ଏହି ଦୁଇ ପୁରୁଣା ବିଜେପି ନେତା ଗୋଆ କଂଗ୍ରେସରେ କରିଦେଲେ ଖେଳ!
Advertisement

ଏହି ଦୁଇ ପୁରୁଣା ବିଜେପି ନେତା ଗୋଆ କଂଗ୍ରେସରେ କରିଦେଲେ ଖେଳ!

Goa Congress: ରବିବାର ଦୀନେଶ ଗୁଣ୍ଡୁ ରାଓ ଅଭିଯୋଗ କରିଛନ୍ତି ଯେ, ମାଇକେଲ ଲୋବୋ ଓ ଦିଗମ୍ବର କାମତ କଂଗ୍ରେସ ଭାଙ୍ଗିବା ପାଇଁ ବିଜେପି ସହ ଷଡଯନ୍ତ୍ର କରୁଛନ୍ତି, ତେଣୁ ଦଳ ଲୋବୋଙ୍କୁ ବିରୋଧୀ ଦଳର ନେତା ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛି ।

ଏହି ଦୁଇ ପୁରୁଣା ବିଜେପି ନେତା ଗୋଆ କଂଗ୍ରେସରେ କରିଦେଲେ ଖେଳ!

ନୂଆଦିଲ୍ଲୀ: Goa Congress: ମହାରାଷ୍ଟ୍ରରେ ସଙ୍କଟ ଏଯାଏ ଶେଷ ହୋଇନାହିଁ କି ପଡ଼ୋଶୀ ରାଜ୍ୟ ଗୋଆରେ ଆଉ ଏକ ରାଜନୈତିକ ସଙ୍କଟ ଦେଖାଦେଇଛି । ଗୋଆରେ କଂଗ୍ରେସ (Goa Congress) ରେ ବିଦ୍ରୋହ ହୋଇଛି । ଦଳର ମୋଟ ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୫ ଜଣ ବିଦ୍ରୋହୀ ହୋଇଛନ୍ତି । ଏହି ବିଦ୍ରୋହୀ ବିଧାୟକମାନେ ବିଜେପିରେ ଯୋଗ ଦେବେ ବୋଲି କଳ୍ପନାଜଳ୍ପନା ଚାଲିଛି । ଗୋଆ କଂଗ୍ରେସ ପ୍ରଭାରୀ ଦୀନେଶ ଗୁଣ୍ଡୁ ରାଓ  (Dinesh Gundu Rao) ଦଳର ଦୁଇ ବିଧାୟକ-ମାଇକେଲ ଲୋବୋ  (Michael Lobo) ଓ ଦିଗମ୍ବର କାମତ  (Digambar Kamat)  ଙ୍କୁ ଦଳ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ସେ ଉଭୟ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି ।  କଂଗ୍ରେସ (Congress) ଲୋବୋଙ୍କୁ ଗୋଆର ବିରୋଧୀ ଦଳ ନେତା ପଦରୁ ହଟାଇ ଦେଇଛି ।

ରବିବାର ଦୀନେଶ ଗୁଣ୍ଡୁ ରାଓ ଅଭିଯୋଗ କରିଛନ୍ତି ଯେ, ମାଇକେଲ ଲୋବୋ ଓ ଦିଗମ୍ବର କାମତ କଂଗ୍ରେସ ଭାଙ୍ଗିବା ପାଇଁ ବିଜେପି ସହ ଷଡଯନ୍ତ୍ର କରୁଛନ୍ତି, ତେଣୁ ଦଳ ଲୋବୋଙ୍କୁ ବିରୋଧୀ ଦଳର ନେତା ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛି । ରାଓଙ୍କ ଅନୁଯାୟୀ, ମାଇକେଲ ଲୋବୋ ଓ ଦିଗମ୍ବର କାମତଙ୍କ ବ୍ୟତୀତ କେଦାର ନାୟକ, ରାଜେଶ ଫାଲଦେସାଇ ଏବଂ ଡେଲିଆଲା ଲୋବୋଙ୍କ ସହ ଯୋଗାଯୋଗ ହୋଇପାରୁ ନାହିଁ । ଡେଲିଆଲା ଲୋବୋ ହେଉଛନ୍ତି ମାଇକେଲ ଲୋବୋଙ୍କ ପତ୍ନୀ ।

କଂଗ୍ରେସରେ ବିଦ୍ରୋହର କେନ୍ଦ୍ରରେ ମାଇକେଲ ଲୋବୋ ଓ ଦିଗମ୍ବର କାମତଙ୍କ ନାମ ସାମ୍ନାକୁ ଆସୁଛି । ଉଭୟ ହେଉଛନ୍ତି ପୁରୁଣା ବିଜେପି ନେତା । ଲୋବୋ ବିଜେପି ଛାଡି ଚଳିତ ବର୍ଷ ଜାନୁଆରୀରେ କଂଗ୍ରେସରେ ଯୋଗ ଦେଇଥିଲେ । ଏଥି ସହିତ କାମତ ତିନିଥର ବିଜେପିରୁ ବିଧାୟକ ହୋଇଛନ୍ତି ।

ସୂଚନାଯୋଗ୍ୟ, ମାଇକେଲ ଲୋବୋ ବିଜେପି ଛାଡି ଚଳିତ ବର୍ଷ ଜାନୁଆରୀରେ କଂଗ୍ରେସରେ ଯୋଗ ଦେଇଥିଲେ । ସେ ୨୦୧୨ ଓ ୨୦୧୭ରେ ବିଜେପି ଟିକେଟରେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଉଭୟ ଥର ମାଇକେଲ ଲୋବୋ ଏକ ବୃହତ ବ୍ୟବଧାନରେ ଜିତିଥିଲେ । ସେ କଲିଙ୍ଗୁଟ ଆସନରୁ ବିଧାୟକ ଅଛନ୍ତି । ଚଳିତ ବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ଲୋବୋ କଂଗ୍ରେସରେ ଯୋଗ ଦେଇଥିଲେ । ଏଥର ସେ ପ୍ରାୟ ୫ ହଜାର ଭୋଟ ବ୍ୟବଧାନରେ ଜିତିଛନ୍ତି ।

୨୦୧୭ରେ ନିର୍ବାଚନ ଜିତିବା ପରେ ମାଇକେଲ ଲୋବୋ ବିଧାନସଭାରେ ଉପବାଚସ୍ପତି ହୋଇଥିଲେ । ସେ ଏହି ପଦରେ ୨୪ ମାର୍ଚ୍ଚ ୨୦୧୭ରୁ ୧୩ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ରହିଥିଲେ । ଏହା ପରେ ୧୫ ଜୁଲାଇ ୨୦୧୯ରେ ସେ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ଏଥର କଂଗ୍ରେସ ଟିକେଟରେ ନିର୍ବାଚନ ଜିତିବା ପରେ ତାଙ୍କୁ ବିଧାନସଭାରେ ବିରୋଧୀ ଦଳର ନେତା କରାଯାଇଥିଲା ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ପରେ ଏବେ ଝାରଖଣ୍ଡରୁ କଂଗ୍ରେସକୁ ଲାଗିବ ବଡ଼ ଝଟକା, ହେମନ୍ତ ସୋରେନ ଭାଙ୍ଗିବେ ମେଣ୍ଟ?

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ର ମାମଲାରେ ସୁପ୍ରିମକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ଆଦେଶ, ଜାଣନ୍ତୁ କ'ଣ କହିଲେ କୋର୍ଟ

ଏହା ବି ପଢ଼ନ୍ତୁ:-ସିଞ୍ଜୋ ଆବେଙ୍କ ସପକ୍ଷରେ ଚାଲିଲା ସହାନୁଭୂତି ଲହର, ତାଙ୍କ ଦଳକୁ ମିଳିଲା ନିର୍ବାଚନରେ ବୃହତ ବିଜୟ

ମାଇକେଲ୍ ଲୋବୋ ୧୮ ଜୁନ୍ ୧୯୭୬ରେ ଗୋଆର ମାପୁସାଠାରେ ଜନ୍ମଗ୍ରହଣ କରିଥିଲେ । ସେ ରୋମାନ୍ କ୍ୟାଥୋଲିକ୍ । ସେ ୧୯୯୩ରେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଚଳିତ ବର୍ଷ ସେ ତାଙ୍କ ନିର୍ବାଚନ ଆଫିଡେଭିଟ୍‌ରେ କହିଛନ୍ତି ଯେ ତାଙ୍କର ସମ୍ପତ୍ତି ୯୨.୯୧ କୋଟି ଟଙ୍କା ରହିଛି । ତାଙ୍କ ବିରୋଧରେ ୩ଟି ଅପରାଧିକ ମାମଲା ରୁଜୁ ହୋଇଛି ।

ସେପଟେ ଦିଗମ୍ବର କାମତ ୮ ମାର୍ଚ୍ଚ ୧୯୫୪ରେ ମାରଗାଓରେ ଜନ୍ମଗ୍ରହଣ କରିଥିଲେ । ୬୮ ବର୍ଷୀୟ କାମତ ୨୦୦୭ରୁ ୨୦୧୭ ପର୍ଯ୍ୟନ୍ତ ଗୋଆର ମୁଖ୍ୟମନ୍ତ୍ରୀ ଥିଲେ । ସେ ମାରଗାଓରୁ ୭ ଥର ବିଧାୟକ ଅଛନ୍ତି । କାମତ କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ୧୯୯୫, ୧୯୯୯ ଏବଂ ୨୦୦୨ରେ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ ।

ଫେବୃଆରୀ ୨୦୦୫ରେ କାମତ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଏହା ପରେ ୨୦୦୨ର ଉପ-ନିର୍ବାଚନ, ୨୦୦୭, ୨୦୧୨, ୨୦୧୭ ଏବଂ ୨୦୨୨ର ବିଧାନସଭା ନିର୍ବାଚନ କଂଗ୍ରେସ ଟିକେଟରେ ଜିତିଥିଲା । ଚଳିତ ବର୍ଷ ଫେବୃଆରୀରେ ବିଧାନସଭା ନିର୍ବାଚନ ପାଇଁ ଦାଖଲ ହୋଇଥିବା ଆଫିଡେଭିଟରେ କାମତ କହିଛନ୍ତି ଯେ, ତାଙ୍କର ସମ୍ପତ୍ତି ୧୫.୧୫ କୋଟି ଟଙ୍କା ରହିଛି । ତାଙ୍କ ବିରୋଧରେ ୪ଟି ଅପରାଧିକ ମାମଲା ରୁଜୁ ଅଛି ।