BJP ରେ ସାମିଲ ହେବେ କ୍ୟାପଟେନ ଅମରିନ୍ଦର?
Advertisement
Article Detail0/zeeodisha/odisha995586

BJP ରେ ସାମିଲ ହେବେ କ୍ୟାପଟେନ ଅମରିନ୍ଦର?

କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଆଜି ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହ (Amit Shah) ଙ୍କୁ ଭେଟିବାର ସମ୍ଭାବନା ରହିଛି । ଅମରିନ୍ଦର ସିଂ ଅପରାହ୍ନ ୪.୩୦ରେ ଦିଲ୍ଲୀରେ ପହଞ୍ଚିବେ । 

BJP ରେ ସାମିଲ ହେବେ କ୍ୟାପଟେନ ଅମରିନ୍ଦର?

ନୂଆଦିଲ୍ଲୀ: ପଞ୍ଜାବର ରାଜନୀତି (Punjab Politics) ସହ ଜଡିତ ବଡ଼ ଖବର ସାମ୍ନାକୁ ଆସିଛି । କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଆଜି ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀରେ ଅମିତ ଶାହ (Amit Shah) ଙ୍କୁ ଭେଟିବାର ସମ୍ଭାବନା ରହିଛି । ଅମରିନ୍ଦର ସିଂ ଅପରାହ୍ନ ୪.୩୦ରେ ଦିଲ୍ଲୀରେ ପହଞ୍ଚିବେ । ଅମିତ ଶାହଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ମଧ୍ୟ ଭେଟି ପାରନ୍ତି । ବିଗତ ଦିନରେ ପଞ୍ଜାବରେ ନବଜୋତ ସିଂ ସିଦ୍ଧୁ (avjot Singh Sidhu) ଙ୍କ ସହ ବିବାଦ ପରେ କ୍ୟାପଟେନ ସିଏମ ପଦରୁ ଇସ୍ତଫା ଦେଇଥିଲେ । ଦଳ ତାଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସେପଟେ ବିଗତ ଦିନରେ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଙ୍କୁ ଜଣେ ବିପଜ୍ଜନକ ବ୍ୟକ୍ତି ଭାବରେ ବର୍ଣ୍ଣନା କରି କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) କହିଥିଲେ ଯେ ସେ ତାଙ୍କଠାରୁ ଦେଶ ରକ୍ଷା କରିବା ପାଇଁ ଯେକୌଣସି ବଳିଦାନ ଦେବାକୁ ପ୍ରସ୍ତୁତ ଅଛନ୍ତି । ଆଗାମୀ ନିର୍ବାଚନ ପୂର୍ବରୁ ଅମରିନ୍ଦର ସିଂ କହିଛନ୍ତି ଯେ ସେ ନବଜୋତ ସିଦ୍ଧୁଙ୍କ ବିରୋଧରେ ଜଣେ ମଜଭୁତ ପ୍ରାର୍ଥୀ ଛିଡ଼ା କରାଇବେ ଓ ତାଙ୍କୁ କୌଣସି ମୂଲ୍ୟରେ ମୁଖ୍ୟମନ୍ତ୍ରୀ ହେବାକୁ ଦେବେ ନାହିଁ । 

ଅମରିନ୍ଦର ସିଂଙ୍କ କାର୍ଯ୍ୟାଳୟ ଅନୁଯାୟୀ, କ୍ୟାପଟେନ ଖୁଲାସା କରିଛନ୍ତି ଯେ ସେ ସୋନିଆ ଗାନ୍ଧୀଙ୍କୁ ୩ ସପ୍ତାହ ପୂର୍ବରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ତାଙ୍କୁ ପଦରେ ରହି ନିଜ ଦାୟିତ୍ୱନିର୍ବାହ କରିବା କଥା କହିଥିଲେ । ଯଦି ସେ ମୋତେ ଫୋନ୍ କରିଥା'ନ୍ତେ ଓ ମୋତେ ପଦ ଛାଡ଼ିବାକୁ କହିଥା'ନ୍ତେ ତ ମୁଁ ମଧ୍ୟ ତାହା କରିଥା'ନ୍ତି । ସେ କହିଛନ୍ତି ଯେ ଜଣେ ସୈନିକ ଭାବରେ ମୋତେ ଜଣା ମୋର କାମ କିପରି କରିବି ।

ରାହୁଲ ଓ ପ୍ରିୟଙ୍କାଙ୍କୁ ଅନଭିଜ୍ଞ ବୋଲି କହି ସେ ଆହୁରି ମଧ୍ୟ କହିଛନ୍ତି ଯେ, "ପ୍ରିୟଙ୍କା ଓ ରାହୁଲ (ଗାନ୍ଧୀ ଭାଇ-ଭଉଣୀ) ମୋ ପିଲାମାନଙ୍କ ପରି… ଏହା ଏହିପରି ଶେଷ ହେବାର ନଥିଲା । ମୁଁ ଆଘାତ ପାଇଛି ।" ସେ କହିଛନ୍ତି ଯେ ସେହି ଉଭୟ ପିଲା ଅତ୍ୟନ୍ତ ଅନଭିଜ୍ଞ ଓ ସେମାନଙ୍କର ପରାମର୍ଶଦାତା ସେମାନଙ୍କୁ ସ୍ପଷ୍ଟ ଭାବରେ ବିଭ୍ରାନ୍ତ କରୁଛନ୍ତି । ଏଠାରେ କହି ରଖୁଛୁ ଯେ ନିକଟ ଅତୀତରେ କ୍ୟାପଟେନ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ପରେ ଚରଣଜିତ ସିଂ ଚାନ୍ନି (Charanjit Singh Channi) ଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

ଅଧିକ ପଢ଼ନ୍ତୁ:-କେରଳରେ ବଢ଼ୁଛି ତାଲିବାନ ସମର୍ଥକଙ୍କ ସଂଖ୍ୟା, ଶିକ୍ଷିତ ମହିଳାମାନଙ୍କୁ କରାଯାଉଛି ଟାର୍ଗେଟ; CPI(M) ର ଡକ୍ୟୁମେଣ୍ଟରୁ ହୋଇଛି ଖୁଲାସା

ଅଧିକ ପଢ଼ନ୍ତୁ:-୨ ମିନିଟରେ ଜାଣନ୍ତୁ ଖାଇବା ତେଲରେ ମିଶ୍ରଣ ହୋଇଛି ନା ଏହା ଶୁଦ୍ଧ, FSSAI କହିଲା ଟ୍ରିକ୍

ଅଧିକ ପଢ଼ନ୍ତୁ:-ଦୁର୍ଗା ପୂଜା ପୂର୍ବରୁ ମିଳିଲା ବଡ଼ ଖୁସି ଖବର! ଏସବୁ ରାଜ୍ୟର ଲକ୍ଷ ଲକ୍ଷ କର୍ମଚାରୀଙ୍କ ବେତନରେ ହେବ ବୃଦ୍ଧି