ପଞ୍ଜାବର ପୋଲ୍ ଅଫ୍ ପୋଲରେ ଉଭୟ କଂଗ୍ରେସ ଓ ଆପକୁ ବଡ଼ ଝଟକା, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ
Advertisement

ପଞ୍ଜାବର ପୋଲ୍ ଅଫ୍ ପୋଲରେ ଉଭୟ କଂଗ୍ରେସ ଓ ଆପକୁ ବଡ଼ ଝଟକା, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ

ପଞ୍ଜାବରେ ଏହି ଦଳଗୁଡିକ ଯୋଗୁଁ ନିର୍ବାଚନ ଆକର୍ଷଣୀୟ ହୋଇପଡ଼ିଛି । ସେପଟେ ନିର୍ବାଚନୀ ଲଢ଼େଇ ମଧ୍ୟରେ ଏଜେନ୍ସି ଓ ଟିଭି ଚ୍ୟାନେଲଗୁଡ଼ିକ ନିରନ୍ତର ସର୍ଭେ ଓ ଓପିନିୟନ ପୋଲ୍ କରି ଜନସାଧାରଣଙ୍କ ମୁଡ୍ ଜାଣିବାକୁ ଚେଷ୍ଟା କରୁଛନ୍ତି ।

ପଞ୍ଜାବର ପୋଲ୍ ଅଫ୍ ପୋଲରେ ଉଭୟ କଂଗ୍ରେସ ଓ ଆପକୁ ବଡ଼ ଝଟକା, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ

ନୂଆଦିଲ୍ଲୀ: Punjab Election 2022: ପଞ୍ଜାବ ବିଧାନସଭା ନିର୍ବାଚନ (Punjab Assembly Election 2022) ର ତାରିଖ ଘୋଷଣା ସହ ରାଜ୍ୟର ରାଜନୈତିକ ପାରା ବଢ଼ିବାରେ ଲାଗିଛି । ସମସ୍ତ ରାଜନୈତିକ ଦଳ ଜୋରସୋରରେ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ରାଜନେତାମାନେ ନିର୍ବାଚନୀ ମୈଦାନରେ ନିଜ ନିଜ ବିଜୟର ଦାବି କରୁଛନ୍ତି । ଗୋଟିଏ ପଟେ କଂଗ୍ରେସ (Congress) ପୁଣି ଥରେ କ୍ଷମତାରେ ଫେରିବାର ଦାବି କରୁଥିବାବେଳେ ଆମ୍ ଆଦମୀ ପାର୍ଟି (AAP) କୁ ତାକୁ କଡ଼ା ଟକ୍କର ଦେଉଥିବାର ଜଣାପଡିଛି । ଏଥି ସହ କଂଗ୍ରେସରୁ ବିଦାୟ ନେଇଥିବା କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ବିଜେପି (BJP) ସହ ମେଣ୍ଟ କରି ନିର୍ବାଚନୀ ମୈଦାନରେ ଓହ୍ଲାଇଛନ୍ତି । ଏହା ବ୍ୟତୀତ ଶିରୋମଣି ଅକାଳୀ ଦଳ (Shiromani Akali Dal) ମଧ୍ୟ ମୈଦାନରେ ଅଛନ୍ତି ଏବଂ ବିଏସପି (BSP) ସହିତ ମିଶି ନିର୍ବାଚନ ଲଢ଼ୁଛି । ଏସବୁ ବ୍ୟତୀତ କୃଷକଙ୍କ ଏକ ଗୋଷ୍ଠୀ ମଧ୍ୟ ଏଥର ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ।

ପଞ୍ଜାବରେ ଏହି ଦଳଗୁଡିକ ଯୋଗୁଁ ନିର୍ବାଚନ ଆକର୍ଷଣୀୟ ହୋଇପଡ଼ିଛି । ସେପଟେ ନିର୍ବାଚନୀ ଲଢ଼େଇ ମଧ୍ୟରେ ଏଜେନ୍ସି ଓ ଟିଭି ଚ୍ୟାନେଲଗୁଡ଼ିକ ନିରନ୍ତର ସର୍ଭେ ଓ ଓପିନିୟନ ପୋଲ୍ କରି ଜନସାଧାରଣଙ୍କ ମୁଡ୍ ଜାଣିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ସି ଭୋଟର ସହ ଏବିପି ନ୍ୟୁଜ୍ ପଞ୍ଜାବର ଲୋକଙ୍କ ମୁଡକୁ କ୍ରମାଗତ ଭାବରେ ଜାଣିବାକୁ ଚେଷ୍ଟା କରୁଛି । ଏହି ସମୟରେ ଆମେ ଆପଣଙ୍କୁ ମହାପୋଲର ଅର୍ଥାତ୍ ପୋଲ ଅଫ୍ ପୋଲ କ'ଣ କହୁଛି, ସେହି ବିଷୟରେ କହିବୁ । 

ପ୍ରମୁଖ ପୋଲ ଉପରେ ନଜର ଦେବା ତ ଏହା ସ୍ପଷ୍ଟ ଯେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାର ନିକଟତର ମନେହେଉଛି, କିନ୍ତୁ ଦୁଇଟି ସର୍ଭେ ବ୍ୟତୀତ ଅନ୍ୟ ସର୍ଭେ ଦଳକୁ ସଂଖ୍ୟାଗରିଷ୍ଠତା ପ୍ରଦାନ କରୁନାହିଁ । ଏଥି ସହିତ କେବଳ ଡିବି ଲାଇଭ (ଦେଶବନ୍ଧୁ ଲାଇଭ) କଂଗ୍ରେସ କ୍ଷମତାକୁ ଫେରିବ ବୋଲି ଦାବି କରୁଛି । ଏହି ସର୍ଭେରେ କଂଗ୍ରେସ ୬୨-୬୪ଟି ଆସନ ଜିତିବାର ସମ୍ଭାବନା ବ୍ୟକ୍ତ କରିଛି । ଯେତେବେଳେ କି AAP କୁ ଇଣ୍ଡିଆ ଆହେଡ- ETG ସର୍ଭେରେ ୫୯-୬୪ ଆସନ ଏବଂ ଇଣ୍ଡିଆ ନ୍ୟୁଜ୍ ସର୍ଭେରେ ୫୮-୬୫ ଆସନ ମିଳିପାରେ ବୋଲି କୁହାଯାଇଛି । ମହାପୋଲର ଫାଇନାଲ ଆକଳନରେ, AAP କଂଗ୍ରେସଠାରୁ ଆଗରେ ଥିବା ପରି ମନେ ହେଉଛି, କିନ୍ତୁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରୁନାହିଁ ।

ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ରାସନ ଡିଲର ହେବା ପାଇଁ ଏପରି କରନ୍ତୁ ଆବେଦନ, ହେବ ମୋଟା ଅଙ୍କର ରୋଜଗାର, ଜାଣନ୍ତୁ ପୂରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-କଂଗ୍ରେସକୁ ଲାଗିଲା ଜୋରଦାର ଝଟକା; ଦଳରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା, ବିଜେପିରେ ହେବେ ସାମିଲ

 

                          କଂଗ୍ରେସ     ଆପ୍      ଅକାଲୀ    ବିଜେପି 

ସି ଭୋଟର-             37-43      52-58  17-23    1-3 
 
Zee-ଡିଜାଇନ୍ ବକ୍ସ  35-38   36-39  32-35        4-7

Republic P-MARQ 42-48 50-56 13-17 1-3 
 
ପୋଲଷ୍ଟ୍ରାଟ୍ ନ୍ୟୁଜ୍ ଏକ୍ସ - 40-45   47-52    22-26     1-2 

India Ahead-ETG 40-44 59-64 8-11 1-2 

DB Live- 62-64  34-36  12-14  2-4

Time now- VETO 41-47 54-58 11-15 1-3 

ଇଣ୍ଡିଆ ନ୍ୟୁଜ୍- ଜନ କି ବାତ୍ 32-42  58-65  15-18    1-2 

................................

ପୋଲ ଅଫ୍ ପୋଲ-  41-46     49-53    16-20    1-3