BJP MLA Krishnamurti Bandhi: ଭାଙ୍ଗ ଖାଉଥିବା ଲୋକେ କରିଥାନ୍ତି କମ ଅପରାଧ
Advertisement
Article Detail0/zeeodisha/odisha1273383

BJP MLA Krishnamurti Bandhi: ଭାଙ୍ଗ ଖାଉଥିବା ଲୋକେ କରିଥାନ୍ତି କମ ଅପରାଧ

Chattisgarh MLA Krishnamurti Bandhi: ଦୁଷ୍କର୍ମ, ହତ୍ୟା, ଝଗଡା ଭଳି ଅପରାଧ ହେବାର କାରଣ ହେଉଛି ମଦ୍ୟପାନ। ଭାଙ୍ଗ ଖାଉଥିବା କୌଣସି ଲୋକ କେବେ ଏଭଳି ଅପରାଧ କରିଛନ୍ତି ନା ନାହିଁ। 

BJP MLA Krishnamurti Bandhi: ଭାଙ୍ଗ ଖାଉଥିବା ଲୋକେ କରିଥାନ୍ତି କମ ଅପରାଧ

Chattisgarh MLA Krishnamurti Bandhi: ନିଶା ସେବନ କରି କରାଯାଉଥିବା ଅପରାଧ ପ୍ରସଙ୍ଗରେ ରଖିଥିବା ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଛତିଶଗଡ ମସ୍ତୁରି ଆସନର ବିଜେପି ବିଧାୟକ ଡ.କୃଷ୍ଣମୂର୍ତ୍ତି ବାନ୍ଧୀ। ମଦ୍ୟପାନର ବିକଳ୍ପ ଭାବରେ ଭାଙ୍ଗ ଏବଂ ଗଞ୍ଜେଇ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଲାଗି କୁ ପରାମର୍ଶ ଦେଇଛନ୍ତି। ଏନେଇ  ସେ ଦାବି କରିଛନ୍ତି ଯେ ଏଭଳି ନିଶା ଜାତୀୟ ପଦାର୍ଥ ବ୍ୟବହାର କରୁଥିବା ଦୁଷ୍କର୍ମ, ହତ୍ୟା, ଡକାୟତି ଭଳି ଗୁରୁତର ଅପରାଧ କରିଥାଏ ବହୁତ କମ କରିଥାନ୍ତି। ଶନିବାର ରାଜ୍ୟର ଗୌରଲା-ପେଣ୍ଡ୍ରା-ମାରୱା ଜିଲ୍ଲାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏକଥା କହିଛନ୍ତି ବିଜେପି ବିଧାୟକ। ଅନ୍ୟପଟେ ଶାସକ କଂଗ୍ରେସ ବିରୋଧି ବିଧାୟକଙ୍କ ବିବୃତ୍ତି ଉପରେ ପ୍ରଶ୍ନ କରିଛି ଯେ ଜଣେ ସାଧାରଣ ପ୍ରତିନିଧୀ କିପରି ନିଶା ସେବନକୁ ପ୍ରୋତ୍ସାହିତ କରିପାରିବେ।

ବିଜେପି ବିଧାୟକ ଡ.କୃଷ୍ଣମୂର୍ତ୍ତି ବାନ୍ଧୀ ଏହି ବିବୃତ୍ତି ପରେ ରାଜ୍ୟ ଅଧିକାରୀ କହିଛନ୍ତି ଯେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ (NDPS) ଅଧିନିୟମ ଅନୁଯାୟୀ ଗଞ୍ଜେଇ ବିକ୍ରୟ ତଥା ବ୍ୟବହାର ନିଷେଧାଦେଶ ଜାରି ହୋଇଥିବା ବେଳେ ଆଇନ ଅନୁଯାୟୀ ଭାଙ୍ଗ ବ୍ୟବହାରକୁ ଅନୁମତି ଦିଆଯାଇଛି। ରାଜ୍ୟରେ ମଦ୍ୟପାନ ନିଷେଧ କରିବା ଲାଗି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ଉପରେ ଜବାବ ରଖି କହିଛନ୍ତି ଯେ ଆମେ ଏହା ପୂର୍ବରୁ ବିଧାନସଭରେ ଏହି ପ୍ରସଙ୍ଗ ଉଠାଇସାରିଛୁ। ଆସନ୍ତା ଜୁଲାଇ ୨୭ ତାରିଖରେ ଏହି ପ୍ରସଙ୍ଗ ପୁନର୍ବାର ଉଠାଇବୁ। ବିରୋଧୀ ଦଳ ସେହି ଦିନ ଭାରତୀୟ ଜନତା ପାର୍ଟି ଦ୍ୱାରା ନିଆଯାଇଥିବା ଆତ୍ମବିଶ୍ୱାସ ପ୍ରସ୍ତାବ ଉପରେ ଆଲୋଚନା କରିବେ।

ଏହା ହେଉଛି ମୋର ବ୍ୟକ୍ତିଗତ ବିଚାର। ମୁଁ ଅତୀତରେ ବିଧାନସଭାରେ ଏହା ପ୍ରସଙ୍ଗରେ ଚର୍ଚ୍ଚା କରିଛି। ମୁଁ କହିଥିଲି ଯେ ଦୁଷ୍କର୍ମ, ହତ୍ୟା, ଝଗଡା ଭଳି ଅପରାଧ ହେବାର କାରଣ ହେଉଛି ମଦ୍ୟପାନ। ଭାଙ୍ଗ ଖାଉଥିବା କୌଣସି ଲୋକ କେବେ ଏଭଳି ଅପରାଧ କରିଛନ୍ତି ନା ନାହିଁ ସେ ନେଇ ମୁଁ ପ୍ରଶ୍ନ ପଚାରି ସାରିଛି। ମଦ ନିଷେଧ ପାଇଁ ଏକ କମିଟି ଗଠନ କରାଯାଇଛି। ଭାଙ୍ଗ ଏବଂ ଗଞ୍ଜେଇ ବ୍ୟବହାର କପରି ବଢିପାରିବ କମିଟି ତାହା ଉପରେ ବିଚାର କରିବା ଆବଶ୍ୟକ। ଯଦି ଲୋକେ ନିଶା ସେବନ କରିବାକୁ ଚାହାଁନ୍ତି ତାହେଲେ ତାଙ୍କୁ ନିଶା ଜାତୀୟ ଦ୍ରବ୍ୟ ଦେବା ଆବଶ୍ୟକ ଯାହା ଫଳରେ ସେ କୌଣସି ଅପରାଧ କରିବେ ନାହିଁ। ଏହା ମୋର ବ୍ୟକ୍ତିଗତ ବିଚାର। 

ବିଜେପି ବିଧାୟକ ଡ.କୃଷ୍ଣମୂର୍ତ୍ତି ବାନ୍ଧୀଙ୍କ ମନ୍ତବ୍ୟ ବାବଦରେ ପ୍ରତିକ୍ରିୟା ରଖି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ କହିଛନ୍ତି ଯେ କୌଣସି ପ୍ରକାରର ନିଶା ସେବନ ଭଲ ହୋଇପାରିବ ନାହିଁ। ବିଧାୟକଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଯଦି ସେ ଚାହୁଁଛନ୍ତି ଯେ ଦେଶରେ ଗଞ୍ଜେଇ ବ୍ୟବହାରକୁ ଆଇନଗତ ଭାବରେ ଅନୁମତି ଦିଆଯାଉ ତାହେଲେ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରନ୍ତି। ଯେତେବେଳେ କେନ୍ଦ୍ରୀୟ ଏଜେନ୍ସି ୧୦ ଗ୍ରାମ ଗଞ୍ଜେଇ ଜବତ କରିବା ପାଇଁ ମୁମ୍ବାଇ ସହରରେ ବୁଲୁଛନ୍ତି ସେତେବେଳେ ବିଜେପି ନେତା କହୁଛନ୍ତି ଯେ ଗଞ୍ଜେଇ ସେବନ କରିବା ଆବଶ୍ୟକ। ଗଞ୍ଜେ ବ୍ୟବହାର ନିଷେଧ। ଏହାର ବ୍ୟବହାରକୁ ଅନୁମତି ଦେବା ପାଇଁ ସେ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉଠାଇବା ଆବଶ୍ୟକ। କୌଣସି ପ୍ରକାର ନିଶା ସେବନ ଭଲ ନୁହେଁ।

Also Read: ଗୋଇଠା ମାରି ପାଚେରୀ ଭାଙ୍ଗିଦେଲେ ବିଧାୟକ