ଚିନ୍ତନ ଶିବିର ପରେ ସଚିନ ହେବେ ରାଜସ୍ଥାନ କଂଗ୍ରେସର ପାଇଲଟ, ଗେହଲୋଟଙ୍କ ଯିବ ଗାଦି!
Advertisement

ଚିନ୍ତନ ଶିବିର ପରେ ସଚିନ ହେବେ ରାଜସ୍ଥାନ କଂଗ୍ରେସର ପାଇଲଟ, ଗେହଲୋଟଙ୍କ ଯିବ ଗାଦି!

Sachin Pilot: ରାଜସ୍ଥାନକୁ ନେଇ କଂଗ୍ରେସର ଗୋଟିଏ ଚିନ୍ତା ହେଉଛି ଯଦି ନିର୍ବାଚନର କିଛି ସମୟ ପୂର୍ବରୁ ନେତୃତ୍ୱରେ ପରିବର୍ତ୍ତନ ଆସେ, ତେବେ ପଞ୍ଜାବ ପରି ପରିସ୍ଥିତି ହୋଇ ପାରେ । ପଞ୍ଜାବରେ ଚରଣଜିତ୍ ସିଂ ଚନ୍ନିଙ୍କୁ ନିର୍ବାଚନର ୧୧୪ ଦିନ ପୂର୍ବରୁ ସିଏମ୍ କରାଯାଇଥିଲା ଓ ଗୋଷ୍ଠୀ କନ୍ଦଳ କାରଣରୁ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଭଳି ପରିସ୍ଥିତିରେ କଂଗ୍ରେସ ଅନୁଭବ କରୁଛି ଯେ ଯଦି ରାଜସ୍ଥାନରେ କୌଣସି ପରିବର୍ତ୍ତନ କରିବାକୁ ପଡ଼େ, ତେବେ ଏହାକୁ ଅତି କମରେ ଦେଢ଼ ବର୍ଷ ପୂର୍ବରୁ କରିବା ଉଚିତ୍ ।

ଚିନ୍ତନ ଶିବିର ପରେ ସଚିନ ହେବେ ରାଜସ୍ଥାନ କଂଗ୍ରେସର ପାଇଲଟ, ଗେହଲୋଟଙ୍କ ଯିବ ଗାଦି!

ନୂଆଦିଲ୍ଲୀ: Sachin Pilot: ପାଞ୍ଚଟି ରାଜ୍ୟରେ କଂଗ୍ରେସ (Congress) ର ପରାଜୟ ପରେ ଦଳ ସଂଗଠନକୁ ମଜଭୁତ କରିବାକୁ ଲାଗିଛି । ଏହା ଅନ୍ତର୍ଗତ ନିର୍ବାଚନୀ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (Prashant Kishor) ଗତ କିଛି ଦିନ ମଧ୍ୟରେ କଂଗ୍ରେସ ନେତୃତ୍ୱଙ୍କୁ ଅନେକ ଥର ଭେଟିଛନ୍ତି । ପ୍ରଶାନ୍ତ କିଶୋରଙ୍କ ଦଳରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ କଂଗ୍ରେସ ମଧ୍ୟ ରାଜସ୍ଥାନ (Rajasthan Congress) ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିବା ଜଣାପଡିଛି । ଗୋଟିଏ ପଟେ ସୋନିଆ ଗାନ୍ଧୀ (Sonia Gandhi) ପ୍ରଶାନ୍ତ କିଶୋରଙ୍କୁ କଂଗ୍ରେସକୁ ଆଣିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟ ପଟେ ନେତୃତ୍ୱରେ ନୂଆ ଚେହେରା ଆଣିବାକୁ ଚିନ୍ତା କରାଯାଉଛି । ଏହାର ଆରମ୍ଭ ରାଜସ୍ଥାନରୁ ହିଁ ହୋଇପାରେ, ଯେଉଁଠାରେ ସଚିନ ପାଇଲଟ ଲଗାତର ଭାବରେ ଦାବି କରୁଛନ୍ତି । ନିକଟ ଅତୀତରେ ସଚିନ ପାଇଲଟ (Sachin Pilot) ଯେତେବେଳେ ଦିଲ୍ଲୀ ଆସି ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ ସେତେବେଳେ କଳ୍ପନାଜଳ୍ପନା ଜୋର ଧରିଛି ।

ଏହି ସମୟରେ ଚର୍ଚ୍ଚା ଏହା ମଧ୍ୟ ଆରମ୍ଭ ହୋଇଛି ଯେ ମେ ମେ ୧୩ରୁ ୧୫ ପର୍ଯ୍ୟନ୍ତ ଉଦୟପୁରରେ ହେବାକୁ ଥିବା ଚିନ୍ତନ ଶିବିର (Udaipur Congress Chintan Shivir) ପରେ ରାଜସ୍ଥାନରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ । ଏହି ଚର୍ଚ୍ଚା ଅଶୋକ ଗେହଲୋଟ (Rajasthan CM Ashok Gehlot) ଙ୍କ ଏକ ବୟାନ ପରେ ଅଧିକ ହେବାକୁ ଲାଗିଛି, ଯେଉଁଥିରେ ସେ କହିଛନ୍ତି ଯେ ମୋର ଇସ୍ତଫା ସବୁବେଳେ ସୋନିଆ ଗାନ୍ଧୀଙ୍କ ପାଖରେ ରହିଛି । ସାଧାରଣତଃ ଗେହଲୋଟ୍ ଅତି ସତର୍କତାର ସହ କଥାବାର୍ତ୍ତା କରନ୍ତି, କିନ୍ତୁ ତାଙ୍କ ମନ୍ତବ୍ୟ କଳ୍ପନା ଜଳ୍ପନାର କାରଣ ହୋଇଛି ଯେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନକୁ ବିଚାର କରୁଛି କି ? ତେବେ ପ୍ରଶ୍ନ ମଧ୍ୟ ଉଠିଛି ଯେ ଯଦି ସଚିନ ପାଇଲଟଙ୍କ ଚାପରେ ଇସ୍ତଫା ଚାହୁଛନ୍ତି ତେବେ ଗେହଲୋଟ୍ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିବେ କି?

ଗେହଲୋଟ୍ (Ashok Gehlot) କହିଥିଲେ ଯେ, "ମୋର ଇସ୍ତଫା ସବୁବେଳେ ସୋନିଆ ଗାନ୍ଧୀଙ୍କ ପାଖରେ ରହିଆସିଛି । ଯେତେବେଳେ କଂଗ୍ରେସ ସିଏମ୍ ବଦଳାଇବାକୁ ଚାହିଁବ, ସେତେବେଳେ କାହାକୁ କିଛି ଆଗୁଆ ସୂଚନା ମିଳିବ ନାହିଁ । ଏ ବିଷୟରେ କାହା ସହିତ କଥାବାର୍ତ୍ତା କରିବେ ନାହିଁ । କଂଗ୍ରେସ ହାଇକମାଣ୍ଡ (Congress High Command) ନିଷ୍ପତ୍ତି ନେବାକୁ ମୁକ୍ତ ।" କୌତୁହଳର ବିଷୟ ଯେ ପିକେ କଂଗ୍ରେସକୁ ଦେଇଥିବା ଉପସ୍ଥାପନାରେ ଏହା ମଧ୍ୟ କହିଛନ୍ତି ଯେ ଏହା ରାଜ୍ୟ ତଥା ଜିଲ୍ଲା ସ୍ତରରେ ଯୁବ ନେତୃତ୍ୱର ବିକାଶ କରିବାକୁ ପଡ଼ିବ । ସେ କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନରେ ​​ଭଲ ପ୍ରଦର୍ଶନ କରିବା ପାଇଁ କଂଗ୍ରେସକୁ ସେହି ରାଜ୍ୟଗୁଡ଼ିକରେ ଭଲ ପ୍ରଦର୍ଶନ କରିବାକୁ ପ୍ରସ୍ତୁତି କରିବାକୁ ପଡ଼ିବ, ଯେଉଁଠି ସିଧା ଲଢ଼େଇ କଂଗ୍ରେସ ରହିଛି । ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଗୁଜରାଟ ଇତ୍ୟାଦି ରାଜ୍ୟ ସାମିଲ ଅଛି ।

ଏହା ବି ପଢ଼ନ୍ତୁ:-ପିଏମ ମୋଦିଙ୍କୁ ଚେତାବନୀ ଦେଇଥିବା ମୌଲାନାଙ୍କ ୨୪ ଘଣ୍ଟା ମଧ୍ୟରେ ୟୁଟର୍ଣ୍ଣ, ଲାଉଡସ୍ପିକରକୁ ନେଇ କହିଲେ ଏପରି କିଛି

ଏହା ବି ପଢ଼ନ୍ତୁ:-ଏଣିକି ଋଷ ଉପରେ କାଳ ହୋଇ ବର୍ଷିବ 'ଭୂତ ଡ୍ରୋନ', ୟୁକ୍ରେନ ପାଇଁ ଆମେରିକା ତିଆରି କଲା ଏହି ଖାସ୍ ଅସ୍ତ୍ର

ଏହା ବି ପଢ଼ନ୍ତୁ:-ଏସବୁ ଦେଶରେ ରହିଛି ଭାରତର ମିଲିଟ୍ରୀ ବେସ୍, ଦେଖନ୍ତୁ ପୁରା ତାଲିକା

ରାଜସ୍ଥାନକୁ ନେଇ କଂଗ୍ରେସର ଗୋଟିଏ ଚିନ୍ତା ହେଉଛି ଯଦି ନିର୍ବାଚନର କିଛି ସମୟ ପୂର୍ବରୁ ନେତୃତ୍ୱରେ ପରିବର୍ତ୍ତନ ଆସେ, ତେବେ ପଞ୍ଜାବ ପରି ପରିସ୍ଥିତି ହୋଇ ପାରେ । ପଞ୍ଜାବରେ ଚରଣଜିତ୍ ସିଂ ଚନ୍ନିଙ୍କୁ ନିର୍ବାଚନର ୧୧୪ ଦିନ ପୂର୍ବରୁ ସିଏମ୍ କରାଯାଇଥିଲା ଓ ଗୋଷ୍ଠୀ କନ୍ଦଳ କାରଣରୁ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏଭଳି ପରିସ୍ଥିତିରେ କଂଗ୍ରେସ ଅନୁଭବ କରୁଛି ଯେ ଯଦି ରାଜସ୍ଥାନରେ କୌଣସି ପରିବର୍ତ୍ତନ କରିବାକୁ ପଡ଼େ, ତେବେ ଏହାକୁ ଅତି କମରେ ଦେଢ଼ ବର୍ଷ ପୂର୍ବରୁ କରିବା ଉଚିତ୍ ।