ବିଜେପି ଜାଲରେ ଫସିଲେ ଚିରାଗ! ବିଧାନ ପରିଷଦରେ ଦଳର ଅସ୍ତିତ୍ୱ ଶେଷ
Advertisement
Article Detail0/zeeodisha/odisha855172

ବିଜେପି ଜାଲରେ ଫସିଲେ ଚିରାଗ! ବିଧାନ ପରିଷଦରେ ଦଳର ଅସ୍ତିତ୍ୱ ଶେଷ

ଏଲଜେପିର (LJP) ର ଏକମାତ୍ର ଏମଏଲସି ସୋମବାର ଅପରାହ୍ନରେ ପାଟନାରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଯେଉଁଠାରେ ଦଳର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜାୟସୱାଲ ଏବଂ ବିହାର ସରକାରର ପରିବେଶ ମନ୍ତ୍ରୀ ନୀରଜ ସିଂ ବବଲୁ ତାଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଥିଲେ ।

ବିଜେପି ଜାଲରେ ଫସିଲେ ଚିରାଗ! ବିଧାନ ପରିଷଦରେ ଦଳର ଅସ୍ତିତ୍ୱ ଶେଷ

ନୂଆଦିଲ୍ଲୀ: ପୁଣି ଲୋକ ଜନଶକ୍ତି ପାର୍ଟି (LJP) ଅଧ୍ୟକ୍ଷ ଚିରାଗ ପାସୱାନ (Chirag Paswan) ଙ୍କୁ ବଡ଼ ଝଟକା ଲାଗିଛି ।  ସୋମବାର ଏଲଜେପିର ଏକମାତ୍ର ଏମଏଲସି ନୂତନ ସିଂ ବିଜେପି (MLC Nutan Singh) ରେ ଯୋଗ ଦେଇଛନ୍ତି । ଏହା ସହ ବିହାର ବିଧାନ ପରିଷଦରେ ଚିରାଗ ପାସୱାନଙ୍କ ଦଳ ଏଲଜେପିର ସଦସ୍ୟଙ୍କ ସଂଖ୍ୟା ଶୂନ ହୋଇଯାଇଛି । ବିହାର ବିଜେପି ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜାୟସୱାଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନୃତନ ସିଂ ଗେରୁଆ ଦଳର ହାତ ଧରିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା: ଦେଶରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ଏଲଜେପିର (LJP) ର ଏକମାତ୍ର ଏମଏଲସି ସୋମବାର ଅପରାହ୍ନରେ ପାଟନାରେ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଯେଉଁଠାରେ ଦଳର ରାଜ୍ୟ ଅଧ୍ୟକ୍ଷ ସଞ୍ଜୟ ଜାୟସୱାଲ ଏବଂ ବିହାର ସରକାରର ପରିବେଶ ମନ୍ତ୍ରୀ ନୀରଜ ସିଂ ବବଲୁ ତାଙ୍କୁ ଦଳର ସଦସ୍ୟତା ଗ୍ରହଣ କରାଇଥିଲେ ।

ଅଧିକ ପଢ଼ନ୍ତୁ:-୨୦୨୦-୨୧ରେ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଭାରତ ବିଦେଶରୁ ଯେତିକି ସାମଗ୍ରୀ କିଣିଛି, ସେଥିରେ ୧୮ ପ୍ରତିଶତ ଚାଇନାରୁ ଆସିଛି

ବିଜେପିରେ ଯୋଗଦେବା ପରେ ନୃତନ ସିଂ କହିଛନ୍ତି ଯେ ମୋ ସ୍ୱାମୀ ବିଜେପିରେ ଅଛନ୍ତି । ତେଣୁ ମୁଁ ମଧ୍ୟ ଦଳରେ ଯୋଗଦେବାକୁ ସ୍ଥିର କଲି । ଯାହା ଦ୍ୱାରା ଆମେ ଦୁହେଁ ଏକାଠି କାମ କରିପାରିବୁ । ନୀରଜ କୁମାର ସିଂ ବବଲୁ ହେଉଛନ୍ତି ବଲିଉଡର ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ସମ୍ପର୍କୀୟ ।

ଅଧିକ ପଢ଼ନ୍ତୁ:-ପୁଣି ଆସିଛି ଫେବୃଆରୀ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ବାସ୍ତବରେ କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାସୱାନଙ୍କ ମୃତ୍ୟୁ ପରେ ଏଲଜେପିରେ ସବୁକିଛି ଠିକ ଚାଲୁନାହିଁ । ଦଳର ନୂତନ ଅଧ୍ୟକ୍ଷ ଚିରାଗ ପାସୱାନ ଦଳର ସଂଗଠନରେ ପରିବର୍ତ୍ତନ ଆଣିବାରେ ବ୍ୟସ୍ତ ଥିବାବେଳେ ଦଳର କିଛି ଲୋକ ସେମାନଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ବୋଲି କୁହାଯାଉଛି । ଯେଉଁଥିପାଇଁ କିଛି ଏଲଜେପି ନେତା ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଛନ୍ତି ।