ହିନ୍ଦୀ ବିରୋଧି ବୟାନକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ
Advertisement
Article Detail0/zeeodisha/odisha1184722

ହିନ୍ଦୀ ବିରୋଧି ବୟାନକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ

ସମଗ୍ର ଦେଶରେ ତାମିଲନାଡୁ ହେଉଛି  ଏକମାତ୍ର ଯେଉଁଠି  ହିନ୍ଦୀ ବିରୋଧୀ ଆନ୍ଦୋଳନ  ବର୍ତ୍ତମାନ ମଧ୍ୟ ଜୀବିତ ରହିଛି।  

 ହିନ୍ଦୀ ବିରୋଧି ବୟାନକୁ ନେଇ ଚର୍ଚ୍ଚାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ

Anti  Hindi  Comment:  ହିନ୍ଦୀ  ଭାଷା ବିରୋଧରେ ବୟାନ ରଖି ଚର୍ଚ୍ଚାକୁ ଆସିଛନ୍ତି ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଡ଼ି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ  ତାମିଲନାଡୁ ଉଚ୍ଚଶିକ୍ଷା କହିଛନ୍ତି  ହିନ୍ଦୀ ଭାଷାରେ କଥା ହୁଅନ୍ତି ସେମାନେ ଦ୍ୱିତୀୟ ଶ୍ରେଣୀର କାମ କରନ୍ତି କିମ୍ବା ଗୁପଚୁପ୍  ବିକ୍ରି କରନ୍ତି।

ଶୁକ୍ରବାର ରାଜ୍ୟର କୋଏମ୍ବାଟୁରସ୍ଥିତ ଭରତିୟାର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଏକ ସମାବର୍ତ୍ତନ ଉତ୍ସବକୁ  ସମ୍ବୋଧିତ କରି ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଡ଼ି  ହିନ୍ଦୀ ଭାଷା ବିରୋଧି  ପ୍ରସଙ୍ଗ ଉଠାଇଥିଲେ।  ଏନେଇ ସେ କହିଥିଲେ ଯେ କୁଆଡେ ହିନ୍ଦୀ ଭାଷା ଶିଖିବା ଦ୍ୱାରା ଅଧିକ ରୋଜଗାର ମିଳୁଛି।  ତାହେଲେ ହିନ୍ଦୀ ଭାଷା କହୁଥିବା ଲୋକ ଏଠାରେ କାହିଁକି ଗୁପଚୁପ ବିକୁଛନ୍ତି।  ଭାଷା ଆଧାରରେ  ହିନ୍ଦୀ ତୁଳନାରେ ଇଂରାଜୀ  ଭାଷାର ଅଧିକ ଗୁରୁତ୍ୱ ରହିଛି।  ହିନ୍ଦୀ ଭାଷାରେ କଥା ହେଉଥିବା ଲୋକ ଦ୍ୱିତୀୟ ଶ୍ରେଣୀର କାମ କରନ୍ତି କିମ୍ବା ଗୁପଚୁପ୍  ବିକ୍ରି କରିଥାନ୍ତି। ଯଦି ତାମିଲ ଛାତ୍ର  କୌଣସି ଭାଷା ଶିଖିବାକୁ ଚାହାଁନ୍ତି  ତାହେଲେ ତାଙ୍କ ଲାଗି  ହିନ୍ଦୀ  ବାଧ୍ୟତାମୂଳକ ବିଷୟ ବଦଳରେ ଇଚ୍ଛାଧିନ  ହୋଇରହିବ। 

ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ପ୍ରତିକ୍ରିୟା ରଖି ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ  କହିଛନ୍ତି ସେ ଏହାର ଭଲ ଜିନିଷକୁ କାର୍ଯ୍ୟକାରୀ କରିବେ। ରାଜ୍ୟରେ  ତିନୋଟି ଭାଷା ବଦଳରେ ଦୁଇଟି ଭାଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧ । ଏଥିରେ ପ୍ରଥମ ଭାଷା ତାମିଲ ଏବଂ ଦ୍ୱିତୀୟ ଭାଷା ଇଂରାଜୀ ରହିବ। ଯଦି ଜଣେ ତାମିଲ ଛାତ୍ର ହିନ୍ଦୀ ଅଧ୍ୟୟନ କରିବାକୁ ଚାହାଁନ୍ତି  ତାହେଲେ ସେ ଏହାକୁ ଏକ ବିକଳ୍ପ ଭାବେ ପଢିପାରିବେ।

Also Read: 'ଗୋଟିଏ ଦେଶ ଗୋଟିଏ ଭାଷା' ସମର୍ଥନରେ ଆସିଲେ ଶିବସେନା ନେତା ସଞ୍ଜୟ ରାଉତ

ସମଗ୍ର ଦେଶରେ ତାମିଲନାଡୁ ହେଉଛି  ଏକମାତ୍ର ଯେଉଁଠି  ହିନ୍ଦୀ ବିରୋଧୀ ଆନ୍ଦୋଳନ  ବର୍ତ୍ତମାନ ମଧ୍ୟ ଜୀବିତ ରହିଛି।  ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ  ଡିଏମକେ  ଏବଂ ଏଆଇଏଡିଏମକେ  ସେମାନଙ୍କ ରାଜନୈତିକ ଲାଭ ପାଇଁ ବର୍ତ୍ତମାନ ମଧ୍ୟ ଏହି ପ୍ରସଙ୍ଗକୁ ଜୀବିତ ରଖିଛନ୍ତି।  ମାତ୍ର ପଡୋଶୀ କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପ୍ରଭୃତି ରାଜ୍ୟରେ ହିନ୍ଦୀ ଭାଷାକୁ ନେଇ କୌଣସି ବିରୋଧ ନାହିଁ। ଏହି ରାଜ୍ୟରେ ଅବସ୍ଥିତ ସମସ୍ତ ସରକାରୀ ବିଦ୍ୟାଳୟରେ ଦଶମ  ଶ୍ରେଣୀ  ପର୍ଯ୍ୟନ୍ତ  ହିନ୍ଦୀ ପଢାଯାଏ।