DMK Leader M Appavu: 'ଯଦି ଖ୍ରୀଷ୍ଟିଆନ ନଥାନ୍ତେ ତାହାଲେ ତାମିଲନାଡୁ ହୋଇଯାଇଥାନ୍ତା ବିହାର'
Advertisement
Article Detail0/zeeodisha/odisha1277027

DMK Leader M Appavu: 'ଯଦି ଖ୍ରୀଷ୍ଟିଆନ ନଥାନ୍ତେ ତାହାଲେ ତାମିଲନାଡୁ ହୋଇଯାଇଥାନ୍ତା ବିହାର'

DMK Leader M Appavu: ଯଦି ଖ୍ରୀଷ୍ଟିଆନ ପିତା ଏବଂ ଭଉଣୀ ନଥାନ୍ତେ ତାମିଲନାଡୁ ବିହାର (Bihar) ଭଳି ହୋଇ ଯାଇଥାନ୍ତା।

DMK Leader M Appavu: 'ଯଦି ଖ୍ରୀଷ୍ଟିଆନ ନଥାନ୍ତେ ତାହାଲେ ତାମିଲନାଡୁ ହୋଇଯାଇଥାନ୍ତା ବିହାର'

Tamil Nadu Assembly Speaker: ବିବାଦୀୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ବିଧାନସଭା ବାଚସ୍ପତି ତଥା ଡିଏମକେ ନେତା ଏମ ଆପ୍ପାବୁ। ତାଙ୍କର ଏହି ଭିଡି଼ଓ ଏବେ ଭାଇରାଲ ହେବାରେ ଲାଗିଛି। ଯଦି କ୍ୟାଥୋଲିକ ଖ୍ରୀଷ୍ଟିଆନ ନଥାନ୍ତେ ତାମିଲନାଡୁ ବିହାର ହୋଇ ଯାଇଥାନ୍ତା ବୋଲି କହିଛନ୍ତି ଡିଏମକେ ନେତା ଏମ ଆପ୍ପାବୁ। ଦଳୀୟ ନେତାଙ୍କ ଏହି ବିବୃତ୍ତିକୁ ନେଇ ତାମିଲନାଡୁରେ କ୍ଷମତାସୀନ ଡିଏମକେ ହିନ୍ଦୁ ବିରୋଧି ଦଳ ଭାବେ ଦର୍ଶାଇଛି ବିଜେପି। ବିଜେପି ଏହି ପ୍ରସଙ୍ଗରେ ରାଜନୀତି କରୁଛି ବୋଲି କହିଛନ୍ତି ଡିଏମକେ ନେତା।

ନିଜ ବୟାନରେ ତାମିଲନାଡୁ ବିଧାନସଭା ବାଚସ୍ପତି (Tamil Nadu Assembly Speaker) ତଥା ଡିଏମକେ ନେତା ଏମ ଆପ୍ପାବୁ (DMK Leader M Appavu) କହିଥିଲେ ଯେ ଯଦି ଖ୍ରୀଷ୍ଟିଆନ ପିତା ଏବଂ ଭଉଣୀ (Christian Father and Sister) ନଥାନ୍ତେ ତାମିଲନାଡୁ ବିହାର (Bihar) ଭଳି ହୋଇ ଯାଇଥାନ୍ତା। କ୍ୟାଥୋଲିକ ଖ୍ରୀଷ୍ଟିଆନଙ୍କ (Catholic Christian) ସାହାଯ୍ୟ ହେତୁ ମୁଁ ବର୍ତ୍ତମାନ ମୁଁ ଏଠାରେ ପହଞ୍ଚି ପାରିଛି। ତାମିଲନାଡୁ ସରକାର (Tamil Nadu Govt) ହେଉଛି ଆପଣଙ୍କ ସରକାର। ଆପଣ ଏହି ସରକାର ଗଠନ କରିଛନ୍ତି। ଆପଣଙ୍କ ପ୍ରାର୍ଥନା ଏବଂ ଉପବାସ ଏହି ସରକାର ଗଠନ କରିଛି। ସାମାଜିକ ନ୍ୟାୟ (Social Justice) ଏବଂ ଦ୍ରାବିଡ଼ ମଡେଲ (Dravidian Model) ସରକାର ପାଇଁ କ୍ୟାଥୋଲିକ ଖ୍ରୀଷ୍ଟିଆନ ଏବଂ ଖ୍ରୀଷ୍ଟିଆନ ପିତା ହେଉଛନ୍ତି ମୁଖ୍ୟ କାରଣ।

ଡିଏମକେ ନେତା ଏମ ଆପ୍ପାବୁ ଆହୁରି ମଧ୍ୟ କହିଥିଲେ ଯେ କ୍ୟାଥୋଲିକ୍ ଖ୍ରୀଷ୍ଟିଆନଙ୍କୁ କାହା ଉପରେ ନିର୍ଭର ରହିବାର ଆବଶ୍ୟକତା ନାହିଁ। ଆପଣ ଆପଣଙ୍କ ସମସ୍ୟାର ଏକ ତାଲିକା ପ୍ରସ୍ତୁତ କରି ଏହାକୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଦିଅନ୍ତୁ। ସେ କୌଣସି କଥାକୁ ମନା କରିବେ ନାହିଁ ଏବଂ ସମସ୍ତଙ୍କ ସମସ୍ୟାର ସମାଧାନ କରିବେ। କାରଣ ମୁଖ୍ୟମନ୍ତ୍ରୀ ଜାଣନ୍ତି ଯେ ଆପଣ ହେଉଛନ୍ତି ତାଙ୍କ ସରକାରର କାରଣ। ଏହା ହେଉଛି ଆପଣଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆପଣଙ୍କର। ମୁଁ ଏଠାରେ ଆପଣଙ୍କ ସହିତ ଅଛି। ଯଦି ଖ୍ରୀଷ୍ଟିଆନ ତାମିଲନାଡୁରୁ ବାହାର କରି ଦିଆଯାଏ ତାହେଲେ ଏଠାରେ କୌଣସି ବିକାଶ ହେବ ନାହିଁ। ତାମିଲନାଡୁର ବିକାଶ ପାଇଁ କ୍ୟାଥୋଲିକ ହେଉଛନ୍ତି ମୁଖ୍ୟ କାରଣ। ବର୍ତ୍ତମାନ ତାମିଲନାଡୁ ଆପଣଙ୍କ କାନ୍ଧରେ ଛିଡ଼ା ହୋଇଛି।

ତାମିଲନାଡୁ ବିଧାନସଭା ବାଚସ୍ପତି ଏମ.ଆପ୍ପାବୁଙ୍କ ଏହି ବିବୃତ୍ତି ଭାଇରାଲ ହେବା ପରେ ତାମିଲନାଡୁ ବିଜେପି ଉପାଧ୍ୟକ୍ଷ (Tamil Nadu BJP Vice President) ତଥା ମୁଖପାତ୍ର ନାରାୟଣନ ଆପାଭୁ (Narayan Appavu) ମାଧ୍ୟମରେ ସୋସିଆଲ ମିଡିଆ ମାଧ୍ୟମରେ ଡିଏମକେ ଉଦ୍ଦେଶ୍ୟରେ ଟାର୍ଗେଟ କରିଛନ୍ତି। ଏହା ଶାସକ ଦଳର ଧର୍ମନିରପେକ୍ଷତା ବୋଲି ପ୍ରଶ୍ନ କରିଛନ୍ତି। ସେମାନେ ନିଜକୁ ଧର୍ମନିରପେକ୍ଷ ଦଳ ବୋଲି କହିବା ଦାବି ହରାଇଛନ୍ତି। ବର୍ତ୍ତମାନ ଏହା ପ୍ରମାଣ କରୁଛି ଯେ ଡିଏମକେ ହେଉଛି ଏକ ହିନ୍ଦୁ ବିରୋଧି ଦଳ (Anti Hindu Party)।

ନିଜର ବୟାନକୁ ନେଇ ବିବାଜଦ ତେଜିବାରୁ ଡିଏମକେ ନେତା ଏମ ଆପ୍ପାବୁ କହିଛନ୍ତି ତାଙ୍କର ବିବୃତ୍ତିର ଏକ ଛୋଟ ଅଂଶ ଭାଇରାଲ ହେଉଛି। ମୁଁ ଯାହା କହିଛି ତାହା କେବଳ ଇତିହାସ ଏହାକୁ ନେଇ କୌଣସି ରାଜନୀତି କରିବା ଠିକ ନୁହେଁ।

Also Read: ହିନ୍ଦୀ ବିରୋଧି ବୟାନକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ