ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ଟେନସନ୍ ବଢ଼ାଇଲେ ବାଚସ୍ପତି, ଶକ୍ତି ପରୀକ୍ଷା ପୂର୍ବରୁ ଦେଖାଦେଲା ନୂଆ ସଙ୍କଟ
Advertisement
Article Detail0/zeeodisha/odisha1316552

ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ଟେନସନ୍ ବଢ଼ାଇଲେ ବାଚସ୍ପତି, ଶକ୍ତି ପରୀକ୍ଷା ପୂର୍ବରୁ ଦେଖାଦେଲା ନୂଆ ସଙ୍କଟ

Bihar Floor Test: ମହାମେଣ୍ଟର ବିଧାୟକମାନେ ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କ ବିରୋଧରେ ଅଗଷ୍ଟ ୧୦ରେ ବିଧାନସଭା ସଚିବଙ୍କୁ ନୋଟିସ୍ ଦେଇଛନ୍ତି । ଏହି ସମୟରେ ଆରଜେଡିର ବରିଷ୍ଠ ନେତା ଅୱାଦ ବିହାରୀ ଚୌଧୁରୀ ବିଧାନସଭାର ନୂତନ ବାଚସ୍ପତି ହୋଇପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି ।

ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ଟେନସନ୍ ବଢ଼ାଇଲେ ବାଚସ୍ପତି, ଶକ୍ତି ପରୀକ୍ଷା ପୂର୍ବରୁ ଦେଖାଦେଲା ନୂଆ ସଙ୍କଟ

ପାଟନା: Bihar Floor Test: ବିହାରରେ କ୍ଷମତା ପରିବର୍ତ୍ତନ ପରେ ମଧ୍ୟ ରାଜନୈତିକ ପାରା କମ୍ ହେଉଥିବା ପରି ମନେ ହେଉନାହିଁ । ନୂତନ ସହଯୋଗୀ ମହାମେଣ୍ଟ ସହ ସରକାର (Grand Alliance Government) ଗଠନ କରିବା ପରେ ନୀତିଶ କୁମାର (Nitish Kumar) ଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ । ଏଥିପାଇଁ ଏକ ଦିନ ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଅନ୍ୟପକ୍ଷରେ ବିଧାନସଭାର ବାଚସ୍ପତି ବିଜୟ କୁମାର ସିହ୍ନା ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ବିରୋଧୀ ଭୂମିକାରେ ଆସିଥିବା ଭାରତୀୟ ଜନତା ପାର୍ଟି ବିଧାୟକ (BJP MLA) ବିଜୟ କୁମାର ସିହ୍ନା (Vijay Kumar Sinha) ବିହାର ବିଧାନସଭା ବାଚସ୍ପତି ପଦରୁ ଇସ୍ତଫା ନଦେବାକୁ ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଜନତା ଦଳ (RJD) ର ବିଧାୟକମାନେ ଦେଇଥିବା ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ବାଚସ୍ପତି ଖାରଜ କରିଛନ୍ତି । ଏଭଳି ପରିସ୍ଥିତିରେ ବିହାର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଅତ୍ୟନ୍ତ ଉତ୍ତେଜନାମୂଳକ ରହିବ ବୋଲି ଆଶା କରାଯାଉଛି ।

ଏହା ପରେ ବର୍ତ୍ତମାନ ରାଜ୍ୟରେ ବାକ୍ ଯୁଦ୍ଧର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ଜନତା ଦଳ ୟୁନାଇଟେଡ ବିଧାୟକ (JDU MLA) ମହେଶ୍ୱର ହାଜରୀ (Maheshwar Hazari), ଯିଏ ବିଧାନସଭାର ଉପବାଚସ୍ପତି ଅଛନ୍ତି, ସେ ବିଜୟ କୁମାର ସିହ୍ନାଙ୍କୁ ଟାର୍ଗେଟ କରିଛନ୍ତି । ବିଜୟ କୁମାର ସିହ୍ନାଙ୍କ ଘୋଷଣା ଉପରେ ଉପବାଚସ୍ପତି ମହେଶ୍ୱର ହଜାରୀ କହିଛନ୍ତି ଯେ, ଯଦି ପାଗଳ କୁକୁର ମୋତେ କାମୁଡ଼େ ତେବେ ମୁଁ ତାଙ୍କୁ କାମୁଡ଼ିବି ନାହିଁ । ସେ ଆହୁରି କହିଛନ୍ତି ଯେ, ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି, ଏଭଳି ପରିସ୍ଥିତିରେ ଉପବାଚସ୍ପତିଙ୍କୁ ଗୃହ ଚଳାଇବା କାର୍ଯ୍ୟ କରିବାକୁ ପଡ଼ିବ । ମହେଶ୍ୱର ହଜାରୀଙ୍କ ଅନୁଯାୟୀ ବିଜୟ ସିହ୍ନା ନୈତିକତା ଓ ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ତାଙ୍କ ପଦ ଛାଡିବା ଉଚିତ୍ ।

ଏହା ବି ପଢ଼ନ୍ତୁ:-ଜଳୁଛି ସ୍ୱାମୀର ଚିତା, ପ୍ରେମିକ ସହ ଫେରାର ସ୍ତ୍ରୀ

ଏହା ବି ପଢ଼ନ୍ତୁ:-SBI ପରିବର୍ତ୍ତନ କରିଛି ATM ସମ୍ବନ୍ଧୀୟ ନିୟମ? ୪ ଥରରୁ ଅଧିକ ଟଙ୍କା ଉଠାଇଲେ ଲାଗିବ ୧୭୩ ଟଙ୍କାର ଚାର୍ଜ!

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍; ଏହି ଦିନ ବଢ଼ିବ ମହଙ୍ଗା ଭତ୍ତା, ୪ ପ୍ରତିଶତ ହେବ ବୃଦ୍ଧି!

 

ନୀତିଶ କୁମାରଙ୍କ ପାଖରେ ରହିଛି ୧୬୪ ଜଣ ବିଧାୟକଙ୍କ ସମର୍ଥନ 

ଆପଣଙ୍କୁ କହି ରଖୁଛୁ ଯେ, ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଜଣ ବିଧାୟକ ଆବଶ୍ୟକ । ଏଭଳି ପରିସ୍ଥିତିରେ ନୀତିଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ପାଖରେ ବର୍ତ୍ତମାନ ୧୬୪ ଜଣ ବିଧାୟକ ଅଛନ୍ତି । ସେ ଫ୍ଲୋର ଟେଷ୍ଟରେ ସହଜରେ ସଂଖ୍ୟାଗରିଷ୍ଠତାକୁ ପ୍ରମାଣ କରିପାରିବେ । ଅନ୍ୟପକ୍ଷରେ, ଅନାସ୍ଥା ପ୍ରସ୍ତାବ ପରେ ବିଜୟ ସିହ୍ନାଙ୍କୁ ବାଚସ୍ପତି ପଦରେ ରହିବା ପାଇଁ ସଂଖ୍ୟାବଳର  ଆବଶ୍ୟକତା ରହିଛି । କିନ୍ତୁ ବିଜେପି ପାଖରେ କେବଳ ୭୭ ଜଣ ବିଧାୟକ ଅଛନ୍ତି ।

ସେପଟେ ମହାମେଣ୍ଟର ବିଧାୟକମାନେ ବିଧାନସଭା ବାଚସ୍ପତି ବିଜୟ ସିହ୍ନାଙ୍କ ବିରୋଧରେ ଅଗଷ୍ଟ ୧୦ରେ ବିଧାନସଭା ସଚିବଙ୍କୁ ନୋଟିସ୍ ଦେଇଛନ୍ତି । ଏହି ସମୟରେ ଆରଜେଡିର ବରିଷ୍ଠ ନେତା ଅୱାଦ ବିହାରୀ ଚୌଧୁରୀ ବିଧାନସଭାର ନୂତନ ବାଚସ୍ପତି ହୋଇପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଜେଡିୟୁର ଦେବେଶ ଚନ୍ଦ୍ର ଠାକୁରଙ୍କୁ ବିଧାନ ପରିଷଦର ଅଧ୍ୟକ୍ଷ କରାଯାଇପାରେ ।