ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପାର୍ଟି ଆରଜେଡିକୁ ବଡ଼ ଝଟକା, ମହାସଚିବ ପଦରୁ ଇସ୍ତଫା ଦେଲେ ଏହି ନେତା
Advertisement

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପାର୍ଟି ଆରଜେଡିକୁ ବଡ଼ ଝଟକା, ମହାସଚିବ ପଦରୁ ଇସ୍ତଫା ଦେଲେ ଏହି ନେତା

ହୁସେନ୍ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆରଜେଡି ପାର୍ଟି ନୀତିରୁ ବିଚ୍ୟୁତ ହେବାରେ ଲାଗିଛି ।

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କ ପାର୍ଟି ଆରଜେଡିକୁ ବଡ଼ ଝଟକା, ମହାସଚିବ ପଦରୁ ଇସ୍ତଫା ଦେଲେ ଏହି ନେତା

ନୂଆଦିଲ୍ଲୀ: Bihar Election 2020: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ଜନତା ଦଳ (RJD) କୁ ବଡ଼ ଝଟକା ଲାଗିଛି । ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ଫିରୋଜ ହୁସେନ୍ ଶନିବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ।

ହୁସେନ୍ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆରଜେଡି ପାର୍ଟି ନୀତିରୁ ବିଚ୍ୟୁତ ହେବାରେ ଲାଗିଛି । ସେ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ମୁଁ କାର୍ଯ୍ୟକର୍ତ୍ତାଙ୍କୁ ଅଣଦେଖା ଓ ବାହୁବଲୀ ଧନୀମାନଙ୍କୁ ପ୍ରଶଂସା କରୁଥିବା ଏହି ଦଳର ଆଚରଣ ପାଇଁ ଦୁଃଖିତ ଅଛି । ଏଭଳି ପରିସ୍ଥିତିରେ ଦଳରେ ରହିବା ମୋ ପକ୍ଷେ ସମ୍ଭବ ନୁହେଁ ।

ଅଧିକ ପଢ଼ନ୍ତୁ:-କଂଗ୍ରେସକୁ ୪ ଦିନରେ ଲାଗିଲା ୩ଟି ଝଟକା, ବିଜେପିରେ ସାମିଲ ହେଲେ ଆଉ ୨ ବଡ଼ ନେତା

ବିହାର ବିଧାନସଭା ନିର୍ବାଚନ ପାଇଁ ମତଦାନ ତାରିଖ ଘୋଷଣା କରିଛି ନିର୍ବାଚନ ଆୟୋଗ । ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଅକ୍ଟୋବର ୨୮ରେ, ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୩ରେ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ନଭେମ୍ବର ୭ରେ ଅନୁଷ୍ଠିତ ହେବ । ଭୋଟ୍ ଗଣନା ନଭେମ୍ବର ୧୦ରେ ହେବ । ଏଠାରେ କହି ରଖୁଛୁ ଯେ, ବିହାରରେ ମୋଟ ୨୪୩ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ରେ ଶେଷ ହେବ ।