କଂଗ୍ରେସକୁ ଲାଗିଲା ଜୋରଦାର ଝଟକା; ଦଳରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା, ବିଜେପିରେ ହେବେ ସାମିଲ
Advertisement

କଂଗ୍ରେସକୁ ଲାଗିଲା ଜୋରଦାର ଝଟକା; ଦଳରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା, ବିଜେପିରେ ହେବେ ସାମିଲ

ଏଠାରେ କହି ରଖୁଛୁ ଯେ, ୧୯୯୬, ୨୦୦୨ ଏବଂ ୨୦୦୭ରେ ପାଡରୌନା ବିଧାନସଭା ଆସନରୁ ଆରପିଏନ୍ ସିଂ କଂଗ୍ରେସ ଦଳର ତିନିଥର ବିଧାୟକ ରହିସାରିଛନ୍ତି । ଏହା ବ୍ୟତୀତ ସେ ୪ ଥର ଲୋକସଭା ନିର୍ବାଚନରେ ​​ଭାଗ୍ୟ ପରୀକ୍ଷା କରିଛନ୍ତି କିନ୍ତୁ ଥରେ ମାତ୍ର ସଫଳତା ପାଇଛନ୍ତି ।

କଂଗ୍ରେସକୁ ଲାଗିଲା ଜୋରଦାର ଝଟକା; ଦଳରୁ ଇସ୍ତଫା ଦେଲେ ଦଳର ଏହି ବଡ଼ ନେତା, ବିଜେପିରେ ହେବେ ସାମିଲ

ଲକ୍ଷ୍ନୌ: UP Assembly Election 2022: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଟନ ପୂର୍ବରୁ କଂଗ୍ରେସ (Congress) କୁ ବଡ଼ ଝଟକା ଲାଗିଛି । ୟୁପିଏ ସରକାରରେ ମନ୍ତ୍ରୀ କଂଗ୍ରେସ ନେତା ଆରପିଏନ ସିଂ (Congress leader RPN Singh) ବିଜେପି (BJP) ରେ ଯୋଗ ଦେଇପାରନ୍ତି । ସେ ମଙ୍ଗଳବାର ଦଳରୁ ଇସ୍ତଫା ଦେଇଛନ୍ତି । ସେ ବିଜେପିରେ ଯୋଗଦେବେ ବୋଲି ମନେ କରାଯାଉଛି, ଏହା ପରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ (Swami Prasad Maurya) ଙ୍କ ବିରୋଧରେ ନିର୍ବାଚନ ଲଢ଼ିପାରନ୍ତି । ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବର୍ତ୍ତମାନ ପଡରୌନାରୁ ବିଧାୟକ ଅଛନ୍ତି । ନିକଟ ଅତୀତରେ ମୌର୍ଯ୍ୟ ଭାରତୀୟ ଜନତା ପାର୍ଟି (BJP) ରୁ ଇସ୍ତଫା ଦେଇ ସମାଜବାଦୀ ପାର୍ଟି (Samajwadi Party) ରେ ଯୋଗ ଦେଇଥିଲେ ।

ଏଠାରେ କହି ରଖୁଛୁ ଯେ, ୧୯୯୬, ୨୦୦୨ ଏବଂ ୨୦୦୭ରେ ପାଡରୌନା ବିଧାନସଭା ଆସନରୁ ଆରପିଏନ୍ ସିଂ କଂଗ୍ରେସ ଦଳର ତିନିଥର ବିଧାୟକ ରହିସାରିଛନ୍ତି । ଏହା ବ୍ୟତୀତ ସେ ୪ ଥର ଲୋକସଭା ନିର୍ବାଚନରେ ​​ଭାଗ୍ୟ ପରୀକ୍ଷା କରିଛନ୍ତି କିନ୍ତୁ ଥରେ ମାତ୍ର ସଫଳତା ପାଇଛନ୍ତି ।

ଏହା ବି ପଢ଼ନ୍ତୁ:-କେବେ ଶେଷ ହେବ କୋରୋନା? WHO ମୁଖ୍ୟ ଦେଲେ ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏହି ୫ଟି ଅଭ୍ୟାସ, ଯୌନ ସ୍ୱାସ୍ଥ୍ୟ ହୋଇଯିବ ଖରାପ!

ଏହା ବି ପଢ଼ନ୍ତୁ:-ପଞ୍ଜାବର ରାଜନୈତିକ ରଣକ୍ଷେତ୍ରରେ ଓହ୍ଲାଇଲେ ସୋନୁ ସୁଦ, ପ୍ରଚାର ସମୟରେ କହିଲେ ଏହି ବଡ଼ କଥା

୧୯୯୯ ଲୋକସଭା ନିର୍ବାଚନରେ ​​ଆରପିଏନ୍ ସିଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ୨୦୦୪ ମସିହାରେ ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ୨୦୦୯ ଲୋକସଭା ନିର୍ବାଚନରେ ​​ରତନଜିତ୍ ପ୍ରତାପ ନାରାୟଣ ସିଂ (ଆରପିଏନ୍ ସିଂ) ନିର୍ବାଚନରେ ​​ଜିତିଥିଲେ ଏବଂ ୟୁପିଏ-୨ ସରକାରରେ ଭୂତଳ ପରିବହନ ଏବଂ ସଡ଼କ ରାଜ୍ୟ ମନ୍ତ୍ରୀ, ପେଟ୍ରୋଲିୟମ ରାଜ୍ୟ ମନ୍ତ୍ରୀ ତଥା  ଗୃହ ରାଜ୍ୟମନ୍ତ୍ରୀ ଥିଲେ । ୨୦୧୪ ଲୋକସଭା ନିର୍ବାଚନରେ ​​ଆରପିଏନ୍ ସିଂକୁ ବିଜେପି ପ୍ରାର୍ଥୀ ରାଜେଶ ପାଣ୍ଡେ ୮୫,୫୪୦ ହଜାର ଭୋଟରେ ପରାସ୍ତ କରିଥିଲେ ।