ରମେଶ ଚେନ୍ନିଥାଲା କହିଛନ୍ତି, 'ଆମେ ସୋମବାର ବିଧାନସଭାରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବୁ । କୋରୋନା ଭାଇରସ(Coronavirus) ଏବଂ ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଆମେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ(Pinarayi Vijayan)ଙ୍କ ଇସ୍ତଫା ଦାବି କରୁଛୁ । ତେଣୁ ଅଗଷ୍ଟ ୨୪ରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବ ।'
Trending Photos
ଥିରୁବନନ୍ତପୁରମ୍: କେରଳ(Kerala)ର ବିରୋଧୀ ଦଳର ନେତା ରମେଶ ଚେନ୍ନିଥାଲା(Ramesh Chennithala) କହିଛନ୍ତି ଯେ, କଂଗ୍ରେସ(Congress) ସରକାର ସୋମବାର ବିଧାନସଭାରେ ରାଜ୍ୟ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ(No-Confidence Motion) ଆଣିବ । ଯେଉଁଥିରେ ଅଭିଯୋଗ ଅଣାଯିବ ଯେ ରାଜ୍ୟ ସରକାର(Kerala Government) କୋଭିଡ-19(COVID-19)ର ବାହାନା ଓ ବିଗତ ୪ ବର୍ଷ ମଧ୍ୟରେ ବ୍ୟାପକ ଦୁର୍ନୀତିରେ ସାମିଲ ରହିଛି ।
ଅଧିକ ପଢ଼ନ୍ତୁ:-ଏଥର ବାପା ନୁହେଁ, ପୁଅ ଯୋଗୁଁ ଭାଙ୍ଗିଯିବ ଉଦ୍ଧବ ସରକାର !
ରମେଶ ଚେନ୍ନିଥାଲା କହିଛନ୍ତି, 'ଆମେ ସୋମବାର ବିଧାନସଭାରେ ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଣିବୁ । କୋରୋନା ଭାଇରସ(Coronavirus) ଏବଂ ବିଗତ ୪ ବର୍ଷ ମଧ୍ୟରେ ରାଜ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଆମେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ(Pinarayi Vijayan)ଙ୍କ ଇସ୍ତଫା ଦାବି କରୁଛୁ । ତେଣୁ ଅଗଷ୍ଟ ୨୪ରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବ ।'
ଅଧିକ ପଢ଼ନ୍ତୁ:-ଗେହଲଟ୍ ହେବେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ତ ପାଇଲଟଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ପଦ !
ଅଧିକ ପଢ଼ନ୍ତୁ:-ବଡ଼ ଖବର: ୭୩ ଦିନରେ ଭାରତରେ ପହଞ୍ଚିବ ପ୍ରଥମ କୋରୋନା ଟୀକା ! ମାଗଣାରେ ଲଗାଯିବ ଭ୍ୟାକସିନ୍
ବିରୋଧୀ ଦଳର ନେତା ସରକାର ବିରୋଧରେ ଅଭିଯୋଗ କରିଛନ୍ତି ଯେ, ଜୀବନ ମିଶନ ହେଉଛି ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନା । ବର୍ତ୍ତମାନ ପ୍ରକାଶ ପାଇଛି ଯେ ଏହି ପ୍ରକଳ୍ପରୁ କମିଶନ ଭାବେ ୪.୨୫ କୋଟି ଟଙ୍କା ଦିଆଯାଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ଟଙ୍କାକୁ ହେରଫେର କରାଯାଇଛି । ଦୁର୍ନୀତିର ଖୁଲାସା ହୋଇଛି ।