Gujarat Election 2022: ବିଜେପି କାର୍ଯକର୍ତ୍ତାକୁ ସତର୍କ କରାଇଲେ ପିଏମ ମୋଦି, କହିଲେ- କଂଗ୍ରେସ ବଦଳାଇଛି ନିଜ ରଣନୀତି
Advertisement
Article Detail0/zeeodisha/odisha1391338

Gujarat Election 2022: ବିଜେପି କାର୍ଯକର୍ତ୍ତାକୁ ସତର୍କ କରାଇଲେ ପିଏମ ମୋଦି, କହିଲେ- କଂଗ୍ରେସ ବଦଳାଇଛି ନିଜ ରଣନୀତି

Gujarat Election 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କଂଗ୍ରେସକୁ ନେଇ ଭାରତୀୟ ଜନତା ପାର୍ଟି (BJP) ର କାର୍ଯ୍ୟକର୍ତ୍ତାଙ୍କୁ ସତର୍କ କରାଇଛନ୍ତି । ସୋମବାର ଅର୍ଥାତ ଅକ୍ଟୋବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗୁଜୁରାଟରେ କଂଗ୍ରେସ ଚୁପଚାପ୍ ନିର୍ବାଚନ ପ୍ରଚାରରେ ଲାଗିଛି । ଏଥିପାଇଁ ବିଜେପିର କାର୍ଯ୍ୟକର୍ତ୍ତା (BJP Workers) ସତର୍କ ରହିବା ଆବଶ୍ୟ ।

Gujarat Election 2022: ବିଜେପି କାର୍ଯକର୍ତ୍ତାକୁ ସତର୍କ କରାଇଲେ ପିଏମ ମୋଦି, କହିଲେ- କଂଗ୍ରେସ ବଦଳାଇଛି ନିଜ ରଣନୀତି

ନୂଆଦିଲ୍ଲୀ: Gujarat Election 2022: ଗୁଜୁରାଟ ବିଧାନସଭା ନିର୍ବାଚନ (ujarat Assembly Election 2022) ପାଇଁ ଯେକୌଣସି ସମୟରେ ତାରିଖ ଘୋଷଣା ହୋଇପାରେ । ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଗୁଜୁରାଟ ଦଖଲ ପାଇଁ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ଜୋର ଲଗାଇଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ମଧ୍ୟ ଗୁଜୁରାଟରେ ନିର୍ବାଚନ ପ୍ରଚାର କରୁଛନ୍ତି । କଂଗ୍ରେସ (Congress) ମଧ୍ୟ କୌଣସି ହଙ୍ଗମା ନ କରି ଧୀର ସ୍ଥିର ଭାବେ ନିଜ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତ ଅଛି । କଂଗ୍ରେସ ତରଫରୁ କୌଣସି ବଡ଼ ଚେହେରା ଏପର୍ଯ୍ୟନ୍ତ ଗୁଜରାଟରେ ପହଞ୍ଚିଛି ନାହାଁନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କଂଗ୍ରେସକୁ ନେଇ ଭାରତୀୟ ଜନତା ପାର୍ଟି (BJP) ର କାର୍ଯ୍ୟକର୍ତ୍ତାଙ୍କୁ ସତର୍କ କରାଇଛନ୍ତି । ସୋମବାର ଅର୍ଥାତ ଅକ୍ଟୋବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଗୁଜୁରାଟରେ କଂଗ୍ରେସ ଚୁପଚାପ୍ ନିର୍ବାଚନ ପ୍ରଚାରରେ ଲାଗିଛି । ଏଥିପାଇଁ ବିଜେପିର କାର୍ଯ୍ୟକର୍ତ୍ତା (BJP Workers) ସତର୍କ ରହିବା ଆବଶ୍ୟ ।

ପିଏମ ମୋଦି କହିଛନ୍ତି ଯେ, ବିରୋଧୀ ଦଳର ଷଡ଼ଯନ୍ତ୍ରର ମୁକାବିଲା କରିବା ପାଇଁ  ଶାସକ ଦଳ (ବିଜେପି)କୁ ନିଜ ନିର୍ବାଚନୀ ରଣନୀତିରେ ଆଂଶିକ ପରିବର୍ତ୍ତନ କରିବାକୁ ପଡ଼ିବ । ନିଜ ଗୃହ ରାଜ୍ୟରେ ୩ ଦିନିଆ ଗସ୍ତରେ ଯାଇ ମୋଦି କହିଛନ୍ତି ଯେ,  ଗୁଜୁରାଟରେ ଆସନ୍ତା କିଛି ମାସ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, କଂଗ୍ରେସ ଗୁଜୁରାଟରେ ଏଥର ନିଜ ରଣନୀତି ବଦଳାଇ ନେଇଛି । ଆନନ୍ଦ ଜିଲ୍ଲାର ବଲ୍ଲଭ ବିଦ୍ୟାନଗରରେ ଏକ ବିଜେପି ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ମୁଁ ଆପଣଙ୍କୁ ସତର୍କ କରି ଦେବାକୁ ଚାହୁଁଛି କାରଣ ମୋତେ ଲାଗୁଛି ଯେ ଏଥର କଂଗ୍ରେସ ଏକ ନୂତନ ରଣନୀତି ଆପଣେଇଛି । ମୁଁ ଚେକ୍ କରିନାହିଁ, କିନ୍ତୁ ସାଧାରଣତ ଭାବେ ମୁଁ ଏହା ଭାବୁଛି ।

ମୋଦି କହିଛନ୍ତି ଯେ, ପୂର୍ବ ବିଧାନସଭା ନିର୍ବାଚନରେ ​​କଂଗ୍ରେସ ବହୁତ ହଇଚଇ କରୁଥିଲା ଓ ବିଜେପିକୁ ସଫା କରିବାକୁ ଦମ୍ଭ ଭରୁଥିଲା । କିନ୍ତୁ ୨୦ ବର୍ଷ ମଧ୍ୟରେ ଆମେ ହାରି ନାହୁଁ, ତେଣୁ ସେ କିଛି ନୂଆ କରୁଛି । ସେଥିପାଇଁ ଆମକୁ ସତର୍କ ରହିବା ଆବଶ୍ୟକ । ଏଠାରେ କହି ରଖୁଛୁ ଯେ, ପିଏମ ମୋଦି ୧୩ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ସେ ଆଗକୁ କହିଛନ୍ତି ଯେ, କଂଗ୍ରେସ ଖୋଲାଖୋଲି ଭାବେ କିଛି କହୁନାହିଁ, ବରଂ ଗ୍ରାମକୁ ଯାଇ ନିଜର ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ପ୍ରଭାବିତ କରିବାର ପୁରୁଣା କୌଶଳ ଆପଣେଇଛି । ସେମାନେ (କଂଗ୍ରେସ ନେତା) ଖବରରେ ଦେଖାଯାଉ ନାହାଁନ୍ତି, ନା ସାମ୍ବାଦିକ ସମ୍ମିଳନୀ କରୁଛନ୍ତି କିମ୍ବା ନା ଭାଷଣ ଦେଉଛନ୍ତି । ଏଥିପାଇଁ ଭ୍ରମିତ ହୁଅନ୍ତୁ ନାହିଁ । ସେ (କଂଗ୍ରେସ) କହୁନାହିଁ, କିନ୍ତୁ ସେ ଗ୍ରାମଗୁଡିକରେ ପହଞ୍ଚୁଛି, ବୈଠକ କରୁଛି ।

ଅଧିକ ପଢ଼ନ୍ତୁ:-ଆଫ୍ରିକା ସିରିଜ୍ ସହ ବର୍ବାଦ ହେଲା ଏହି ଖେଳାଳିଙ୍କ କ୍ୟାରିଅର୍, ଲଗାତର ଟିମ୍ ଇଣ୍ଡିଆ ପାଇଁ ପାଲଟିଥିଲେ ଚିନ୍ତାର କାରଣ!

ଅଧିକ ପଢ଼ନ୍ତୁ:-ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେବେ ଏହି ଭାରତୀୟ ପେସର୍, ଏହି ଖେଳାଳିଙ୍କ ଭାଙ୍ଗିଲା ସ୍ୱପ୍ନ!

ଅଧିକ ପଢ଼ନ୍ତୁ:-ଗେଲଙ୍କ ଭବିଷ୍ୟବାଣୀ; ଭାରତ-ପାକିସ୍ତାନ ନୁହେଁ, ଏହି ୨ ଦଳ ମଧ୍ୟରେ ହେବ ଟି-20 ବିଶ୍ୱକପ ଫାଇନାଲ​

ମୋଦି ଆହୁରି କହିଛନ୍ତି ଯେ, ମୁଖ୍ୟ ବିରୋଧୀ ଦଳର ଏହି ନୂତନ ରଣନୀତିକୁ ବିଜେପି କର୍ମୀମାନେ ସତର୍କ ରହିବା ଓ ପ୍ରତିରୋଧ କରିବା ଆବଶ୍ୟକ । ସେ ସାଧାରଣ ସଭା, ସାମ୍ବାଦିକ ସମ୍ମିଳନୀ କିମ୍ବା ବୟାନ ଦେଉନାହାଁନ୍ତି ... ଆପଣଙ୍କୁ ଆସନ୍ତା ନିର୍ବାଚନ ପାଇଁ ସତର୍କ ରହିବା ଆବଶ୍ୟକ । ସେ (କଂଗ୍ରେସ) ଲୋକଙ୍କୁ ଭିନ୍ନ ଭିନ୍ନ ବ୍ୟାଖ୍ୟା କରି ଗ୍ରାମରେ ବିଷ ବିସ୍ତାର କରିବାର ନୂତନ ରଣନୀତି ଆପଣାଇଛି । ମୋଦି ବିଜେପି କର୍ମୀଙ୍କୁ ଭୋଟରଙ୍କ ସହ ଯୋଗାଯୋଗ କରିବାକୁ ଓ ଆଗାମୀ ନିର୍ବାଚନ ପାଇଁ ଘରେ ଘରେ ଯାଇ ପ୍ରଚାର କରିବାକୁ କହିଛନ୍ତି ।