T20 World Cup 2022: ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେବେ ଏହି ଭାରତୀୟ ପେସର୍, ଏହି ଖେଳାଳିଙ୍କ ଭାଙ୍ଗିଲା ସ୍ୱପ୍ନ!
Advertisement
trendingNow11391244

T20 World Cup 2022: ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେବେ ଏହି ଭାରତୀୟ ପେସର୍, ଏହି ଖେଳାଳିଙ୍କ ଭାଙ୍ଗିଲା ସ୍ୱପ୍ନ!

T20 World Cup 2022: ଇନସାଇଡ୍ ସ୍ପୋର୍ଟର ଖବର ଅନୁଯାୟୀ, ଶାମି ଶୀଘ୍ର ଅଷ୍ଟ୍ରେଲିଆ ଯାଇପାରନ୍ତି । ନିକଟ ଅତୀତରେ ଶାମି କୋରୋନା ସଂକ୍ରମିତ ହୋଇଥିଲେ । ଏହି କାରଣରୁ ସେ ଅଷ୍ଟ୍ରେଲିଆ ଓ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜର ଅଂଶ ଗ୍ରହଣ କରିପାରିନଥିଲେ ।

T20 World Cup 2022: ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେବେ ଏହି ଭାରତୀୟ ପେସର୍, ଏହି ଖେଳାଳିଙ୍କ ଭାଙ୍ଗିଲା ସ୍ୱପ୍ନ!

ନୂଆଦିଲ୍ଲୀ: T20 World Cup 2022: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-20 ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ୍ ଦଳ ବ୍ୟସ୍ତ ଅଛନ୍ତି । ନିକଟ ଅତୀତରେ ପେସର ଜସପ୍ରୀତ ବୁମ୍ରା (Jasprit Bumrah) ଓ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଆହତ ହେବାପରେ ଦଳକୁ ବଡ଼ ଝଟକା ଲାଗିଛି । ବୁମ୍ରାଙ୍କ ସ୍ଥାନରେ କିଏ ଅଷ୍ଟ୍ରେଲିଆ ଯିବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ । କିନ୍ତୁ ଏହି ରେସରେ ଅନେକ ନାମ ସାମିଲ ରହିଛି । ଏହି ସମୟରେ ଏକ ରିପୋର୍ଟ ଦାବି କରୁଛି ଯେ, ଟି-20 ବିଶ୍ୱକପରେ ମହମ୍ମଦ ଶାମି (Mohammad Shami) ବୁମ୍ରାଙ୍କ ସ୍ଥାନ ନେବେ ।

ଟିମ୍ ଇଣ୍ଡିଆ ପାଇଁ ଏକ ଭଲ ଖବର ଅଛି ଯେ ପେସର୍ ମହମ୍ମଦ ଶାମି ତାଙ୍କ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ନାମ ଟି-20 ବିଶ୍ୱକପ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଥିବା ଜଣାପଡିଛି । ସେ ଜସପ୍ରୀତ ବୁମ୍ରାଙ୍କ ସ୍ଥାନ ନେବେ । ଇନସାଇଡ୍ ସ୍ପୋର୍ଟର ଖବର ଅନୁଯାୟୀ, ଶାମି ଶୀଘ୍ର ଅଷ୍ଟ୍ରେଲିଆ ଯାଇପାରନ୍ତି । ନିକଟ ଅତୀତରେ ଶାମି କୋରୋନା ସଂକ୍ରମିତ ହୋଇଥିଲେ । ଏହି କାରଣରୁ ସେ ଅଷ୍ଟ୍ରେଲିଆ ଓ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20 ସିରିଜର ଅଂଶ ଗ୍ରହଣ କରିପାରିନଥିଲେ ।

ସେପଟେ ପେସର୍ ଦୀପକ ଚହରଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ନାହିଁ । ସେ ଟି-20 ବିଶ୍ୱକପ୍‌ରେ ସ୍ଥାନ ପାଇପାରିବେ ନାହିଁ । ଚହର ଏବେ ମଧ୍ୟ ବାଙ୍ଗାଲୋର, ଏନସିଏରେ ଅଛନ୍ତି । ଅକ୍ଟୋବର ୧୫ ପର୍ଯ୍ୟନ୍ତ ତାଙ୍କର ଫିଟ୍ ହେବାର ସମ୍ଭାବନା ନାହିଁ, ଯେତେବେଳେ ବିସିସିଆଇକୁ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପାଇଁ ଅନ୍ତିମ ଦଳ ଆଇସିସିରେ ଦାଖଲ କରିବାକୁ ପଡ଼ିବ । ରିଜର୍ଭରେ ଚହରଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କ ନାମ ଆସିବାର ସମସ୍ତ ସମ୍ଭାବନା ଅଛି । ନିକଟ ଅତୀତରେ ସିରାଜ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବସୀୟ ସିରିଜର ଅଂଶ ହୋଇଥିଲେ ଓ ସେ ଭଲ ପ୍ରଦର୍ଶନ କରିଛନ୍ତି । ସେ ମ୍ୟାନ୍ ଅଫ୍  ସିରିଜର ପାଇଥିଲେ ।

ମହମ୍ମଦ ଶାମି ଗତ ବର୍ଷ କେବଳ ଟି-20 ବିଶ୍ୱକପରେ ଏହି ଫର୍ମାଟର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ୟୁପିର ଆମ୍ରୋହାରେ ଜନ୍ମଗ୍ରହଣ କରିଥିବା ଶାମି ଜୁଲାଇରେ ମଞ୍ଚେଷ୍ଟରରେ ତାଙ୍କର ଶେଷ ODI ଖେଳିଥିଲେ । ସେବେଠାରୁ ସେ ଟିମ୍ ଇଣ୍ଡିଆରୁ ବାହାର ଅଛନ୍ତି । ସେ ମଧ୍ୟ ଏସିଆ କପ-2022 ପାଇଁ ଭାରତୀୟ ଦଳରେ ମନୋନୀତ ହୋଇନଥିଲେ । ନିକଟ ଅତୀତରେ ସେ କୋରୋନା ସଂକ୍ରମିତ ହୋଇଥିଲେ । ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଫିଟ୍ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ:-ଗେଲଙ୍କ ଭବିଷ୍ୟବାଣୀ; ଭାରତ-ପାକିସ୍ତାନ ନୁହେଁ, ଏହି ୨ ଦଳ ମଧ୍ୟରେ ହେବ ଟି-20 ବିଶ୍ୱକପ ଫାଇନାଲ

ଅଧିକ ପଢ଼ନ୍ତୁ:-ଜଷ୍ଟିସ୍ ଚନ୍ଦ୍ରଚୁଡ଼ ହେବେ ଦେଶର ପରବର୍ତ୍ତୀ CJI, ପ୍ରଧାନ ବିଚାରପତି ୟୁୟୁ ଲଲିତ ସରକାରଙ୍କୁ ପଠାଇଲେ ନାମ

ସୂଚନାଯୋଗ୍ୟ, ୨୦୧୪ରେ ଶାମି ପାକିସ୍ତାନ ବିପକ୍ଷରେ ଟି-20 ଡେବ୍ୟୁ କରିଥିଲେ । ବିଶେଷ କଥା ହେଉଛି ଶାମି ଏହି ଫର୍ମାଟରେ ଭାରତ ପାଇଁ ପ୍ରଥମ ମ୍ୟାଚ୍ ଟି-20 ବିଶ୍ୱକପରେ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଖେଳିଛନ୍ତି । ତଥାପି, ତାଙ୍କୁ ପରେ ଅନେକ ସୁଯୋଗ ମିଳି ନଥିଲା । ସେ ଟି-20 ଅନ୍ତର୍ଜାତୀୟ କ୍ୟାରିୟରରେ ଗତ ଆଠ ବର୍ଷରେ ମାତ୍ର ୧୭ଟି ମ୍ୟାଚ୍ ଖେଳି ପାରିଛନ୍ତି । ତାଙ୍କ ନାମରେ ୧୮ ୱିକେଟ୍ ରହିଛି । ସେ ଏପର୍ଯ୍ୟନ୍ତ ଟେଷ୍ଟ ଫର୍ମାଟରେ ୨୧୬ ୱିକେଟ୍ ଓ ୱାନ ଡେ ଇଣ୍ଟରନ୍ୟାସନାଲରେ ୧୫୨ ୱିକେଟ୍ ନେଇଛନ୍ତି ।

Trending news