ଭାଙ୍ଗି ଯିବ କି ସୋରେନ ସରକାର? ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ କେବଳ ଏତିକି ବିଧାୟକ
Advertisement

ଭାଙ୍ଗି ଯିବ କି ସୋରେନ ସରକାର? ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ କେବଳ ଏତିକି ବିଧାୟକ

ଏଠାରେ କହି ରଖୁଛୁ ଯେ, କଂଗ୍ରେସର ଓବିସି ବିଧାୟକମାନେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ରାଜନୈତିକ ନିଷ୍ପତ୍ତି ଉପରେ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି ।

ଭାଙ୍ଗି ଯିବ କି ସୋରେନ ସରକାର? ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ କେବଳ ଏତିକି ବିଧାୟକ

ରାଞ୍ଚି: ଝାଡ଼ଖଣ୍ଡ କଂଗ୍ରେସ ପ୍ରଭାରୀ (Jharkhand Congress state in-charge) ଆରପିଏନ ସିଂ (RPN Singh) ଗତକାଲି (ମଙ୍ଗଳବାର) ବିଜେପି (BJP) ରେ ଯୋଗ ଦେଇଛନ୍ତି । ଏହାକୁ ନେଇ ଝାଡ଼ଖଣ୍ଡର ରାଜନୀତି ହଠାତ୍ ସରଗରମ ହୋଇଉଠିଛି । ରାଜ୍ୟର କଂଗ୍ରେସ ବିଧାୟକ (Congress MLA) ଙ୍କ ଉପରେ ଆରପିଏନ୍ ସିଂଙ୍କ ଦବଦବା ରହିଛି ବୋଲି ମନେ କରାଯାଇଥାଏ । ଏଠାରେ କଂଗ୍ରେସ ବିଧାୟକମାନେ ତାଙ୍କୁ ପଚାରି ପ୍ରତ୍ୟେକ ପଦକ୍ଷେପ ନେଉଥିଲେ । ଏଭଳି ପରିସ୍ଥିତିରେ ଝାଡ଼ଖଣ୍ଡ ସରକାର (Jharkhand Government) କୁ ନେଇ ଅନେକ ପ୍ରକାରର ଆଶଙ୍କା ବଢ଼ି ଚାଲିଛି ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡରେ ସରକାର ଅସ୍ଥିର ହେବାର ଦୀର୍ଘ ଇତିହାସ ରହିଛି । ରଘୁବର ଦାସଙ୍କ ନେତୃତ୍ୱରେ ଗଠିତ ବିଜେପି ସରକାର କେବଳ ପାଞ୍ଚ ବର୍ଷ ଧରି ଚାଲିଥିଲା । ଏହା ପୂର୍ବରୁ ଗଠିତ ସମସ୍ତ ସରକାର ସେମାନଙ୍କର କାର୍ଯ୍ୟକାଳ ପାଞ୍ଚ ବର୍ଷ ପୂରଣ କରିପାରିନଥିଲେ । କେବଳ ଏତିକି ନୁହେଁ, ଏଠାରେ ଜଣେ ସ୍ୱାଧୀନ ବିଧାୟକ ଥିବା ମଧୁକୋଡା ମଧ୍ୟ ମୁଖ୍ୟମନ୍ତ୍ରୀ ହେବାର ଇତିହାସ ରହିଛି ।

ଜେଏମଏମ ନେତୃତ୍ୱାଧୀନ ହେମନ୍ତ ସୋରେନ ସରକାର (Hemant Soren Government) ରେ କଂଗ୍ରେସ ବିଧାୟକମାନେ ଅନେକ ଥର ସେମାନଙ୍କ ବିରୋଧ ବ୍ୟକ୍ତ କରିଛନ୍ତି, କିନ୍ତୁ ପ୍ରତ୍ୟେକ ଥର ଆରପିଏନ ସିଂ ଏହି ମାମଲା ସମ୍ଭାଳି ନେଉଥିଲେ । ଏବେ ସେ ବିଜେପି (BJP) କୁ ଯିବା କାରଣରୁ ଜେଏମଏମ ସରକାର (JMM Government) ଉପରେ ସଙ୍କଟ ଆସିପାରେ । 

ଏଠାରେ କହି ରଖୁଛୁ ଯେ, କଂଗ୍ରେସର ଓବିସି ବିଧାୟକମାନେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ର ରାଜନୈତିକ ନିଷ୍ପତ୍ତି ଉପରେ ଅନେକ ଥର ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲାରେ କୋଡ଼ିଏ ସୂତ୍ରୀୟ ସମିତି ଗଠନ ହେବାକୁ ଥିବାବେଳେ କଂଗ୍ରେସ ବିଧାୟକଙ୍କ ଅସନ୍ତୋଷ ପ୍ରସଙ୍ଗ ମଧ୍ୟ ସାମ୍ନାକୁ ଆସିଥିଲା । ବହୁ ଆଲୋଚନା ପରେ ଜେଏମଏମ ଓ କଂଗ୍ରେସ ମଧ୍ୟରେ ବିବାଦ ଶେଷ ହୋଇଥିଲା ।

ଝାରଖଣ୍ଡର ସ୍ଥାନୀୟ ଭାଷାର ତାଲିକାରେ ଭୋଜପୁର, ମୈଥିଲୀ, ଅଙ୍ଗିକା ଏବଂ ମଗହୀକୁ ସ୍ଥାନ ଦେବା କିମ୍ୱା ନ ଦେବା ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଜେଏମଏମ ମଧ୍ୟରେ ବିବାଦ ସାମ୍ନାକୁ ଆସିଥିଲା । କଂଗ୍ରେସର ଚାପରେ ହେମନ୍ତ ସୋରେନ ସରକାର ଏହି ଭାଷାଗୁଡ଼ିକୁ ସ୍ଥାନୀୟ ଭାଷା ତାଲିକାରେ ସାମିଲ କରିଛନ୍ତି । ବର୍ତ୍ତମାନ ଏହି ପ୍ରସଙ୍ଗରେ ଜେଏମଏମରେ ବିରୋଧ ଚାଲିଛି ।

ଯଦି ଆମେ ଝାଡ଼ଖଣ୍ଡ ସରକାରଙ୍କ ସାମ୍ପ୍ରତିକ ପରିସ୍ଥିତିକୁ ଦେଖିବା ତ ବର୍ତ୍ତମାନ ବିଧାନସଭାରେ ୧୬ ଜଣ କଂଗ୍ରେସ ବିଧାୟକ ଅଛନ୍ତି, ବାଚସ୍ପତିଙ୍କ ହାତରେ JVM ର ଦୁଇଜଣ ବିଧାୟକଙ୍କ ମିଶ୍ରଣ ପ୍ରସ୍ତାବ ଉପରେ ବିଚାର ଚାଲିଛି । ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଅନ୍ୟପଟେ ବିଜେପିର ୨୬ ଜଣ ବିଧାୟକ ଓ AJSU ର ଦୁଇ ଜଣ ବିଧାୟ ରହିଛି । ୩ ଜଣ ସ୍ୱାଧୀନ ବା ଛୋଟ ଦଳର ବିଧାୟକମାନେ ବିଜେପି ସମର୍ଥନରେ ଅଛନ୍ତି । ଏଭଳି ପରିସ୍ଥିତିରେ ୮୧ ସଦସ୍ୟ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ବିଜେପିକୁ ଆଉ ୧୦ ଜଣ ବିଧାୟକଙ୍କ ଆବଶ୍ୟକତା ରହିଛି ।

ଏହା ବି ପଢ଼ନ୍ତୁ:-ପୁରୁଷମାନେ କିସମିସ୍ ସହିତ ଏହି ଜିନିଷଟି କରନ୍ତୁ ସେବନ, ମିଳିଥାଏ ଏହି ୫ଟି ଜବରଦସ୍ତ ଲାଭ

ଏହା ବି ପଢ଼ନ୍ତୁ:-ଅଖିଳେଶକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଏହା ଉପରେ ଦଳ କିପରି କରୁଛି କାମ

ଏହା ବି ପଢ଼ନ୍ତୁ:-କାହିଁକି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ଆରପିଏନ ସିଂ, ନିଜେ କହିଲେ ଏହାର ପ୍ରକୃତ କାରଣ

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହେମନ୍ତ ସୋରେନଙ୍କ ସରକାର ଅଧିକ ଦିନ ଚାଲିବ ନାହିଁ ବୋଲି ବିଜେପିର ଅନେକ ବଡ଼ ନେତା ଦାବି କରିଛନ୍ତି । ଏହି ସରକାର ଯେକୌଣସି ସମୟରେ ଭାଙ୍ଗିପାରେ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଏହି କଥା ଅନେକ ଥର କହିଛନ୍ତି ।

ଯେଉଁଭଳି ଭାବରେ ଆରପିଏନ୍ ସିଂ ଝାଡ଼ଖଣ୍ଡ କଂଗ୍ରେସର ବିଧାୟକଙ୍କ ଉପରେ ଦବଦବା ରଖିଛନ୍ତି, ସେଥିରୁ କଂଗ୍ରେସ ବିଧାୟକମାନେ ଭାଙ୍ଗି ବିଜେପିରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା କରାଯାଉଛି । ଏହା ଝାଡ଼ଖଣ୍ଡ ସରକାରକୁ ଅସ୍ଥିର କରିପାରେ । ଏବେ ସମସ୍ତଙ୍କ ନଜର କଂଗ୍ରେସ ବିଧାୟକଙ୍କ ଉପରେ ରହିଛି ।