ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଶକ୍ତ ଧକ୍କା, ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂ ଚୌହାନ
Advertisement
Article Detail0/zeeodisha/odisha1068957

ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଶକ୍ତ ଧକ୍କା, ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂ ଚୌହାନ

ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ଚିଠିରେ ସେ ଯୋଗୀ ସରକାର (Yogi Government) ଙ୍କ ବିରୋଧରେ ଦଳିତ, ପଛୁଆ ଏବଂ ଯୁବକଙ୍କୁ ଅବହେଳା କରୁଥିବାର ଅଭିଯୋଗ ଆଣିଛନ୍ତି ।

ୟୁପି ନିର୍ବାଚନ ପୂର୍ବରୁ ବିଜେପିକୁ ଆଉ ଏକ ଶକ୍ତ ଧକ୍କା, ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂ ଚୌହାନ

ନୂଆଦିଲ୍ଲୀ: UP Assembly Elections 2022: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଉଠିଛି । ଏହାସହ ରାଜନେତାଙ୍କ ଦଳ ବଦଳ ପର୍ବ ଆରମ୍ଭ ହୋଇସାରିଛି । ବିଜେପିକୁ ଲଗାତର ଝଟକା ପରେ ଝଟକା ଲାଗୁଛି । ସେପଟେ ବିଜେପି ମଧ୍ୟ ପାଲଟା ଆକ୍ରମଣ କରିବାରେ ପଛଘୁଞ୍ଚା ଦେଉନାହିଁ । ଏହା ମଧ୍ୟରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ (Swami Prasad Maurya) ଙ୍କ ପରେ ବର୍ତ୍ତମାନ ଦାରା ସିଂ ଚୌହାନ (Dara Singh Chauhan) ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦାରା ସିଂ ମଉ ଜିଲ୍ଲାର ମଧୁବନ ବିଧାନସଭା ଆସନରୁ ବିଜେପି ବିଧାୟକ ଅଛନ୍ତି । ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିବା ଚିଠିରେ ସେ ଯୋଗୀ ସରକାର (Yogi Government) ଙ୍କ ବିରୋଧରେ ଦଳିତ, ପଛୁଆ ଏବଂ ଯୁବକଙ୍କୁ ଅବହେଳା କରୁଥିବାର ଅଭିଯୋଗ ଆଣିଛନ୍ତି ।

ଦାରା ସିଂ ଚୌହାନ କହିଛନ୍ତି ଯେ, "ମାନ୍ୟବର ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଜଙ୍ଗଲ, ପରିବେଶ ଏବଂ ପଶୁ ଉଦ୍ୟାନ ମନ୍ତ୍ରୀ ଭାବରେ ମୁଁ ମୋର ବିଭାଗର ଉନ୍ନତି ପାଇଁ ହୃଦୟ ସହିତ କାର୍ଯ୍ୟ କରିଛି, କିନ୍ତୁ ସରକାରଙ୍କ ପଛୁଆ, ବଞ୍ଚିତ ଓ ଯୁବକଙ୍କୁ ଘୋର ଅଣଦେଖା ସହ ପଛୁଆ ଓ ଦଳିତଙ୍କ ସଂରକ୍ଷଣ ସହ ଯେଉଁ ଭାବେ ଖେଳ ହେଉଛି, ସେଥିରୁ ଆହତ ହୋଇ ମୁଁ ଉତ୍ତର ପ୍ରଦେଶ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଉଛୁ ।" 

ଏହା ବି ପଢ଼ନ୍ତୁ:-ତାଲିବାନକୁ ଏହି ଚ୍ୟାଲେଞ୍ଜ ଦେଲା ପାକିସ୍ତାନ, କହିଲା-ଯଦି ବିଫଳ ହେବ ତ...

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ଦାରା ସିଂ ଚୌହାନଙ୍କ ଇସ୍ତଫା ପରେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେଶବ ପ୍ରସାଦ ମୌର୍ଯ୍ୟ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି, "ଯଦି ପରିବାରର କୌଣସି ସଦସ୍ୟ ବିପଥଗାମୀ ହୁଅନ୍ତି ତେବେ ଏହା କଷ୍ଟଦାୟକ ହୋଇଥାଏ । ମୁଁ ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କରିବି ଯେ ବୁଡ଼ି ଯାଉଥିବା ଡଙ୍ଗାରେ ଚଢିବାରୁ କ୍ଷତି ଆପଣଙ୍କୁ ହିଁ ହେବ । ବଡ଼ ଭାଇ ଶ୍ରୀ ଦାରା ସିଂ ଜୀ, ଆପଣ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରନ୍ତୁ ।"

ଦାରା ସିଂ ଚୌହାନ (Dara Singh Chauhan) BSP ଓ SP ରେ ରହିସାରିଛନ୍ତି । ପ୍ରଥମେ ସେ ବିଏସପିରୁ ଏମଏଲସି ଥିଲେ, ପରେ ରାଜ୍ୟସଭାକୁ ଯାଇଥିଲେ । ପରେ ସେ ବିଏସପି ଛାଡ଼ି ଏସପିରେ ଯୋଗ ଦେଇ ଘୋସି ଆସନରୁ ସାଂସଦ ହୋଇଥିଲେ । ୨୦୧୪ରେ ଲୋକସଭା ନିର୍ବାଚନରେ ​​ହାରିବା ପରେ ସେ ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ମଉ ଜିଲ୍ଲାର ମଧୁବନ ଆସନରୁ ମନ୍ତ୍ରୀ ହୋଇଥିଲେ ।

ଏଠାରେ କହି ରଖୁଛୁ ଯେ, ମଙ୍ଗଳବାର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ମୌର୍ଯ୍ୟଙ୍କ ଇସ୍ତଫା ପରେ ତାଙ୍କ ନିକଟୀୟ ଅନ୍ୟ ତିନିଜଣ ବିଧାୟକ ମଧ୍ୟ ବିଜେପିରୁ ଇସ୍ତଫା ଦେଇଛନ୍ତି ଓ ମୌର୍ଯ୍ୟଙ୍କ ସହ ଅଛନ୍ତି ବୋଲି ଦାବି କରିଛନ୍ତି ।