ପୁଣି ବିଜେପିର ଟେନସନ୍ ବଢ଼ାଇଲେ ନୀତିଶ
Advertisement
Article Detail0/zeeodisha/odisha840768

ପୁଣି ବିଜେପିର ଟେନସନ୍ ବଢ଼ାଇଲେ ନୀତିଶ

ନୀତିଶ କୁମାର (Nitish Kumar) ଙ୍କ ଚାପରେ ଚିରାଗ ପାସୱାନଙ୍କୁ ପଠାଯାଇଥିବା ନିମନ୍ତ୍ରଣକୁ ବାତିଲ କରାଯାଇଥିବା ମଧ୍ୟ ଖବର ରହିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନୁହେଁ ବୋଲି ଚିରାଗ ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ । 

ପୁଣି ବିଜେପିର ଟେନସନ୍ ବଢ଼ାଇଲେ ନୀତିଶ

ନୂଆଦିଲ୍ଲୀ: ବିହାରରେ ଜନତା ଦଳ ୟୁନାଇଟେଡ (JDU) ଓ ଲୋକ ଜନଶକ୍ତି ପାର୍ଟି (LJP) ମଧ୍ୟରେ ତିକ୍ତତା ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (BJP) ର ମୁଣ୍ଡବ୍ୟଥାର କାରଣ ପାଲଟିଛି । ନିକଟ ଅତୀତରେ ଯେତେବେଳେ ଏନଡିଏ (NDA) ବୈଠକ ପାଇଁ ଚିରାଗ ପାସୱାନ (Chirag Paswan) ଙ୍କୁ ନିମନ୍ତ୍ରଣ ପଠାଯାଇଥିଲା, ସେତେବେଳେ ମାମଲା ଆହୁରି ଗମ୍ଭୀର ହୋଇଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଛି ଯେ ଏଲଜେପି (LJP) ଏବେ ମଧ୍ୟ କେନ୍ଦ୍ରରେ ବିଜେପିର ସହଯୋଗୀ ଦଳ । କିନ୍ତୁ ଜେଡିୟୁ ଓ ହାମ୍ ଦଳ ଏହାକୁ ଜୋରଦାର ବିରୋଧ କରିଛନ୍ତି । ବର୍ତ୍ତମାନ ଏହି ସମସ୍ୟାର ସମାଧାନ ପାଇଁ ଦିଲ୍ଲୀରେ ଏକ ମନ୍ଥନ ଚାଲିଛି । ସୋମବାର ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (JP Nadda) ଙ୍କ ବାସଭବନରେ ବିହାର ନେତାମାନେ ସାକ୍ଷାତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଏଥର ନୀତିଶଙ୍କ ପାଳି, ଚିରାଗ ପାସୱାନଙ୍କଠୁ 'ପ୍ରତିଶୋଧ' ନେବ ଜେଡିୟୁ!

ନୀତିଶ କୁମାର (Nitish Kumar) ଙ୍କ ଚାପରେ ଚିରାଗ ପାସୱାନଙ୍କୁ ପଠାଯାଇଥିବା ନିମନ୍ତ୍ରଣକୁ ବାତିଲ କରାଯାଇଥିବା ମଧ୍ୟ ଖବର ରହିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଭଲ ନୁହେଁ ବୋଲି ଚିରାଗ ବୈଠକରେ ଯୋଗଦେବାକୁ ମନା କରିଦେଇଥିଲେ । ସେ ମଧ୍ୟ ସର୍ବଦଳୀୟ ବୈଠକରେ ଯୋଗ ଦେଇନଥିଲେ । ବାସ୍ତବରେ, ବିହାର ନିର୍ବାଚନ ସମୟରେ ଚିରାଗ ପାସୱାନ ନୀତିଶ କୁମାରଙ୍କୁ ଲଗାତର ଟାର୍ଗେଟ କରୁଥିଲେ । ଏଥି ସହିତ ରାଜ୍ୟରେ ସେ ମଧ୍ୟ ଏନଡିଏରୁ ନିଜକୁ ଅଲଗା କରିନେଇଥିଲେ । ତେବେ ସେ କେନ୍ଦ୍ରରେ ବିଜେପି ସହିତ ରହିବାକୁ ଚାହୁଁଛନ୍ତି ।

ଅଧିକ ପଢ଼ନ୍ତୁ:-ମମତାଙ୍କୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ଟିଏମସି ବିଧାୟକ

ସମୟ ସମୟରେ ଚିରାଗ ପାସୱାନ ପ୍ରଧାନମନ୍ତ୍ରୀ ମୋଦି (PM Modi) ଓ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କ ପ୍ରଶଂସା କରୁଥିଲେ । ନିର୍ବାଚନ ସମୟରେ ସେ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ହନୁମାନ ବୋଲି ମଧ୍ୟ କହିଛନ୍ତି । ଗଣତନ୍ତ୍ର ଦିବସ ଅବସରରେ ଯେତେବେଳେ ତାଙ୍କ ପିତା ରାମ ବିଲାସ ପାସୱାନଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା, ସେତେବେଳେ ଦଳ ଏକ ଫୁଲ୍ ପେଜର ବିଜ୍ଞାପନ ବାହାର କରି ପ୍ରଧାନମନ୍ତ୍ରୀ ମୋଦି ଏବଂ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଥିଲା । କିନ୍ତୁ ବିଜେପି ଓ ଏଲଜେପି  ମଧ୍ୟରେ ମଧୁର ସମ୍ପର୍କ ଜେଡିୟୁକୁ ପସନ୍ଦ ନୁହେଁ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର

ବଜେଟ୍ ଅଧିବେଶନ ଆରମ୍ଭରେ ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ସମୟରେ ଚିରାଗ ପାସୱାନ୍ ଗୃହରେ ଉପସ୍ଥିତ ଥିଲେ । ଜେଡିୟୁ ସହ ବିଜେପି କୌଣସି ମତଭେଦ କରିବାକୁ ଚାହୁଁନାହିଁ । କିନ୍ତୁ ନୀତିଶଙ୍କୁ ନିକଟତର ରଖିବା ପାଇଁ ଚିରାଗ ପାସୱାନ୍ ଠାରୁ ଦୂରତା ରକ୍ଷା କରିବା ବ୍ୟତୀତ ଦଳ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । ଜେଡିୟୁ କହିଛି ଯେ ବିହାର ନିର୍ବାଚନ ସମୟରେ ଏଲଜେପି ଏନଡିଏ ବିରୋଧରେ କାର୍ଯ୍ୟ କରିଛି ଯାହା ଫଳରେ କିଛି କ୍ଷତି ସହିବାକୁ ପଡ଼ିଛି । ଏଭଳି ପରିସ୍ଥିତିରେ ଜେଡିୟୁ ଏଲଜେପିକୁ ଏନଡିଏର ସହଯୋଗୀ ବୋଲି ମନେ କରେ ନାହିଁ । ଏନଡିଏ ବୈଠକରେ ଜିତନରାମ ମାଞ୍ଝୀଙ୍କୁ ଡାକିବାକୁ ଜେଡିୟୁ ମଧ୍ୟ ତୀବ୍ର ନିନ୍ଦା କରିଥିଲା । ଦଳର ମୁଖପାତ୍ର କହିଛନ୍ତି ଯେ ନିର୍ବାଚନ ସମୟରେ ହାମ୍ ଦଳ ବିଶ୍ୱାସଘାତକତା କରିଛି ।