କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !
Advertisement

କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

 କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗରେ ଦଳରେ ଦୁଇଟି ମତ ରହିଛି । ଗୋଟିଏ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟଟି ସୋନିଆ ଗାନ୍ଧୀଙ୍କ ସମର୍ଥନରେ ଅଛନ୍ତି ।

କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ତମାଲ ବାକଚି, ନୂଆଦିଲ୍ଲୀ: ଦେଶର ସବୁଠାରୁ ପୁରୁଣା ରାଜନୈତିକ ଦଳ ତଥା କେନ୍ଦ୍ରରେ ଦୀର୍ଘ ସମୟ ଧରି କ୍ଷମତାରେ ରହିଥିବା କଂଗ୍ରେସ(Congress) ବର୍ତ୍ତମାନ ନେତୃତ୍ୱ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଦୀର୍ଘ ଏକ ବର୍ଷ ହେବ ଦଳକୁ ନୂଆ ଅଧ୍ୟକ୍ଷ ମିଳି ପାରିନାହିଁ । ୨୦୧୯ ଲୋକସଭା ନିର୍ବାଚନ(Loksabha Election 2019) ପରେ କଂଗ୍ରେସର ଅଧ୍ୟକ୍ଷ(Congress President) ପଦରୁ ରାହୁଲ ଗାନ୍ଧୀ(Rahul Gandhi) ଇସ୍ତଫା ଦେଇଥିଲେ । ସେବେଠାରୁ ବର୍ତ୍ତମାନ ଯାଏ ସୋନିଆ ଗାନ୍ଧୀ(Sonia Gandhi) ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଅବଶ୍ୟ ବର୍ତ୍ତମାନ ସମୟରେ କଂଗ୍ରେସରେ ଗାନ୍ଧୀ ପରିବାରର(Gandhi Family) ସଦସ୍ୟଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିବେ ତାହା ଚିନ୍ତା କରିବା ହିଁ ଭୁଲ । କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗରେ ଦଳରେ ଦୁଇଟି ମତ ରହିଛି । ଗୋଟିଏ ଗୋଷ୍ଠୀ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟଟି ସୋନିଆ ଗାନ୍ଧୀଙ୍କ ସମର୍ଥନରେ ଅଛନ୍ତି ।

ଅଧିକ ପଢ଼ନ୍ତୁ:-ସଚିନ ପାଇଲଟ କଂଗ୍ରେସକୁ ଫେରିବା ପଛରେ ବିଜେପିର ଏହି ବଡ଼ ନେତାଙ୍କ ହାତ !

କଂଗ୍ରେସର ଯୁବ ନେତାଙ୍କ ସମେତ ବହୁ ସଂଖ୍ୟକ ନେତା ରାହୁଲଙ୍କୁ ପୁଣିଥରେ ଅଧ୍ୟକ୍ଷ ପଦରେ ଦେଖିବାକୁ ଚାହୁଁଛନ୍ତି । କିନ୍ତୁ କେତେକ ବିଶ୍ୱାସ କରନ୍ତି ଯେ ସୋନିଆ ଗାନ୍ଧୀ ହିଁ ଦଳକୁ ସଠିକ ଦିଗଦର୍ଶନ ଦେଇପାରିବେ । ୨୦୧୯ ଲୋକସଭା ନିର୍ବାଚନରେ ​​କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଦୀର୍ଘ ଦିନର ମାରାଥନ ବୈଠକ ପରେ ସୋନିଆ ଗାନ୍ଧୀଙ୍କୁ ଦଳର ଅନ୍ତରୀଣ ଅଧ୍ୟକ୍ଷ କରାଯାଇଥିଲା । କିନ୍ତୁ ତାଙ୍କ ୧ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବା ପରେ ମଧ୍ୟ ଦଳରେ ନେତୃତ୍ୱର ସଙ୍କଟ ଦୂର ହୋଇପାରି ନାହିଁ । ଦଳ ବର୍ତ୍ତମାନ ଯାଏ ନେତୃତ୍ୱ ସମ୍ବନ୍ଧୀୟ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଜଣାପଡ଼ୁଛି । କଂଗ୍ରେସର ଅନେକ ବଡ ନେତା ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ନେତୃତ୍ୱ ଦେବାକୁ ଦାବି କରିଛନ୍ତି । କିନ୍ତୁ ଏମିତି କିଛି ନେତା ଅଛନ୍ତି ଯେଉଁମାନେ ସୋନିଆଙ୍କୁ ହିଁ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଛନ୍ତି । ଅନ୍ୟପଟେ କିଛି ନେତାମାନେ ବିଶ୍ୱାସ କରୁଛନ୍ତି ଯେ ଦଳରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଘୋଷଣା କରାଯିବା ଉଚିତ । 

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

ଅଧିକ ପଢ଼ନ୍ତୁ:-ପୁଣି କଂଗ୍ରେସକୁ କାହିଁକି ଫେରିଲେ ସଚିନ, ଜାଣନ୍ତୁ ରାହୁଲ-ପାଇଲଟଙ୍କ ମଧ୍ୟରେ କ'ଣ ହୋଇଛି ଡିଲ୍ ?

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦିଗବିଜୟ ସିଂ ଅଧ୍ୟକ୍ଷ ପଦ ପାଇଁ ରାହୁଲ ଗାନ୍ଧୀଙ୍କ ସମର୍ଥନ କରିଆସୁଛନ୍ତି । ତାଙ୍କ ପରି ଦଳର ବହୁ ବରିଷ୍ଠ ନେତା ରାହୁଲଙ୍କୁ ପୁଣି ଥରେ ଅଧ୍ୟକ୍ଷ ପଦରେ ଫେରିବାକୁ ଦାବି କରି ଆସୁଛନ୍ତି । କିନ୍ତୁ ରାହୁଲ ଅଧ୍ୟକ୍ଷ ପଦରେ ଫେରିବାକୁ ନାରାଜ । ଅନ୍ୟପଟେ କଂଗ୍ରେସ ହାତରୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଖସିବାରେ ଲାଗିଛି । ବର୍ତ୍ତମାନ କଂଗ୍ରେସ ହାତରେ ରାଜସ୍ଥାନ, ଛତିଶଗଡ଼ ଏବଂ ପଞ୍ଜାବ ପରି ରାଜ୍ୟ ଓ ପଣ୍ଡିଚେରୀ ଭଲି କେନ୍ଦ୍ରଶାସିତ ଅଞ୍ଚଳ ରହିଯାଇଛି । ଅବଶ୍ୟ ରାଜସ୍ଥାନ ମଧ୍ୟ ହାତରୁ ଖସିବାର ସମ୍ଭାବନା ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ରାଜସ୍ଥାନ ସଙ୍କଟକୁ ଦୂର କରିବା ସଫଳ ହୋଇଛି ଦଳ । ଅନ୍ୟପଟେ ସଂଖ୍ୟା ବଳ ନଥାଏ ମଧ୍ୟ ବିଜେପି(BJP) କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମଣିପୁର ଗୋଆ ପରି ଅନେକ ରାଜ୍ୟରେ କଂଗ୍ରେସ ବିଧାୟକଙ୍କୁ ଭାଙ୍ଗି ସରକାର ଗଢ଼ିବାରେ ସଫଳ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦଳ ଦୀର୍ଘ ସମୟ ଧରି ନେତୃତ୍ୱ ସଙ୍କଟ ମଧ୍ୟ ଦେଇ ଗତି କରୁଛି । ସେପଟେ ସୋନିଆ ଗାନ୍ଧୀଙ୍କ ବୟସ ବୃଦ୍ଧି ସହ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଦଳ ପାଇଁ ସଠିକ ସମୟ ଦେବା ସମ୍ଭବ ହୋଇପାରୁ ନଥିବ । ଏଥିପାଇଁ ଦଳର ବହୁ ବରିଷ୍ଠ ନେତା ଅତିଶୀଘ୍ର କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ କରିବା ପାଇଁ ଦାବି କରୁଛନ୍ତି । ବିଗତ ଦିନରେ ଶଶି ଥରୁର(Shashi Tharoor), ଅଭିଷେକ ମନୁ ସିଂଘବୀଙ୍କ ପରି ଦଳର ବରିଷ୍ଠ ନେତାଗଣ ସାର୍ବଜନିକ ମଞ୍ଚରେ ଏହି ଦାବି କରିସାରିଛନ୍ତି । ବର୍ତ୍ତମାନ ସମୟ ହିଁ କହିବ କିଏ ଆଉ କେବେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଆଉ ଦଳର ନେତୃତ୍ୱ ସଙ୍କଟକୁ ଦୂର କରିବେ ।