ୟୁପି ନିର୍ବାଚନ ପୂର୍ବରୁ ୨ ଦିନରେ ୭ ଜଣ ବିଧାୟକ ଛାଡ଼ିଲେ ବିଜେପିର ସାଥ୍, ବର୍ତ୍ତମାନ ଆହୁରି ଲାଗିପାରେ ୧୩ ବିଧାୟକଙ୍କ ଇସ୍ତଫାର ଝଟକା
Advertisement
Article Detail0/zeeodisha/odisha1069533

ୟୁପି ନିର୍ବାଚନ ପୂର୍ବରୁ ୨ ଦିନରେ ୭ ଜଣ ବିଧାୟକ ଛାଡ଼ିଲେ ବିଜେପିର ସାଥ୍, ବର୍ତ୍ତମାନ ଆହୁରି ଲାଗିପାରେ ୧୩ ବିଧାୟକଙ୍କ ଇସ୍ତଫାର ଝଟକା

ଜାନୁଆରୀ ୧୧ରେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୪ ଜଣ ବିଧାୟକଙ୍କ ଇସ୍ତଫା ଦେଇଥିଲେ । 

ୟୁପି ନିର୍ବାଚନ ପୂର୍ବରୁ ୨ ଦିନରେ ୭ ଜଣ ବିଧାୟକ ଛାଡ଼ିଲେ ବିଜେପିର ସାଥ୍, ବର୍ତ୍ତମାନ ଆହୁରି ଲାଗିପାରେ ୧୩ ବିଧାୟକଙ୍କ ଇସ୍ତଫାର ଝଟକା

ନୂଆଦିଲ୍ଲୀ: UP Assembly Elections 2022: ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ମତଦାନର ପ୍ରାୟ ଏକ ମାସ ପୂର୍ବେ ବିଜେପିକୁ ଝଟକା ପରେ ଝଟକା ଲାଗିବା ଜାରି ରହିଛି । ଗତ ଦୁଇ ଦିନ ମଧ୍ୟରେ ୟୁପିର ଯୋଗୀ ସରକାର (Yogi Government) ଓ ବିଜେପି (BJP) କୁ ଯେଉଁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି, ତାହାକୁ ଦେଖି ଲାଗୁଛି ଯେ ଆଗାମୀ ଦିନରେ ଆହୁରି ଇସ୍ତଫା ହୋଇଥାଇପାରେ । ସୂତ୍ରରୁ ଏହା ଜାଣିବାକୁ ମିଳିଛି ଯେ ଏହିପରି ୧୩ ଜଣ ବିଧାୟକଙ୍କ ତାଲିକା ଅଛି, ଯେଉଁମାନେ ବିଜେପି ଛାଡି ପାରନ୍ତି । ୧୪ ତାରିଖରେ ଏକ ଧମାକା ହେବ ବୋଲି ସ୍ୱାମୀ ପ୍ରସାଦ ମୌର୍ଯ୍ୟ (Swami Prasad Maurya) କହିସାରିଛନ୍ତି ।

ବିଗତ ୨ ଦିନରେ ୭ ଜଣ ବିଧାୟକଙ୍କ ଇସ୍ତଫା 

ଜାନୁଆରୀ ୧୧ରେ କ୍ୟାବିନେଟ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ୪ ଜଣ ବିଧାୟକଙ୍କ ଇସ୍ତଫା ଦେଇଥିଲେ । ସେହିପରି ଜାନୁଆରୀ ୧୨ରେ କ୍ୟାବିନେଟ ମନ୍ତ୍ରୀ ଦାରା ସିଂ ଚୌହାନଙ୍କ ସମେତ ୩ ଜଣ ବିଧାୟକଙ୍କ ଇସ୍ତଫା ହୋଇଥିଲା । 

୧୩ ବିଧାୟକ ଛାଡିପାରନ୍ତି ଦଳ 

ସୂତ୍ରରୁ ପ୍ରକାଶ ଯେ, ୟୁପି ବିଜେପିର ମୋଟ ୧୩ ଜଣ ବିଧାୟକ ଦଳ ଛାଡିପାରନ୍ତି । ସୂଚନାନୁସାରେ, ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଏହାର ତାଲିକା ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ (Akhilesh Yadav) ଙ୍କୁ ପ୍ରଦାନ କରିଛନ୍ତି । କୌତୁହଳର ବିଷୟ ହେଉଛି ଯେ ମୁମ୍ବାଇରେ ବସିଥିବା ଏନସିପି ମୁଖ୍ୟ ଶରଦ ପାୱାର (Sharad Pawar) ଙ୍କ ପାଖରେ ମଧ୍ୟ ଖବର ରହିଛି ଯେ ୟୁପିରେ ୧୩ ଜଣ ବିଜେପି ବିଧାୟକ ଦଳ ଛାଡିବାକୁ ଯାଉଛନ୍ତି, ସେ ୧୨ ତାରିଖର ସାମ୍ବାଦିକ ସମ୍ମିଳନୀରେ ଏହି କଥା ସାର୍ବଜନୀନ କରିଛନ୍ତି । NCP ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଉତ୍ତର ପ୍ରଦେଶରେ ପରିବର୍ତ୍ତନ ହେବାକୁ ଯାଉଛି । ମୌର୍ଯ୍ୟ ଜୀ ମନ୍ତ୍ରଣାଳୟ ଓ ଦଳରୁ ଇସ୍ତଫା ଦେଇ ସେ ସମାଜବାଦୀ ପାର୍ଟି (Samajwadi Party-SP) କୁ ସମର୍ଥନ କରିବେ ବୋଲି କହିଛନ୍ତି । ତାଙ୍କ ସହ ୧୩ ଜଣ ବିଧାୟକ ଓ କିଛି ସହକର୍ମୀ ମଧ୍ୟ ବିଜେପି ଛାଡିବାକୁ ଯାଉଛନ୍ତି । ଆପଣ ଦେଖିବେ ଯେ ଆଗାମୀ ଦିନରେ ପ୍ରତ୍ୟେକ ଦିନ କିଛି ନୂଆ ଚେହେରା ସେଠାରୁ ଛାଡ଼ି ଏଠାକୁ ଆସିବ ।

ଏହା ବି ପଢ଼ନ୍ତୁ:-ଟେନସନ୍ ବଢ଼ାଇଲା କୋରୋନା: ଦିନକରେ ଚିହ୍ନଟ ହେଲା ପ୍ରାୟ ୨ ଲକ୍ଷ ୪୭ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଶକ୍ତ ଧକ୍କା, ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂ ଚୌହାନ

ଏହା ବି ପଢ଼ନ୍ତୁ:-ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...

ଏହା ବି ପଢ଼ନ୍ତୁ:-ଶେଷ ହୋଇପାରେ କୋରୋନା, କିନ୍ତୁ କରିବାକୁ ହେବ ଏହି ୨ଟି କାମ; WHO ମୁଖ୍ୟ କହିଲେ କିପରି ହେବ ମହାମାରୀର ଅନ୍ତ

 

ସୂଚନାଯୋଗ୍ୟ, ଯୋଗୀ ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦାରା ସିଂ ଚୌହାନ (Dara Singh Chauhan) ଇସ୍ତଫା ଦେଇଛନ୍ତି । ତାଙ୍କ ବ୍ୟତୀତ ଭଦୋହୀ ବିଜେପି ବିଧାୟକ ରବିନ୍ଦ୍ର ନାଥ ତ୍ରିପାଠୀ ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ପଶ୍ଚିମ ୟୁପିର ଜଣେ ଶକ୍ତିଶାଳୀ ନେତା ଅବତାର ସିଂ ଭଡ଼ାନା (Avtar Singh Bhadana) ମଧ୍ୟ ବିଜେପି (BJP) ଛାଡି ଆରଏଲଡି (RLD) ରେ ଯୋଗ ଦେଇଛନ୍ତି । ତେଣୁ ଦୁଇ ଦିନ ମଧ୍ୟରେ ଦୁଇଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସମେତ ୭ ଜଣ ବିଧାୟକ ବିଜେପିରୁ ଇସ୍ତଫା ଦେଇ ଏକ ହଇଚଇ ସୃଷ୍ଟି କରିଛନ୍ତି । ଯଦି ୧୩ ଜଣ ବିଧାୟକଙ୍କ ସଂଖ୍ୟା ସଠିକ୍, ତା’ହେଲେ ଏହାର ଅର୍ଥ ହେଉଛି ୟୁପି ବିଜେପିକୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି ।