ମମତାଙ୍କୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ଟିଏମସି ବିଧାୟକ
Advertisement
Article Detail0/zeeodisha/odisha840710

ମମତାଙ୍କୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ଟିଏମସି ବିଧାୟକ

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West Bengal Assembly Polls 2021) ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରି ରହିଛି । ମମତାଙ୍କୁ ନିଜ ସହଯୋଗୀ ଛାଡ଼ି ବିଜେପି (BJP) ରେ ସାମିଲ ହେଉଛନ୍ତି । ଏହି କ୍ରମରେ ତୃଣମୂ

ମମତାଙ୍କୁ ଲାଗିଲା ବଡ଼ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ଟିଏମସି ବିଧାୟକ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ (West Bengal Assembly Polls 2021) ଯେତିକି ପାଖେଇ ଆସୁଛି, ରାଜ୍ୟରେ ରାଜନୈତିକ ପାରା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିବା ଜାରି ରହିଛି । ମମତାଙ୍କୁ ନିଜ ସହଯୋଗୀ ଛାଡ଼ି ବିଜେପି (BJP) ରେ ସାମିଲ ହେଉଛନ୍ତି । ଏହି କ୍ରମରେ ତୃଣମୂଳ କଂଗ୍ରେସ (TMC) ର ନେତାଙ୍କ ବିଜେପିରେ ଯୋଗଦେବା ପ୍ରକ୍ରିୟା ଅବ୍ୟାହତ ରହିଛି । ବର୍ତ୍ତମାନ ଏହି ଧାରାବାହିକରେ ସୋମବାର ଟିଏମସିରୁ ଇସ୍ତଫା ଦେଇଥିବା ବିଧାୟକ (TMC MLA) ଦୀପକ ହାଲଦାର (Deepak Haldar) ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରୟଙ୍କ ଉପସ୍ଥିତିରେ ଦୀପକ୍ ବିଜେପିରେ ସାମିଲ ହୋଇଛନ୍ତି । ଦୀପକ ହାଲଦାର ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବାରରୁ ବିଧାୟକ ଅଛନ୍ତି । ତେବେ ସୋମବାର ତାଙ୍କ ଇସ୍ତଫା ପରଠାରୁ ସେ ବିଜେପି ଯିବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା ।

ଅଧିକ ପଢ଼ନ୍ତୁ:-ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍

ଡାଇମଣ୍ଡ ହାର୍ବରର ବିଧାୟକ ଦୀପକ ହାଲଦାର କିଛି ସମୟ ଧରି ଦଳର ନେତୃତ୍ୱ ବିରୋଧରେ ଲଗାତାର ଭାବେ କହିଆସୁଥିଲେ । ୨୦୧୫ ମସିହାରେ ମାରପିଟ କରିବା ଅଭିଯୋଗରେ ଦୀପକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲା । ତେବେ ମାରପିଟ ମାମଲାରେ ମୁକ୍ତ ହେବା ପରେ ତାଙ୍କୁ ପୁନର୍ବାର ଦଳରେ ସାମିଲ କରାଯାଇଥିଲା । ଇସ୍ତଫା ଦେବା ପୂର୍ବରୁ ଦୀପକ ହାଲଦାର ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ ମୁଁ ଦୁଇଥର ବିଧାୟକ ରହିସାରିଛି କିନ୍ତୁ ଏହା ସତ୍ତ୍ୱେ ମୋତେ ହଇରାଣ କରାଯାଉଛି ।

ଅଧିକ ପଢ଼ନ୍ତୁ:-ବଜେଟରେ ଖୁସି ନୁହଁନ୍ତି ସାଧାରଣ ଜନତା, ଗରିବମାନେ ଅଧିକ ନିରାଶ: ସର୍ଭେ

ଦୀପକ କହିଛନ୍ତି ଯେ ୨୦୧୭ ମସିହାରୁ ମୋତେ ଲୋକଙ୍କ ସହ କାମ କରିବାକୁ ଦିଆଯାଉ ନାହିଁ । ମୁଁ ଏ ବିଷୟରେ ଦଳର ନେତୃତ୍ୱଙ୍କୁ ମଧ୍ୟ ସୂଚନା ଦେଇଛି, କିନ୍ତୁ ଏହା ସତ୍ତ୍ୱେ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଦଳର କୌଣସି କାର୍ଯ୍ୟକ୍ରମ ବିଷୟରେ ମୋତେ ଅବଗତ କରାଯାଉ ନଥିଲା । ମୁଁ ମୋର ବିଧାନସଭାର ଲୋକ ଏବଂ ସମର୍ଥକଙ୍କ ନିକଟରେ ଉତ୍ତରଦାୟୀ । ତେଣୁ ମୁଁ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛି । ମୁଁ ଶୀଘ୍ର ମୋର ଇସ୍ତଫା ପତ୍ର ଜିଲ୍ଲା ଓ ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇବି ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, କଂଗ୍ରେସ ପାଇଁ ଭଲ ଖବର

ସୂଚନାଯୋଗ୍ୟ, ନିକଟ ଅତୀତରେ ୩ ଜଣ ଟିଏମସି ବିଧାୟକ ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ । ଏହା ପରେ ସେମାନେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ଯୋଗ ଦେଇଥିବା ବିଧାୟକଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରାଜୀବ ବାନାର୍ଜୀ, ବୈଶାଲୀ ଡାଲମିଆ, ପ୍ରବୀର ଘୋଷାଲ ରହିଥିଲେ ।