ହାର୍ଦ୍ଦିକ ପଟେଲଙ୍କ ଗେରୁଆ ଅବତାର, ହାତ ଛାଡ଼ି ଧରିବେ ପଦ୍ମ!
Advertisement
Article Detail0/zeeodisha/odisha1164026

ହାର୍ଦ୍ଦିକ ପଟେଲଙ୍କ ଗେରୁଆ ଅବତାର, ହାତ ଛାଡ଼ି ଧରିବେ ପଦ୍ମ!

ସୂଚନାଯୋଗ୍ୟ, ଗୁଜୁରାଟ ବିଧାନସଭା ନିର୍ବାଚନ ଚଳିତ ବର୍ଷର ଶେଷ ଆଡ଼କୁ ହେବାର ଅଛି । ତେଣୁ ପ୍ରତ୍ୟେକ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ହାର୍ଦ୍ଦିକ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସଙ୍କେତ ଦେଇଛନ୍ତି ।

ହାର୍ଦ୍ଦିକ ପଟେଲଙ୍କ ଗେରୁଆ ଅବତାର, ହାତ ଛାଡ଼ି ଧରିବେ ପଦ୍ମ!

ନୂଆଦିଲ୍ଲୀ: Hardik Patel: ହାର୍ଦ୍ଦିକ ପଟେଲ (Gujarat Congress Working President Hardik Patel)  ଖୁବ ଶୀଘ୍ର କଂଗ୍ରେସ (Congress) ଛାଡ଼ି ଭାରତୀୟ ଜନତା ପାର୍ଟି (BJP) ରେ ଯୋଗଦେବାକୁ ଯାଉଛନ୍ତି କି? ହ୍ୱାଟସଆପ ପୋଷ୍ଟରେ ଲଗାଇଥିବା ତାଙ୍କ ନୂଆ ଫଟୋକୁ ନେଇ କଳ୍ପନାଜଳ୍ପନା ଅଧିକ ମଜଭୁତ ହୋଇଛି । ହ୍ୱାଟସଆପର ନୂଆ ଡିପି (Display Picture) ରେ ହାର୍ଦ୍ଦିକ ପଟେଲ (Hardik Patel) ଗେରୁଆ ରଙ୍ଗର ଗାମୁଛା ପିନ୍ଧିଥିବାର ନଜରକୁ ଆସୁଛନ୍ତି । ହାର୍ଦ୍ଦିକ ହ୍ୱାଟସଆପ୍ ଓ ଟେଲିଗ୍ରାମର ଡିସପ୍ଲେ ଫଟୋ ପରିବର୍ତ୍ତନ କରିଛନ୍ତି ।

ହାର୍ଦ୍ଦିକ ପଟେଲ (Hardik Patel) ବର୍ତ୍ତମାନ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ (Gujarat Congress Working President) ଅଛନ୍ତି । କିନ୍ତୁ ବିଗତ କିଛି ସମୟ ଧରି ସେ କଂଗ୍ରେସ ନେତୃତ୍ୱ ଉପରେ ଅସନ୍ତୋଷ ଅଛନ୍ତି । ଅନେକ ଥର ସେ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସରେ ତାଙ୍କର ଅବସ୍ଥା ଏପରି ହୋଇଛି ଯେମିତି ନୂଆ ବରକୁ ବନ୍ଧ୍ୟାକରଣ କରାଯାଇଛି । ଏଠାରେ ସେ କହିବାକୁ ଚେଷ୍ଟା କରୁଥିଲେ ଯେ ଦଳରେ ନିଷ୍ପତ୍ତି ନେବାକୁ ତାଙ୍କର କୌଣସି ଶକ୍ତି ନାହିଁ ।

ହାର୍ଦ୍ଦିକ ପଟେଲ କହିଛନ୍ତି ଯେ, ତାଙ୍କର ଅସନ୍ତୋଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ କିମ୍ବା ସୋନିଆ ଗାନ୍ଧୀଙ୍କ ଉପରେ ନୁହେଁ, ବରଂ ରାଜ୍ୟ ନେତୃତ୍ୱଙ୍କ ଉପରେ ତାଙ୍କର ଅସନ୍ତୋଷ ରହିଛି ।

ସୂଚନାଯୋଗ୍ୟ, ଗୁଜୁରାଟ ବିଧାନସଭା ନିର୍ବାଚନ ଚଳିତ ବର୍ଷର ଶେଷ ଆଡ଼କୁ ହେବାର ଅଛି । ତେଣୁ ପ୍ରତ୍ୟେକ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହି କ୍ରମରେ ହାର୍ଦ୍ଦିକ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ସଙ୍କେତ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ:-SBI ଜାରି କଲା ଆଲର୍ଟ! ଯଦି ଏହି ଦୁଇଟି ନମ୍ବରରୁ କଲ୍ ଆସେ ତ କିଛି କୁହନ୍ତୁନି, ନଚେତ୍ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ଏହା ବି ପଢ଼ନ୍ତୁ:-କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ବଢ଼ିବ ମହଙ୍ଗା ଭତ୍ତା, ଜାଣନ୍ତୁ ଏଥର କେତେ ହେବ ବୃଦ୍ଧି

ଏହା ବି ପଢ଼ନ୍ତୁ:-ଚିନ୍ତନ ଶିବିର ପରେ ସଚିନ ହେବେ ରାଜସ୍ଥାନ କଂଗ୍ରେସର ପାଇଲଟ, ଗେହଲୋଟଙ୍କ ଯିବ ଗାଦି!

 

ଗତ ସପ୍ତାହରେ ହାର୍ଦ୍ଦିକ ପଟେଲ ନିଜକୁ ରାମ ଭକ୍ତ ବୋଲି କହିଥିଲେ । ନିଜକୁ ରାମ ଭକ୍ତ ବୋଲି କହି ହାର୍ଦ୍ଦିକ କହିଥିଲେ ଯେ, ସେ ଜଣେ ହିନ୍ଦୁ ହୋଇଥିବାରୁ ଗର୍ବିତ । ହାର୍ଦ୍ଦିକ ପଟେଲ ତାଙ୍କ ପିତାଙ୍କ ମୃତ୍ୟୁ ପରେ ଚାରି ହଜାର ଭାଗବତ ଗୀତା ବଣ୍ଟନ ବିଷୟରେ କହିଥିଲେ ଓ କହିଥିଲେ ଯେ ଆମେ ହିନ୍ଦୁ ଧର୍ମରୁ ଆସିଛୁ ଏବଂ ହିନ୍ଦୁ ହୋଇଥିବାରୁ ଆମେ ଗର୍ବିତ । ଏହା ପରେ ଗୁଜୁରାଟ ବିଜେପି ଅଧ୍ୟକ୍ଷ ସିଆର ପାଟିଲ ମଧ୍ୟ ହାର୍ଦ୍ଦିକ ପଟେଲଙ୍କୁ ପ୍ରଶଂସା କରିଛନ୍ତି । ଯେଉଁଥିପାଇଁ ହାର୍ଦ୍ଦିକଙ୍କ ବିଜେପି ଯିବାର କଳ୍ପନାଜଳ୍ପନା ଜୋର ଧରିଛି ।