ଅଖିଳେଶକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଏହା ଉପରେ ଦଳ କିପରି କରୁଛି କାମ
Advertisement
Article Detail0/zeeodisha/odisha1080539

ଅଖିଳେଶକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଏହା ଉପରେ ଦଳ କିପରି କରୁଛି କାମ

ଯଦିଓ ପଳାୟନର ଏହି ପ୍ରସଙ୍ଗ କୈରାନରେ ବିଜେପିକୁ ସଫଳତା ପ୍ରଦାନ କରି ନଥିଲା, କିନ୍ତୁ ବାକି ଆସନ ଉପରେ ଏହାର ବିଶେଷ ପ୍ରଭାବ ପଡିଥିଲା । ବିଶେଷକରି ପଶ୍ଚିମ ୟୁପିରେ ଯେଉଁଠାରେ ମୁଜାଫରନଗର ଦଙ୍ଗା ଯୋଗୁଁ ପୂର୍ବରୁ ଦ୍ରୁବୀକରଣ ହୋଇଥିଲା ।

ଅଖିଳେଶକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଏହା ଉପରେ ଦଳ କିପରି କରୁଛି କାମ

ନୂଆଦିଲ୍ଲୀ: UP Election 2022: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ବର୍ତ୍ତମାନ ନିର୍ବାଚନୀ ମୈଦାନରେ ସମସ୍ତ ଦଳର ରାଜନେତା ମୁହାଁମୁହିଁ ହେଉଛନ୍ତି । ଏହାସହ ନିଜ ନିଜ ବିଜୟକୁ ସୁନିଶ୍ଚିତ କରିବା ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ସମସ୍ତ ରାଜନୈତିକ ଦଳ । ଏହି କ୍ରମରେ ଭାରତୀୟ ଜନତା ପାର୍ଟି (BJP) ନିଜର ଶେଷ ନିର୍ବାଚନ ଅର୍ଥାତ୍ ୨୦୧୭ର ରଣନୀତି ଉପରେ କାମ କରୁଥିବାର ଜଣାପଡିଛି । ସମାଜବାଦୀ ପାର୍ଟି (Samajwadi Party) କୁ ପରାସ୍ତ କରିବା ପାଇଁ ବିଜେପି ପୁଣି ଥରେ କୈରାନାରୁ ପଳୟନ ପ୍ରସଙ୍ଗ (Kairana Migration Issue) ଉଠାଇଛି । ଏହି ପ୍ରସଙ୍ଗରେ ବିଜେପି ସର୍ବାଧିକ ଚର୍ଚ୍ଚା କରିବାକୁ ଚେଷ୍ଟା କରୁଛି । ଏହା ସହିତ ଅଖିଳେଶ ପରିବାର (Akhilesh family) ରେ କଳହ ଓ ଏସପି (SP) ଶାସନ କାଳରେ ଅପରାଧ ପ୍ରସଙ୍ଗକୁ ମଧ୍ୟ ବିଜେପି (BJP) ଉଠାଉଛି ।

ଏହି ସେହି ପ୍ରସଙ୍ଗଗୁଡ଼ିକ, ଯାହା ଉପରେ ବିଜେପି (BJP) ଗତଥର ଗୋଟି ଚଳାଥିଲା କରିଥିଲା ​​ଓ ସଫଳ ହୋଇଥିଲା । ବିଜେପିର ଦିବଂଗତ ସାଂସଦ ହୁକୁମ୍ ସିଂ ୨୦୧୬ରେ ୩୪୬ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଏକ ତାଲିକା ପ୍ରକାଶ କରି କହିଥିଲେ ଯେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅପରାଧିକ ତତ୍ତ୍ୱକୁ ଡରି ଏହି ଲୋକମାନେ କୈରାନାରୁ ପଳାୟନ କରୁଛନ୍ତି । ସେ ଅଭିଯୋଗ କରିଥିଲେ ଯେ ଏସପି ସରକାର (Samajwadi party Government) ସମୟରେ ଏହି ସ୍ଥାନାନ୍ତରଣ ହୋଇଛି । ୨୦୧୭ରେ ବିଜେପି ଏହି ପ୍ରସଙ୍ଗକୁ ଜୋରସୋରରେ ଉଠାଇଥିଲା ।

ଯଦିଓ ପରେ ହୁକୁମ୍ ସିଂ ଏହାକୁ ଏକ ଆଇନ ଶୃଙ୍ଖଳାର ଏକ ପ୍ରସଙ୍ଗ କରିଥିଲେ, କିନ୍ତୁ ସେତେବେଳ ଯାଏ ଏହି ପ୍ରସଙ୍ଗ ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକ ପ୍ରକାର ଘୃଣାଭାବ ବିସ୍ତାର ହୋଇସାରିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପିକୁ ଏହାକୁ ନିର୍ବାଚନରେ ​​ଏକ ପ୍ରସଙ୍ଗ କରିଆସୁଛି । ୨୦୧୭ ବିଧାନସଭା ନିର୍ବାଚନ ସମୟରେ ବିଜେପିର ପ୍ରାୟ ସମସ୍ତ ବଡ଼ ନେତା ଏଠାରେ ଗସ୍ତ କରିଥିଲେ, ପଳାୟନ ପ୍ରସଙ୍ଗରେ ଏସପିକୁ ଘେରିଥିଲେ, ଦ୍ରୁବୀକରଣ କରିବାକୁ ଚେଷ୍ଟା କରାଯାଇଥିଲା । ଏହା ପରେ ମଧ୍ୟ ବିଜେପି ଏଠାରୁ ଆସନ ଜିତିପାରି ନଥିଲା ।

ଯଦିଓ ପଳାୟନର ଏହି ପ୍ରସଙ୍ଗ କୈରାନରେ ବିଜେପିକୁ ସଫଳତା ପ୍ରଦାନ କରି ନଥିଲା, କିନ୍ତୁ ବାକି ଆସନ ଉପରେ ଏହାର ବିଶେଷ ପ୍ରଭାବ ପଡିଥିଲା । ବିଶେଷକରି ପଶ୍ଚିମ ୟୁପିରେ ଯେଉଁଠାରେ ମୁଜାଫରନଗର ଦଙ୍ଗା ଯୋଗୁଁ ପୂର୍ବରୁ ଦ୍ରୁବୀକରଣ ହୋଇଥିଲା ।

ଏହି ନିର୍ବାଚନରେ ​​ମଧ୍ୟ ବିଜେପି ଏହି ପ୍ରସଙ୍ଗଗୁଡିକୁ ହାୱା ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିବାର ଜଣାପଡିଛି । ସର୍ବପ୍ରଥମେ, ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ (UP CM Yogi Adityanath) କୈରାନରେ ପହଞ୍ଚି ପଳାୟନ ପ୍ରସଙ୍ଗ ଉଠାଇଛନ୍ତି, ଏହା ପରେ ଗୃହମନ୍ତ୍ରୀ ଅମିତ ଶାହ (Home Minister Amit Shah) ମଧ୍ୟ କୈରାନାରେ ପହଞ୍ଚି ପଳାୟନ ପ୍ରସଙ୍ଗ ଉଠାଇ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

କୈରାନା ପଳାୟନ ପ୍ରସଙ୍ଗ ସହ ବିଜେପି ନେତାମାନେ ମଧ୍ୟ ଏସପି ଶାସନ କାଳରେ ଗୁଣ୍ଡରାଜ ଓ ଅଖିଳେଶ ଯାଦବ (Akhilesh Yadav) ଙ୍କ ପାରିବାରିକ କଳହକୁ ମଧ୍ୟ ମୁଖ୍ୟ ପ୍ରସଙ୍ଗ କରୁଛନ୍ତି । ଗତଥର ଅଖିଳେଶ ଓ ତାଙ୍କ କକା ଶିବପାଲ ଯାଦବ (Shivpal Yadav) ଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା, ଏଥର କକା ଶିବପାଲ ଏସପି ସହ ଅଛନ୍ତି । କିନ୍ତୁ ଅନ୍ୟପଟେ ମୁଲାୟମ ସିଂ (Mulayam Singh) ଙ୍କ ସାନ ବୋହୂ ଅର୍ପଣା ଯାଦବ (Arpana Yadav) ବିଦ୍ରୋହ କରି ବିଜେପି (BJP) ରେ ଯୋଗ ଦେଇଛନ୍ତି । 

ଏହା ବି ପଢ଼ନ୍ତୁ:-କାହିଁକି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଲେ ଆରପିଏନ ସିଂ, ନିଜେ କହିଲେ ଏହାର ପ୍ରକୃତ କାରଣ

ଏହା ବି ପଢ଼ନ୍ତୁ:-ପଞ୍ଜାବର ପୋଲ୍ ଅଫ୍ ପୋଲରେ ଉଭୟ କଂଗ୍ରେସ ଓ ଆପକୁ ବଡ଼ ଝଟକା, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ ଆସନ

ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

 

ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ । ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ  । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।

ମାର୍ଚ୍ଚ ୩ରେ ଉତ୍ତର ପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ଓ ମଣିପୁରର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ । ମାର୍ଚ୍ଚ ୭ରେ ଉତ୍ତର ପ୍ରଦେଶର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହେବ । ମାର୍ଚ୍ଚ ୧୦ରେ ଫଳାଫଳ ଆସିବ ।