ଏହି ରାଜ୍ୟର ବିଧାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ବଢ଼ିବ ଦରମା, ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ସାଲାରୀ?
Advertisement

ଏହି ରାଜ୍ୟର ବିଧାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ବଢ଼ିବ ଦରମା, ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ସାଲାରୀ?

Chhattisgarh CM Salary Hike: ଛତିଶଗଡ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Bhupesh Baghel) ଙ୍କ ସମେତ ୧୩ ଜଣ ମନ୍ତ୍ରୀ ଅଛନ୍ତି । ସଂସଦୀୟ ସଚିବମାନଙ୍କୁ ମାସିକ ୧.୭୫ ଲକ୍ଷ ଟଙ୍କା ମିଳିବ, ଯାହା ପୂର୍ବେ ୧.୨୫ ଲକ୍ଷ ଟଙ୍କା ପାଉଥିଲେ। ବଘେଲ ସରକାରରେ ୧୫ ଜଣ ସଂସଦୀୟ ସଚିବ ଅଛନ୍ତି ।

ଏହି ରାଜ୍ୟର ବିଧାୟକଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ବଢ଼ିବ ଦରମା, ଜାଣନ୍ତୁ ବର୍ତ୍ତମାନ କେତେ ମିଳିବ ସାଲାରୀ?

ରାୟପୁର: Chhattisgarh CM Salary Hike: ଛତିଶଗଡ ବିଧାନସଭା (Chhattisgarh Assembly) ରେ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା, ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଉପସ୍ଥାପିତ ଏକ ବିଧେୟକକୁ ସର୍ବସମ୍ମତିରେ ପାରିତ କରାଯାଇଛି । ମଙ୍ଗଳବାର ବାଚସ୍ପତି, ଉପବାଚସ୍ପତି ଏବଂ ସଂସଦୀୟ ସଚିବଙ୍କ ଦରମା ଓ ଭତ୍ତା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବା ଅନ୍ୟ ଏକ ବିଧାୟକ ମଧ୍ୟ ଗୃହରେ ପାରିତ ହୋଇଛି ।

ବିଧାୟକଙ୍କ ଦରମା ବୃଦ୍ଧି ସହ ଜଡିତ ଚାରୋଟି ପୃଥକ ବିଧେୟକ ସର୍ବସମ୍ମତି କ୍ରମେ ପାରିତ ହୋଇଯାଇଛି । ଏକ ବିଧେୟକ ଅନୁଯାୟୀ, ବୃଦ୍ଧି ପରେ ମୁଖ୍ୟମନ୍ତ୍ରୀଙ୍କ ଦରମା (Chhattisgarh CM Salary Hike) ବର୍ତ୍ତମାନ ମାସିକ ୧.୩୫ ଲକ୍ଷରୁ ୨.୦୫ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ମନ୍ତ୍ରୀଙ୍କ ଦରମା ୧.୩୦ ଲକ୍ଷରୁ ୧.୯୦ ଲକ୍ଷକୁ ବୃଦ୍ଧି ପାଇବ ।

ଛତିଶଗଡ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ (Bhupesh Baghel) ଙ୍କ ସମେତ ୧୩ ଜଣ ମନ୍ତ୍ରୀ ଅଛନ୍ତି । ସଂସଦୀୟ ସଚିବମାନଙ୍କୁ ମାସିକ ୧.୭୫ ଲକ୍ଷ ଟଙ୍କା ମିଳିବ, ଯାହା ପୂର୍ବେ ୧.୨୫ ଲକ୍ଷ ଟଙ୍କା ପାଉଥିଲେ। ବଘେଲ ସରକାରରେ ୧୫ ଜଣ ସଂସଦୀୟ ସଚିବ ଅଛନ୍ତି । ଅନ୍ୟ ଏକ ବିଧେୟକରେ ଦର୍ଶାଯାଇଛି ଯେ ବାଚସ୍ପତିଙ୍କ ଦରମା ମାସକୁ ୧.୩୨ ଲକ୍ଷରୁ ୧.୯୫ ଲକ୍ଷକୁ ବୃଦ୍ଧି ହୋଇଥିବାବେଳେ ଉପବାଚସ୍ପତି ମାସିକ ୧.୨୮ ଲକ୍ଷ ଟଙ୍କା ବଦଳରେ ୧.୮୦ ଲକ୍ଷ ଟଙ୍କା ପାଇବେ ।
 
ସେହିଭଳି ବିରୋଧୀଦଳର ଯେଉଁ ନେତାମାନଙ୍କ ପାଖରେ କ୍ୟାବିନେଟ ରାଙ୍କ ରହିଛି, ସେମାନଙ୍କୁ ମାସକୁ ୧.୯୦ ଲକ୍ଷ ଟଙ୍କା ମିଳିବ । ଯାହା ବର୍ତ୍ତମାନ ପ୍ରତି ମାସରେ ୧.୩୦ ଲକ୍ଷ ଟଙ୍କା ମିଳୁଛି ।

ଏହା ବି ପଢ଼ନ୍ତୁ:-ଅଗଷ୍ଟରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ! ଶୀଘ୍ର ସାରି ନିଅନ୍ତୁ ଜରୁରୀ କାମ, ବ୍ରାଞ୍ଚ ଯିବା ପୂର୍ବରୁ ଚେକ୍ କରନ୍ତୁ ଛୁଟି ତାଲିକା

ଏହା ବି ପଢ଼ନ୍ତୁ:-ସଙ୍କଟରେ କଂଗ୍ରେସ ସରକାର! ଅନାସ୍ଥା ପ୍ରସ୍ତାବର ସାମ୍ନା କରିବେ ସିଏମ ଭୂପେଶ ବଘେଲ, ଜାଣନ୍ତୁ ବିଜେପି ନା କଂଗ୍ରେସ, କାହାର ପଲା କେତେ ଭାରି

ଏହା ବି ପଢ଼ନ୍ତୁ:-ବନ୍ୟା ଓ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୧୩୬ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ପୂରା ଲିଷ୍ଟ୍

 

ସେପଟେ ଜଣେ ବିଧାୟକ ବର୍ତ୍ତମାନ ୧.୧୦ ଲକ୍ଷ ଟଙ୍କା ବଦଳରେ ମାସିକ ୧.୬୦ ଲକ୍ଷ ଟଙ୍କା ପାଇବେ । ଏହି ବୃଦ୍ଧି ପରେ ଜଣେ ବିଧାୟକ ୨୦,୦୦୦ ଟଙ୍କା ବେସିକ ଦରମା, ୫୫,୦୦୦ ନିର୍ବାଚନମଣ୍ଡଳୀ ଭତ୍ତା, ୧୦,୦୦୦ ଟେଲିଫୋନ୍ ଭତ୍ତା ଏବଂ ମାସକୁ ୧୫,୦୦୦ ମେଡିକାଲ ଭତ୍ତା ପାଇବେ । ଏହା ବ୍ୟତୀତ ବିଧାୟକମାନେ ଦୈନିକ ୨,୦୦୦ ଟଙ୍କା ଭତ୍ତା ପାଇବେ ।

ବିଧାୟକମାନଙ୍କୁ ଦିଆଯାଉଥିବା ମାସକୁ ୧୫,୦୦୦ ଟଙ୍କା କ୍ରମାଗତ ଭତ୍ତାରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଅଧିକାରୀଙ୍କ କହିବାନୁସାରେ, ଦରମା ଓ ଭତ୍ତା ବୃଦ୍ଧି ରାଜ୍ୟ କୋଷ ଉପରେ ପ୍ରାୟ ୬.୮୧ କୋଟି ଟଙ୍କାର ଅତିରିକ୍ତ ବାର୍ଷିକ ବୋଝ ବଢ଼ିବାର ସମ୍ଭାବନା ରହିଛି ।