ବଡ଼ ଖୁଲାସା: ଏହି କାରଣରୁ ବିହାରରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସୱାନ!
Advertisement

ବଡ଼ ଖୁଲାସା: ଏହି କାରଣରୁ ବିହାରରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସୱାନ!

ପୂର୍ବତନ ଏଲଜେପି ବିଧାୟକ ରାଜୁ ତିୱାରୀ (Former LJP MLA Raju Tiwari) ଜେଡିୟୁ ସାଧାରଣ ସମ୍ପାଦକ କେସି ତ୍ୟାଗୀ (JDU General Secretary KC Tyagi) ଙ୍କୁ ଏକ ଚିଠି ଲେଖିଛନ୍ତି ।

ବଡ଼ ଖୁଲାସା: ଏହି କାରଣରୁ ବିହାରରେ ଏନଡିଏ ବିରୋଧରେ ନିର୍ବାଚନ ଲଢ଼ିଥିଲେ ଚିରାଗ ପାସୱାନ!

ନୂଆଦିଲ୍ଲୀ: ଚିରାଗ ପାସୱାନ (Chirag Paswan) ଙ୍କ ଦଳ ଲୋକ ଜନଶକ୍ତି ପାର୍ଟି (LJP) ଏନଡିଏ (NDA) ରୁ ଅଲଗା ହୋଇ ବିହାର ବିଧାନସଭା ନିର୍ବାଚନ (Bihar Assembly Polls 2020) ଲଢ଼ିଥିଲା । ଯାହା ଫଳରେ ଏନଡିଏର ସହଯୋଗୀ ଦଳକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା । ତେବେ ଏହି ନିର୍ବାଚନରେ ଏଲଜେପିକୁ ଅଧିକ ସଫଳତା ମିଳି ନଥିଲା । ଚିରାଗ ପାସୱାନ ଏନଡିଏ ଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ନେଇ ବର୍ତ୍ତମାନ ଏକ ବଡ଼ ଖୁଲାସା ହୋଇଛି ।

ଅଧିକ ପଢ଼ନ୍ତୁ:-ଚିରାଗ ପାସୱାନଙ୍କ ଏନଡିଏରୁ ମୋହ ଭଙ୍ଗ, ଏବେ ଆଉ ପିଏମ ମୋଦିଙ୍କ ପ୍ରଶଂସକ ନୁହଁନ୍ତି ସେ!

ପୂର୍ବତନ ଏଲଜେପି ବିଧାୟକ ରାଜୁ ତିୱାରୀ (Former LJP MLA Raju Tiwari) ଜେଡିୟୁ ସାଧାରଣ ସମ୍ପାଦକ କେସି ତ୍ୟାଗୀ (JDU General Secretary KC Tyagi) ଙ୍କୁ ଏକ ଚିଠି ଲେଖିଛନ୍ତି । ରାଜୁ ତିୱାରୀ ତାଙ୍କ ଚିଠିରେ କହିଛନ୍ତି ଯେ, ନୀତିଶ କୁମାର (Nitish Kumar) ଅଧିକ ଆସନରେ ଲଢ଼ିବା ପାଇଁ ଜିଦ୍ ଧରିଥିବାରୁ ବିହାରରେ ଏନଡିଏର ଖରାପ ପ୍ରଦର୍ଶନ ହୋଇଥିଲା । ତିୱାରୀ ଆହୁରି ମଧ୍ୟ କହିଛନ୍ତି ଯେ ନୀତିଶ କୁମାର ଚିରାଗ ପାସୱାନଙ୍କ ଅସୁସ୍ଥ ପିତାଙ୍କ ଚିକିତ୍ସାରେ ଫସି ରହିଥିବାର ଦେଖି ଜେଡିୟୁ (JDU) କୁ ୧୨୨ଟି ଆସନ ଓ ଏଲଜେପିକୁ ମାତ୍ର ୧୫ଟି ଆସନ ଦେବାକୁ ଚାହୁଁଥିଲେ । ଆରଜେଡି (RJD) ସହିତ ମାତ୍ର ୧୦୧ଟି ଆସନରେ ଲଢ଼ିଥିବା ନୀତିଶ କିପରି ୧୨୨ଟି ଆସନ ନେଇଥିଲେ, ଏହା ଲୋଭର ପ୍ରତୀକ ।

ଅଧିକ ପଢ଼ନ୍ତୁ:-ଗେହଲଟଙ୍କ ଆଗରେ ଅସହାୟ ସୋନିଆ! ମାକନ ମଧ୍ୟ ମନାଇବାରେ ବିଫଳ

ଏଲଜେପିର ପରାମର୍ଶକୁ କରାଯାଇଥିଲା ଅଣଦେଖା 

ଏଲଜେପି ବିହାର ସଂସଦୀୟ ବୋର୍ଡ ସଭାପତି ରାଜୁ ତିୱାରୀ ଚିଠିରେ ଅଭିଯୋଗ କରିଛନ୍ତି ଯେ ଏଲଜେପିର 'ବିହାର ଫର୍ଷ୍ଟ, ବିହାରୀ ଫର୍ଷ୍ଟ'କୁ ମନିଫେଷ୍ଟୋରେ ଅନ୍ତର୍ଭୂକ୍ତ କରାଯାଇ ନଥିଲା । ଚିରାଗ ପାସୱାନଙ୍କ ଏହି ଭିଜନକୁ ଅଣଦେଖା କରାଯାଇଥିଲା, ଯାହା LJP ସମର୍ଥକଙ୍କୁ ଆଘାତ ଦେଇଥିଲା ।

ଅଧିକ ପଢ଼ନ୍ତୁ:-ଚୀନର ରହସ୍ୟମୟ ୱୁହାନ ଲ୍ୟାବରୁ ବ୍ୟାପିଛି କୋରୋନା ଭୂତାଣୁ? WHO ର ଅନୁସନ୍ଧାନକାରୀ ଦଳ ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୀତିଶଙ୍କ କାରଣରୁ ମାଞ୍ଝୀ ଓ ସହନିଙ୍କୁ ହୋଇଥିଲା କ୍ଷତି

ରାଜୁ ତିୱାରୀ ଚିଠିରେ ଏକ ବଡ଼ ଦାବି କରିଛନ୍ତି । ତିୱାରୀ କହିଛନ୍ତି ଯେ ନୀତିଶ କୁମାରଙ୍କ କାରଣରୁ ହାମ ପାର୍ଟିର ଜିତନ ରାମ ମାଞ୍ଝୀ (Jitan Ram Manjhi) ଓ ଭିଭିଆଇପିର ମୁକେଶ ସହନି (Mukesh Sahni) ଙ୍କୁ କ୍ଷତି ସହିବାକୁ ପଡ଼ିଛି । ଏଠାରେ କହି ରଖୁଛୁ ଯେ, ଏହି ନିର୍ବାଚନରେ ​​ଉଭୟ ଦଳ ୪-୪ଟି ଆସନ ପାଇଛନ୍ତି ।