ଗୁଜୁରାଟରେ ଏକ ବଡ଼ ପ୍ରୟୋଗ କରିବାକୁ ଯାଉଛି କଂଗ୍ରେସ, ଏହି ଚେହେରା ଉପରେ ଲଗାଇବ ବାଜି!
Advertisement
Article Detail0/zeeodisha/odisha1142686

ଗୁଜୁରାଟରେ ଏକ ବଡ଼ ପ୍ରୟୋଗ କରିବାକୁ ଯାଉଛି କଂଗ୍ରେସ, ଏହି ଚେହେରା ଉପରେ ଲଗାଇବ ବାଜି!

Gujarat Elections 2022: କିନ୍ତୁ କଂଗ୍ରେସ ପାଇଁ ସବୁକିଛି ଏତେ ସହଜ ନୁହେଁ । ରାଜନୌତିକ ଦୃଷ୍ଟିରୁ ନରେଶ ପଟେଲ ଏକ ସମ୍ପୂର୍ଣ୍ଣ ନୂଆ ଚେହେରା । ସେ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି । ନୂତନ ନେତାଙ୍କୁ ଗୁରୁତ୍ୱ ଦିଆଯାଇବାରୁ ଅନ୍ୟ ନେତାମାନେ କ୍ରୋଧିତ ହୋଇ ଦଳ ଛାଡ଼ି ପାରନ୍ତି । ପଞ୍ଜାବରେ ବିଜୟ ପରେ ଆମ୍ ଆଦମୀ ପାର୍ଟି (AAP) ନୂତନ ଶକ୍ତି ସହିତ ଗୁଜୁରାଟରେ ନିର୍ବାଚନ ଲଢ଼ିବାକୁ ଯାଉଛି । ପଞ୍ଜାବରେ କଂଗ୍ରେସ କ୍ୟାପଟେନଙ୍କୁ ହଟାଇ ଚନ୍ନି ଓ ସିଦ୍ଧୁଙ୍କ ଉପରେ ବ୍ୟାଟିଂ କରି ହାତ ଜାଳି ସାରିଛନ୍ତି । ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ କଂଗ୍ରେସ ସରକାର ବିରୋଧୀ ମାହୌଲକୁ ବିଜୟରେ ପରିଣତ କରିପାରି ନାହିଁ । 

ଗୁଜୁରାଟରେ ଏକ ବଡ଼ ପ୍ରୟୋଗ କରିବାକୁ ଯାଉଛି କଂଗ୍ରେସ, ଏହି ଚେହେରା ଉପରେ ଲଗାଇବ ବାଜି!

ନୂଆଦିଲ୍ଲୀ: Gujarat Elections 2022: ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ ​ଦଳର ଶୋଚନୀୟ ​ପରାଜୟ ପରେ କଂଗ୍ରେସ (Congress) ମାନସ ମନ୍ଥନ କରିବାରେ ଲାଗିଛି । ଚଳିତ ବର୍ଷ ଶେଷରେ ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଦଳ ଏକ ବଡ଼ ରଣନୀତି ପ୍ରସ୍ତୁତ କରୁଛି । କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ଭିତରେ ଭିତରେ ଦଳର ନେତୃତ୍ୱ ବଡ଼ ପାଟିଦାର ନେତା ନରେଶ ପଟେଲ (Patidar leader Naresh Patel) ଙ୍କୁ ମୁଖ୍ୟମନ୍ତ୍ରୀର ଚେହେରା କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।  ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Election strategist Prashant Kishor) ଏହି ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯଦି ସବୁ ଠିକ୍ ରହେ ତେବେ ଶୀଘ୍ର ନରେଶ ପଟେଲ କଂଗ୍ରେସରେ ଯୋଗ ଦେଇ ପାରନ୍ତି । ଏବେ ଆସନ୍ତୁ ଜାଣିବା କିଏ ନରେଶ ପଟେଲ, ଯାହାଙ୍କ ଚେହେରା ଉପରେ କଂଗ୍ରେସ ବାଜି ଲଗାଇପାରେ ଏବଂ ନରେଶ ପଟେଲଙ୍କ ଉପରେ କଂଗ୍ରେସ କାହିଁକି ଏତେ ବିଶ୍ୱାସ କରୁଛି?

ଗୁଜୁରାଟର ପ୍ରଭାବଶାଳୀ ପାଟିଦାର ସମାଜର ଲିଉଆ ସମ୍ପ୍ରଦାୟର ଏକ ଜଣାଶୁଣା ନାଁ ତଥା ଖୋଡଲଧାମ୍ ଟ୍ରଷ୍ଟର ମୁଖ୍ୟ ନରେଶ ପଟେଲ (Naresh Patel) ଆଜିକାଲି ଗୁଜୁରାଟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ନାମ । ଗୁଜୁରାଟରେ ୨୮ ବର୍ଷର ବନବାସ ଶେଷ କରିବାକୁ କଂଗ୍ରେସ ନରେଶ ପଟେଲଙ୍କ ଚେହେରାରେ ନିର୍ବାଚନ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି । ଏଥି ସହିତ ଆମ୍ ଆଦମୀ ପାର୍ଟି (Aam Aadmi Party:AP) ମଧ୍ୟ ନରେଶ ପଟେଲଙ୍କ ଉପରେ ନଜର ରଖିଛି । ତେବେ କଂଗ୍ରେସ ସୂତ୍ର ଅନୁଯାୟୀ ନରେଶ ପଟେଲ କଂଗ୍ରେସର ସର୍ବୋଚ୍ଚ ନେତୃତ୍ୱଙ୍କୁ ଭେଟିଛନ୍ତି ଓ ଏପ୍ରିଲର ପ୍ରଥମ ସପ୍ତାହରେ ରାହୁଲ ଗାନ୍ଧୀ (Rahul Gandhi) ଙ୍କ ଗୁଜୁରାଟ ଗସ୍ତ ସମୟରେ ସେ କଂଗ୍ରେସରେ ଯୋଗ ଦେଇପାରନ୍ତି । ପ୍ରାରମ୍ଭରେ ତାଙ୍କୁ ନିର୍ବାଚନ ପ୍ରଚାର କମିଟିର କମାଣ ଦିଆଯାଇପାରେ ଏବଂ ନିର୍ବାଚନ ପାଖେଇ ଆସୁଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇପାରେ ।

ସୂଚନାଯୋଗ୍ୟ, ନରେଶ ପଟେଲ (Naresh Patel) ଲିଉଆ ପଟେଲଙ୍କ କୁଳଦେବୀ ଖୋଡଲଧାମ ମାତା ମନ୍ଦିରକୁ ଚଲାଉଥିବା ଖୋଡଲଧାମ ଟ୍ରଷ୍ଟର ଚେୟାରମ୍ୟାନ । ଧାର୍ମିକ ତଥା ସାମାଜିକ କାର୍ଯ୍ୟ ଯୋଗୁଁ ନରେଶ ପଟେଲ ପାଟିଦାର ସମାଜରେ ଏକ ଜଣାଶୁଣା ନାମ, କିନ୍ତୁ ଗୁଜୁରାଟର ଅନ୍ୟ ସମାଜ ମଧ୍ୟରେ ତାଙ୍କ ଏକ ଭଲ ଭାବମୂର୍ତ୍ତି ରହିଛି ବୋଲି ମନେ କରାଯାଏ । ନରେଶ ପଟେଲଙ୍କର ମଧ୍ୟ ନିଜର ଏକ ବଡ଼ ବ୍ୟବସାୟ ଅଛି ଓ ପାଟିଦାର ସମାଜର ପ୍ରଭାବଶାଳୀ ଲୋକଙ୍କ ମଧ୍ୟରେ ତାଙ୍କର ଦବଦବା ରହିଛି । ଏଭଳି ପରିସ୍ଥିତିରେ ସେ କେବଳ ରାଜନୈତିକ ନୁହେଁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ବହୁତ ମଜଭୁତ ଅଟନ୍ତି ।

ମିଳିଥିବା ସୂଚନା ଅନୁସାରେ, ଏହି ପୁରା ରଣନୀତି ପଛରେ ପ୍ରଶାନ୍ତ କିଶୋର (Prashant Kishor) ଙ୍କ ନାମ ରହିଛି ବୋଲି କୁହାଯାଉଛି, ଯିଏ ଶୀଘ୍ର ଦଳରେ ଯୋଗଦେବେ । ପି.କେଙ୍କ ଦଳରେ ଯୋଗ ଦେବାକୁ ନେଇ କଂଗ୍ରେସ ନେତା ଶକ୍ତି ସିଂ ଗୋହିଲ (Shakti Singh Gohil) କହିଛନ୍ତି ଯେ, ଝିଅ ଦେଖିବା ସମୟରେ ନୁହେଁ ବରଂ ବିବାହ ସମୟରେ ସମସ୍ତଙ୍କୁ କୁହାଯାଇଥାଏ । ଗୁଜୁରାଟର ରାଜ୍ୟସଭା ସାଂସଦ ଗୋହିଲଙ୍କ ଏହି ବୟାନ ଅନେକ କଥା କହୁଛି ।

ଏହା ବି ପଢ଼ନ୍ତୁ:-ବାବର ଆଜମ ଭାଙ୍ଗିଲେ କୋହଲିଙ୍କ ଏହି ବଡ଼ ରେକର୍ଡ

ଏହା ବି ପଢ଼ନ୍ତୁ:-କୋରୋନାର ଘାତକ ଭାରିଆଣ୍ଟକୁ ନେଇ ଚେତାବନୀ ଜାରି କଲା WHO, କହିଲା-ବହୁତ ଖରାପ ହୋଇପାରେ ସ୍ଥିତି

ସୂତ୍ରାନୁସାରେ, ପି.କେ (PK) ଚାହୁଁଛନ୍ତି ଯେ ନରେଶ ପଟେଲ (Naresh Patel) ଗୁଜରାଟରେ କଂଗ୍ରେସ (Gujarat Congress) ର ନିର୍ବାଚନର ନେତୃତ୍ୱ ନିଅନ୍ତୁ ତ ନରେଶ ପଟେଲ ମଧ୍ୟ ଚାହୁଁଛନ୍ତି ଯେ ଏହି ପ୍ରଚାର ଅଭିଯାନ ପି.କେଙ୍କ ତତ୍ତ୍ୱାବଧାନରେ ହେଉ । ୨୦୧୨ ବିଧାନସଭା ନିର୍ବାଚନରେ ​​ପ୍ରଶାନ୍ତ କିଶୋର ପ୍ରଥମେ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ପାଇଁ ଏହି ଅଭିଯାନ ଚଳାଇଥିଲେ । କଂଗ୍ରେସ (Congress) ନେତୃତ୍ୱ ସହିତ ଆଲୋଚନା ସ୍ଥିର ହେବା ପରେ ପି.କେ କଂଗ୍ରେସ ସହିତ ତାଙ୍କ ସମ୍ପର୍କ ବିଷୟରେ ଖୁବ ଶୀଘ୍ର ଖୋଲାଖୋଲି ଭାବେ ବାହାରକୁ ଆସିପାରନ୍ତି ।

ବଡ କଥା ହେଉଛି ନରେଶ ପଟେଲଙ୍କ ନାମରେ କଂଗ୍ରେସ ଏକ ଆଭ୍ୟନ୍ତରୀଣ ସର୍ଭେ କରିଛି ଯେଉଁଥିରେ ଦଳ ପ୍ରାୟ ୪% ଲାଭ କରୁଥିବା ଦେଖାଯାଉଛି । ଗୁଜୁରାଟର ଶେଷ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ପ୍ରାୟ ୪୦% ଭୋଟ୍ ପାଇଥିଲା । ସୂଚନାନୁସାରେ, ସର୍ଭେରୁ ଜଣାପଡିଛି ଯେ ନରେଶ ପଟେଲଙ୍କ ନେତୃତ୍ୱରେ କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେବା ସ୍ଥିତିରେ ଆସିପାରେ । ଏଥି ସହିତ, ସୂତ୍ର ଅନୁଯାୟୀ ନରେଶ ପଟେଲଙ୍କ ବିନା କଂଗ୍ରେସ ଆମ୍ ଆଦମୀ ପାର୍ଟି ପଛରେ ପଡିପାରେ ବୋଲି ସର୍ଭେରେ କଂଗ୍ରେସ ପାଇଁ ଏକ ଚିନ୍ତାଜନକ ପରିସ୍ଥିତି ମଧ୍ୟ ସାମ୍ନାକୁ ଆସିଛି ।

ଗୁଜୁରାଟ କଂଗ୍ରେସ ରାଜ୍ୟ ସଭାପତି ଜଗଦୀଶ ଠାକୁର (Gujarat Congress State President Jagdish Thakor) ଓବିସି ବର୍ଗର ଓ ବିରୋଧୀଦଳର ନେତା ସୁଖ୍ରମ ରଥୱା (Sukhram Rathwa) ଆଦିବାସୀ ଅଟନ୍ତି । ରାଜ୍ୟରେ ଦଳିତ ବର୍ଗର ଲୋକଙ୍କ ମଧ୍ୟରେ କଂଗ୍ରେସ (Congress) ର ସ୍ଥିତି ମଜଭୁତ ରହିଛି । କଂଗ୍ରେସ ଆଶା କରୁଛି ଯେ ଏହି ସାମାଜିକ ସମୀକରଣ ସହିତ ନରେଶ ପଟେଲଙ୍କ ନେତୃତ୍ୱରେ ବିଜେପିର ଭୁପେନ୍ଦ୍ର ପଟେଲ ବିରୋଧରେ ମାହୌଲକୁ ନିଜ ସପକ୍ଷରେ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୃହ ରାଜ୍ୟରେ ବିଜେପିଠାରୁ କ୍ଷମତା ଛଡ଼ାଇ ଅଣାଯାଇପାରି ହେବ । 

କିନ୍ତୁ କଂଗ୍ରେସ ପାଇଁ ସବୁକିଛି ଏତେ ସହଜ ନୁହେଁ । ରାଜନୌତିକ ଦୃଷ୍ଟିରୁ ନରେଶ ପଟେଲ ଏକ ସମ୍ପୂର୍ଣ୍ଣ ନୂଆ ଚେହେରା । ସେ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିନାହାଁନ୍ତି । ନୂତନ ନେତାଙ୍କୁ ଗୁରୁତ୍ୱ ଦିଆଯାଇବାରୁ ଅନ୍ୟ ନେତାମାନେ କ୍ରୋଧିତ ହୋଇ ଦଳ ଛାଡ଼ି ପାରନ୍ତି । ପଞ୍ଜାବରେ ବିଜୟ ପରେ ଆମ୍ ଆଦମୀ ପାର୍ଟି (AAP) ନୂତନ ଶକ୍ତି ସହିତ ଗୁଜୁରାଟରେ ନିର୍ବାଚନ ଲଢ଼ିବାକୁ ଯାଉଛି । ପଞ୍ଜାବରେ କଂଗ୍ରେସ କ୍ୟାପଟେନଙ୍କୁ ହଟାଇ ଚନ୍ନି ଓ ସିଦ୍ଧୁଙ୍କ ଉପରେ ବ୍ୟାଟିଂ କରି ହାତ ଜାଳି ସାରିଛନ୍ତି । ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ କଂଗ୍ରେସ ସରକାର ବିରୋଧୀ ମାହୌଲକୁ ବିଜୟରେ ପରିଣତ କରିପାରି ନାହିଁ ।