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଅଧିକାଂଶ ନେତା ସମା

ୟୁପିରେ ୩ ମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକଙ୍କ ଇସ୍ତଫା, ଜାଣନ୍ତୁ କେତେ ପ୍ରଭାବଶାଳୀ ଏହି ସମସ୍ତ ନେତା ଓ ବିଜେପିକୁ କିପରି ପହଞ୍ଚାଇ ପାରିବେ କ୍ଷତି?

ଲକ୍ଷ୍ନୌ: UP Elections 2022: ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପୂର୍ବରୁ ଭାରତୀୟ ଜନତା ପାର୍ଟି (BJP) କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରି ରହିଛି । ଗତ କିଛି ଦିନ ମଧ୍ୟରେ ଯୋଗୀ ସରକାର (Yogi govt) ଙ୍କ ୩ ମନ୍ତ୍ରୀଙ୍କ ସମେତ ୧୪ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଅଧିକାଂଶ ନେତା ସମାଜବାଦୀ ପାର୍ଟି (Samajwadi Party-SP) ରେ ଯୋଗଦେବାକୁ ଯାଉଛନ୍ତି । ବିଶେଷ କଥା ହେଉଛି ଇସ୍ତଫା ଦେଇଥିବା ଅଧିକାଂଶ ବିଧାୟକ ଓବିସି ସମ୍ପ୍ରଦାୟ (OBC community) ରୁ ଆସନ୍ତି ଓ ସ୍ୱାମୀ ପ୍ରସାଦ ମୌର୍ଯ୍ୟ (Swami Prasad Maurya) ଙ୍କ ସମର୍ଥକ ଅଟନ୍ତି । କୁହାଯାଉଛି ଯେ ଆଉ କିଛି ନେତା ବର୍ତ୍ତମାନ ଦଳ ଛାଡିପାରନ୍ତି । ଗୁରୁବାର ଇସ୍ତଫା ଦେଇଥିବା ଧରମ ସିଂ ସୈନି (Dharam Singh Saini) ଦାବି କରିଛନ୍ତି ଯେ, ଜାନୁୟାରୀ ୨୦ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜଣେ ମନ୍ତ୍ରୀ ବିଜେପି ଛାଡିବାକୁ ଯାଉଛନ୍ତି ।

ଯେଉଁଭଳି ଭାବରେ ନେତାମାନେ ଗୋଟିଏ ପରେ ଗୋଟିଏ ବିଜେପି (BJP) ରୁ ଇସ୍ତଫା ଦେଉଛନ୍ତି, ବିଜେପିର ଚିନ୍ତା ବଢ଼ିଚାଲିଛି । ବଡ଼ ପ୍ରଶ୍ନ ହେଉଛି, ବିଜେପି ଛାଡିଥିବା ୩ ଜଣ ମନ୍ତ୍ରୀ ଓ ସେମାନଙ୍କ ସମର୍ଥକ ବିଧାୟକ କେତେ ପ୍ରଭାବଶାଳୀ? ସେମାନଙ୍କ ଯିବା ଫଳରେ ବିଜେପିକୁ କେତେ କ୍ଷତି ସହିବାକୁ ପଡିବ? ବିରୋଧୀ ଦଳ ଏଭଳି ଏକ ନେରେଟିଭ ସେଟ୍ କରିବାକୁ ସକ୍ଷମ ହେବେ କି, ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି (BJP) ହାରିଯାଉଛି? 

ରାଜନୀତି ବିଶେଷଜ୍ଞଙ୍କ ମତରେ, ବିଜେପିର ମନ୍ତ୍ରୀ ଓ ବିଧାୟକମାନେ ଏତେ ସଂଖ୍ୟାରେ ଯାଉଛନ୍ତି, ତେବେ ଏହା ନିଶ୍ଚିତ ଭାବେ ଦଳ ପାଇଁ କ୍ଷତି ହେବ । ଯେତେବେଳେ ମନ୍ତ୍ରୀ ଓ ବିଧାୟକମାନେ ଏକ ଦଳ ଛାଡନ୍ତି, ସେତେବେଳେ ସେମାନଙ୍କ ସମ୍ପ୍ରଦାୟର ଲୋକଙ୍କୁ ଏହା ବାର୍ତ୍ତା ଦେଇଥାଏ ଯେ ଏହିପରି ଦଳ ସମାଜକୁ ଉଚିତ୍ ସମ୍ମାନ ଦେଇନଥାଏ । ନେତାଙ୍କ ଅଲଗା ଯୋଗୁଁ ସେମାନଙ୍କର ସମର୍ଥକମାନେ ଦଳ ଉପରେ ବିଶ୍ୱାସ ହରାନ୍ତି ।

୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି ଏକ ଅପ୍ରତ୍ୟାଶିତ ସଫଳତା ପାଇଥିଲା ଓ ଜନସଂଖ୍ୟା ଦୃଷ୍ଟିରୁ ଦେଶର ପ୍ରଥମ ରାଜ୍ୟରେ ଦଳ ପ୍ରଥମ ଥର ପାଇଁ ୩୦୦ରୁ ଅଧିକ ଆସନ ଜିତିବାରେ ସଫଳ ହୋଇଥିଲା । ସେହି ସମୟର ଫଳାଫଳର ବିଶ୍ଳେଷଣରୁ ଜଣାପଡିଛି ଯେ ଏକଦା 'ଉଚ୍ଚ ଜାତି ଓ ବ୍ୟବସୀୟ'ଙ୍କ ଦଳ କୁହାଯାଉଥିବା ବିଜେପିକୁ ସମସ୍ତ ସମ୍ପ୍ରଦାୟର ଭୋଟ୍ ମିଳିଥିଲା । ୨୦୧୭ ନିର୍ବାଚନ ପୂର୍ବରୁ BJP ବଡ଼ ସଂଖ୍ୟାରେ ବହୁଜନ ସମାଜବାଦୀ ପାର୍ଟି (BSP) ଓ SP ରୁ ବହୁ ସଂଖ୍ୟାରେ ଓବିସି ନେତାଙ୍କୁ ଏକତ୍ର କରିବାରେ ସଫଳ ହୋଇଥିଲା ଏବଂ ଦଳ ମଧ୍ୟ ଏଥିରୁ ଉପକୃତ ହୋଇଥିଲେ । ଅଣ-ଯାଦବ ଓବିସି ଭୋଟରଙ୍କୁ ଏକତ୍ର କରିବାରେ ଦଳ ସଫଳ ହୋଇଥିଲା । ଏହାର ଶ୍ରେୟ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଦାରା ସିଂ ଚୌହାନ ଏବଂ ଧରମ ସିଂ ସୈନିଙ୍କ ଭଳି ନେତାଙ୍କୁ ଦିଆଯାଇଛି ଓ ସେମାନଙ୍କୁ ଯୋଗୀ କ୍ୟାବିନେଟରେ ମଧ୍ୟ ସ୍ଥାନ ଦିଆଯାଇଥିଲା ।

ଏହା ବି ପଢ଼ନ୍ତୁ:-ମୋଦିଙ୍କ ଆଗରେ ଦୁଃଖ ପ୍ରକାଶ କଲେ ଚନ୍ନି, ଜାଣନ୍ତୁ ପିଏମଙ୍କୁ କ'ଣ କହିଲେ ପଞ୍ଜାବ ସିଏମ

ଅଧିକ ପଢ଼ନ୍ତୁ:-ପିଏମ ମୋଦିଙ୍କ ସୁରକ୍ଷା ତ୍ରୁଟିକୁ ନେଇ ASL ରିପୋର୍ଟରେ ବଡ଼ ଖୁଲାସା, ଜାଣନ୍ତୁ କେଉଁଠାରେ ହୋଇଛି ବଡ଼ ଭୁଲ

ନେତାଙ୍କ ଦଳ ଛାଡ଼ିବାରର ପ୍ରଭାବ କେଉଁଠାରେ ଏବଂ କେତେ ହେବ?

ମନେ କରାଯାଉଛି ଯେଉଁମାନେ ବିଜେପି ଛାଡିଛନ୍ତି ସେମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ପ୍ରଭାବଶାଳୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ । ପାଞ୍ଚ ଥର ବିଧାୟକ ଓ ଏକଦା ମାୟାବତୀଙ୍କ ଖାସ୍ ରହିଥିବା ସ୍ୱାମୀ ପ୍ରସାଦଙ୍କ କୁଶୱା, ମୌର୍ଯ୍ୟ, ଶ୍ୟାକିଆ ଏବଂ ସୈନି ସମ୍ପ୍ରଦାୟ ଉପରେ ଭଲ ପ୍ରଭାବ ରହିଛି ବୋଲି ମନେ କରାଯାଏ । ମୌର୍ଯ୍ୟ ଓ କୁଶୱାହା ହେଉଛନ୍ତି ସବୁଠାରୁ ପଛୁଆ ଜାତି । ପୁର୍ବାଞ୍ଚଳ ଓ ଅବଧ ଜିଲ୍ଲାର ସେମାନଙ୍କର ଭଲ ଜନସଂଖ୍ୟା ଅଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ବ୍ୟତୀତ ଦାରା ସିଂ ଚୌହାନ ଏବଂ ଧରମ ସିଂ ସୈନି ମଧ୍ୟ ନିଜ ନିଜ ଅଞ୍ଚଳରେ ଓବିସି ଭୋଟରଙ୍କ ମଧ୍ୟରେ ଭଲ ସ୍ଥାନ ପାଇଛନ୍ତି । ୟୁପି ଜନସଂଖ୍ୟାରେ OBC ସମ୍ପ୍ରଦାୟର ଅଂଶ ପ୍ରାୟ ୪୫ ପ୍ରତିଶତ ।

ଏହି ନେତାମାନେ ଛାଡ଼ିଛନ୍ତି ବିଜେପି  

୧. ସ୍ୱାମୀ ପ୍ରସାଦ ମୌର୍ଯ୍ୟ

୨. ଭଗବତୀ ସାଗର

୩. ରୋଶନଲାଲ୍ ବର୍ମା 

୪. ବିନୟ ଶାକ୍ୟ

୫. ଅବତାର ସିଂ ଭଡ଼ାନା

୬. ଦାରା ସିଂ ଚୌହାନ 

୭. ବ୍ରିଜେଶ ପ୍ରଜାପତି

୮. ମୁକେଶ ବର୍ମା 

୯. ରାକେଶ ରାଠୋର 

୧୦. ଜୟ ଚୌବେ

୧୧. ମାଧୁରୀ ବର୍ମା 

୧୨. ଆର.କେ ଶର୍ମା 

୧୩. ବାଲା ଆୱସ୍ତି 

୧୪. ଧର୍ମ ସିଂ