ସୂଚନାଯୋଗ୍ୟ, ଅମରିନ୍ଦର ସିଂ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି ।
Trending Photos
ନୂଆଦିଲ୍ଲୀ: Captain Amarinder Singh Meets Amit Shah: ବରିଷ୍ଠ କଂଗ୍ରେସ ନେତା ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଙ୍କୁ ଭେଟିବାକୁ ପହଞ୍ଚିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ ଧରି ଆଲୋଚନା ହୋଇଛି । ସୂଚନା ମୁତାବକ କ୍ୟାପଟେନ ବିଜେପିରେ ସାମିଲ ହୋଇପାରନ୍ତି ଓ ତାଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ପଦ ମିଳିପାରେ । ସେପଟେ ପଞ୍ଜାବ କଂଗ୍ରେସରେ ଚାଲିଥିବା ରାଜନୈତିକ ଝଡ଼ ମଧ୍ୟରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଚର୍ଚ୍ଚାର ବଜାର ଗରମ ହୋଇଯାଇଛି ।
ସୂଚନାଯୋଗ୍ୟ, ଅମରିନ୍ଦର ସିଂ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛନ୍ତି । ଯେତେବେଳେ ତାଙ୍କୁ ପଚରାଗଲା ଯେ, "ସେ ଏଠାରେ କୌଣସି ନେତାଙ୍କୁ ଭେଟିବେ କି ନାହିଁ, ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ । ରାଜନୈତିକ ବୈଠକର କଳ୍ପନାକୁ ପ୍ରତ୍ୟାଖ୍ୟାନ କରି ସେ କହିଥିଲେ ମୁଁ କୌଣସି ନେତାଙ୍କୁ ଭେଟିବି ନାହିଁ । ଏଠାରୁ ମୁଁ ଘରକୁ ଯିବି (କାପୁରଥାଲା ହାଉସ୍) । ମୁଁ ସାମାନ ଏକାଠି କରି ପଞ୍ଜାବକୁ ଫେରିବି ।"
ଏହି ଦୁଇ ନେତାଙ୍କ ସାକ୍ଷାତ ଏପରି ଏକ ସମୟରେ ହେଉଛି ଯେତେବେଳେ ପଞ୍ଜାବ କଂଗ୍ରେସରେ ରାଜନୈତିକ ଝଡ଼ ଲାଗି ରହିଛି । ପଞ୍ଜାବ କଂଗ୍ରେସର ସଭାପତି ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି । କିଛି ଘଣ୍ଟା ମଧ୍ୟରେ ପଞ୍ଜାବ କଂଗ୍ରେସର ଅନେକ ନେତା ମଧ୍ୟ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ ।
ଅମରିନ୍ଦର ସିଂ ଓ ସିଦ୍ଧୁଙ୍କ ମଧ୍ୟରେ ମତଭେଦ ଆଉ କାହାଠାରୁ ଲୁଚି ନାହିଁ । ଇସ୍ତଫା ପରେ ସିଦ୍ଧୁଙ୍କ ଉପରେ ବର୍ଷିଥିଲେ ଅମରିନ୍ଦର ସିଂ । ସେ କହିଥିଲେ ଯେ, "ସେ ଜଣେ ଅସ୍ଥିର ଓ ବିପଜ୍ଜନକ ବ୍ୟକ୍ତି । ସୀମାନ୍ତ ରାଜ୍ୟ ପଞ୍ଜାବ ଚଳାଇବା ପାଇଁ ସେ ଫିଟ୍ ନୁହଁନ୍ତି ।"
ସିଦ୍ଧୁଙ୍କ ଇସ୍ତଫାକୁ ଏକ ନାଟକ ବୋଲି କହି ଅମରିନ୍ଦର ସିଂ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ଏହି ପଦକ୍ଷେପ ଦର୍ଶାଇଛି ଯେ ସେ କଂଗ୍ରେସ ଛାଡିବା ଓ ବିଧାନସଭା ନିର୍ବାଚନରେ ଅନ୍ୟ ଦଳରେ ଯୋଗଦେବା ଭଳି ଭୂମିକା ଗ୍ରହଣ କରୁଛନ୍ତି । ସେ ଏକ ବିବୃତ୍ତିରେ କହିଛନ୍ତି ଯେ ମୁଁ କହିଛି ଯେ ଏହି ବ୍ୟକ୍ତି ଅସ୍ଥିର ଓ ବିପଜ୍ଜନକ ଏବଂ ପଞ୍ଜାବ ଚଳାଇବାର ଦାୟିତ୍ୱ ତାଙ୍କୁ ଦିଆଯାଇପାରିବ ନାହିଁ ।
ଅଧିକ ପଢ଼ନ୍ତୁ:-୪୮ ଘଣ୍ଟା ପର୍ଯ୍ୟନ୍ତ ରହିବ ଲଘୁଚାପର ପ୍ରଭାବ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ଅଧିକ ପଢ଼ନ୍ତୁ:-ଏଣିକି ବିନା ଇଣ୍ଟରନେଟରେ ଗୁଗୁଲ୍ ପେ, ପେଟିଏମ୍, ଫୋନ୍ ପେରୁ ପଠାଇ ପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା
ଅଧିକ ପଢ଼ନ୍ତୁ:-ଶିଶୁଙ୍କ ପାଇଁ ଆଧାର କାର୍ଡ ତିଆରି କରିବା ନିୟମରେ ହେଲା ପରିବର୍ତ୍ତନ, ବର୍ତ୍ତମାନ ସହଜ ହେଲା ଆବେଦନ ପ୍ରକ୍ରିୟା
ଅଧିକ ପଢ଼ନ୍ତୁ:-ଏହି ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଛାଡ଼ ହେବ ବିଦ୍ୟୁତ୍ ବିଲ୍