'ବାପ୍ ନମ୍ବରୀ, ବେଟା ୧୦ ନମ୍ବରୀ', ଜାଣନ୍ତୁ ଅଖିଳେଶ ଓ ମୁଲାୟମଙ୍କୁ ନେଇ ଏପରି କାହିଁକି କହିଲେ SPର ସହଯୋଗୀ ଓପି ରାଜଭର
Advertisement
Article Detail0/zeeodisha/odisha1079115

'ବାପ୍ ନମ୍ବରୀ, ବେଟା ୧୦ ନମ୍ବରୀ', ଜାଣନ୍ତୁ ଅଖିଳେଶ ଓ ମୁଲାୟମଙ୍କୁ ନେଇ ଏପରି କାହିଁକି କହିଲେ SPର ସହଯୋଗୀ ଓପି ରାଜଭର

ଏଠାରେ କହି ରଖୁଛୁ ଯେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଖିଳେଶ ଯାଦବ (Akhilesh Yadav) ଙ୍କ ସମାଜବାଦୀ ପାର୍ଟି (SP) ଓମ ପ୍ରକାଶ ରାଜଭର (Om Prakash Rajbhar) ଙ୍କ SBSP, ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି, ଜୟନ୍ତ ଚୌଧୁରୀଙ୍କ ଆରଏଲଡି, ସଞ୍ଜୟ ଚୌହାନଙ୍କ ଜନବାଦୀ ପାର୍ଟି, କେଶବ ମୌର୍ଯ୍ୟଙ୍କ ମହାନ ଦଳ, କୃଷ୍ଣା ପଟେଲଙ୍କ ଆପଣା ଦଳ, NCP ଏବଂ TMC ସହ ମେଣ୍ଟ କରିଛି । 

'ବାପ୍ ନମ୍ବରୀ, ବେଟା ୧୦ ନମ୍ବରୀ', ଜାଣନ୍ତୁ ଅଖିଳେଶ ଓ ମୁଲାୟମଙ୍କୁ ନେଇ ଏପରି କାହିଁକି କହିଲେ SPର ସହଯୋଗୀ ଓପି ରାଜଭର

ନୂଆଦିଲ୍ଲୀ: UP Election 2022: ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଚଳ ଚଞ୍ଚଳ ହୋଇଉଠିଛି ରାଜ୍ୟର ରାଜନୀତି । ଏହି ସମୟରେ ପ୍ରତିଦିନ ରାଜନେତାଙ୍କ ବିଭିନ୍ନ ବୟାନ ସବୁ ସାମ୍ନାକୁ ଆସୁଛି । ଏହି କ୍ରମ୍ ସୁହେଲଦେବ ଭାରତୀୟ ସମାଜ ପାର୍ଟି (Suheldev Bharatiya Samaj Party) ର ଅଧ୍ୟକ୍ଷ ତଥା ପୂର୍ବତନ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର (Om Prakash Rajbhar) ଏକ ସାକ୍ଷାତକାର ସମୟରେ ମୁଲାୟମ ସିଂ ଯାଦବ (Mulayam Singh Yadav) ଓ ଅଖିଳେଶ ଯାଦବ (Akhilesh Yadav) ଙ୍କୁ 'ବାପା ନମ୍ବରୀ ତ ପୁଅ ୧୦ ନମ୍ବରୀ' ବୋଲି କହିଛନ୍ତି । ଏଠାରେ କହି ରଖୁଛୁ ଯେ, SBSP ଦଳ ସମାଜବାଦୀ ପାର୍ଟି (Samajwadi Party) ସହ ମେଣ୍ଟ କରି ଚଳିତ ନିର୍ବାଚନ ଲଢୁଛି । 

ବାସ୍ତବରେ, ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକ ଓମ ପ୍ରକାଶ ରାଜଭର (Om Prakash Rajbhar) ଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ଆପଣଙ୍କର ମେଣ୍ଟର ସହଯୋଗୀ ଅଖିଳେଶ ଯାଦବ (Akhiles Yadav) ଙ୍କ ବାପା ଦୁଷ୍କର୍ମ ଉପରେ କ'ଣ ବୟାନ ଦେଇଥିଲେ, ତାହା ଆପଣଙ୍କର ମନେ ଅଛି କି? ଏହା ଉପରେ ରାଜଭର ମୁଲାୟମ ସିଂ ଯାଦବ (Mulayam Singh Yadav) ଙ୍କ ବୟାନକୁ ଦୋହରାଇ କହିଛନ୍ତି ଯେ ମୁଁ ତାଙ୍କ ମନ୍ତବ୍ୟକୁ ସମର୍ଥନ କରୁନାହିଁ । 

ଏହା ପରେ ଯେତେବେଳେ ସାମ୍ବାଦିକ ତାଙ୍କୁ ପଚାରିଲେ ଯେ ଆପଣ ସେହି ସହଯୋଗୀ ଦଳର ସବୁଠାରୁ ବଡ଼ ହିରୋ । ସେହି ସମୟରେ ଓମ୍ ପ୍ରକାଶ ରାଜଭର କହିଛନ୍ତି ଯେ ବର୍ତ୍ତମାନ ସେହି ସମାଜବାଦୀ ପାର୍ଟି (SP) ନାହିଁ । ବର୍ତ୍ତମାନ ଏକ ନୂତନ ଏସପି ଓ ଏହାର ମାଲିକ ହେଉଛନ୍ତି ଅଖିଳେଶ ଯାଦବ । ବର୍ତ୍ତମାନ ବାପା (ମୁଲାୟମ ସିଂ ଯାଦବ) ଙ୍କୁ ମୁଖ୍ୟମନ୍ତ୍ରୀ ହେବାର ନାହିଁ । ଏହା ପରେ ଯେତେବେଳେ ସାମ୍ବାଦିକ ମଝିରେ କିଛି କହିବାକୁ ଯାଉଥିବା ସମୟରେ ସେ (Om Prakash Rajbhar) କହିଛନ୍ତି ଯେ ଆପଣଙ୍କୁ ମନେ ଅଛି "ବାପା ନମ୍ବରୀ ଓ ବେଟା ଦଶ୍ ନମ୍ୱରୀ" । ତା’ପରେ ଯେତେବେଳେ ତାଙ୍କୁ ପଚରାଗଲା ଏହାର ଅର୍ଥ ହେଉଛି ଯେ ସେ ଦଶ ଗୁଣା ଅଧିକ ବୟାନ ଦେବେ, ସେତେବେଳେ ସେ କହିଛନ୍ତି ଯେ ନା ସେ ଦଶ ଗୁଣା ଅଧିକ ନିୟନ୍ତ୍ରଣ କରିବେ ।

ଏଠାରେ କହି ରଖୁଛୁ ଯେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଖିଳେଶ ଯାଦବ (Akhilesh Yadav) ଙ୍କ ସମାଜବାଦୀ ପାର୍ଟି (SP) ଓମ ପ୍ରକାଶ ରାଜଭର (Om Prakash Rajbhar) ଙ୍କ SBSP, ଶିବପାଲ ସିଂ ଯାଦବଙ୍କ ପ୍ରଗତିଶୀଳ ସମାଜବାଦୀ ପାର୍ଟି, ଜୟନ୍ତ ଚୌଧୁରୀଙ୍କ ଆରଏଲଡି, ସଞ୍ଜୟ ଚୌହାନଙ୍କ ଜନବାଦୀ ପାର୍ଟି, କେଶବ ମୌର୍ଯ୍ୟଙ୍କ ମହାନ ଦଳ, କୃଷ୍ଣା ପଟେଲଙ୍କ ଆପଣା ଦଳ, NCP ଏବଂ TMC ସହ ମେଣ୍ଟ କରିଛି । 

ଏହା ବି ପଢ଼ନ୍ତୁ:-ପୁରୁଷଙ୍କ ଯୌନ ସମସ୍ୟାକୁ ଦୂର କରିବାରେ ପ୍ରଭାବଶାଳୀ କେବଳ ୨ଟି ଖଜୁରୀ, ଏହି ଉପାୟରେ କରନ୍ତୁ ସେବନ ତା'ପରେ ଦେଖନ୍ତୁ କମାଲ!

ଏହା ବି ପଢ଼ନ୍ତୁ:-ସମାଜବାଦୀ ପାର୍ଟିକୁ ମାତ୍ ଦେବା ପାଇଁ ବିଜେପିର ମାଷ୍ଟର ପ୍ଲାନ! ଜାଣନ୍ତୁ ଦଳ ୨୦୧୭ର ସ୍କ୍ରିପ୍ଟ ଉପରେ କିପରି କରୁଛି କାମ

ଏହା ବି ପଢ଼ନ୍ତୁ:-ୟୁପିରେ ବିଜେପିକୁ ଲାଗିଲା ଆଉ ଏକ ଝଟକା, ସମାଜବାଦୀ ପାର୍ଟିରେ ଯୋଗଦେଲେ ଫତେହାବାଦ ବିଧାୟକ

ଏହା ବି ପଢ଼ନ୍ତୁ:-ଥମୁନି କୋରୋନାର ପ୍ରକୋପ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ସଂକ୍ରମଣ ଦର ଛୁଇଁଲା ୨୦.୭୫ ପ୍ରତିଶତ

 

ସୂଚନାଯୋଗ୍ୟ ଯେ, ରାଜଭର ସମ୍ପ୍ରଦାୟ ମଧ୍ୟରେ ଓମ୍ ପ୍ରକାଶ ରାଜଭାରଙ୍କ ଦଳ SBSP ବହୁତ ମଜଭୁତ ରହିଛି । ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ​​ଓମ୍ ପ୍ରକାଶ ରାଜଭରଙ୍କ ଦଳ SBSP ପ୍ରାୟ ୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଥିରୁ ସେମାନେ ୪ଟି ଆସନ ଜିତିଥିଲା । ଦଳ ବିଜେପି ସହ ମିଶି ଗତ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଓ ପରେ ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ହୋଇଥିଲେ । କିନ୍ତୁ ପରେ ସେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ ।