Presidential Election 2022: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୪ ସେଟର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ରରେ ପ୍ରସ୍ତାବକ ହୋଇଥିବାବେଳେ ରାଜନାଥ ସିଂ ଅନୁମୋଦକ ହୋଇଛନ୍ତି । ଦ୍ୱିତୀୟ ସେଟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ପ୍ରସ୍ତାବକରେ ସାମିଲ ଥିଲେ । ସମ୍ବିଧାନ ଅନୁଯାୟୀ, ଗୁପ୍ତ ମତଦାନ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୁଏ ।
Trending Photos
ନୂଆଦିଲ୍ଲୀ: Presidential Election 2022: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi), ଗୃହମନ୍ତ୍ରୀ ଅମିତ ଶାହ (Amit Shah) ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ (Rajnath Singh) ଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଏଥି ସହ ନବୀନ ପଟ୍ଟନାୟକ (Naveen Patnaik) ନେତୃତ୍ୱାଧୀନ ବିଜେଡି ସରକାର (BJD Govt) ତରଫରୁ ୨ ମନ୍ତ୍ରୀ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀକୁ ବିଜେଡି ସମର୍ଥନ କରୁଛି । ରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ସହ ଦେଶର ବିଧାନସଭା ତଥା ବିଧାନ ପରିଷଦର ସମସ୍ତ ନିର୍ବାଚିତ ସଦସ୍ୟ ଭୋଟ୍ ଦେଇପାରିବେ ।
ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ୪ ସେଟର ନାମାଙ୍କନପତ୍ର ଦାଖଲ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ରରେ ପ୍ରସ୍ତାବକ ହୋଇଥିବାବେଳେ ରାଜନାଥ ସିଂ ଅନୁମୋଦକ ହୋଇଛନ୍ତି । ଦ୍ୱିତୀୟ ସେଟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ପ୍ରସ୍ତାବକରେ ସାମିଲ ଥିଲେ । ସମ୍ବିଧାନ ଅନୁଯାୟୀ, ଗୁପ୍ତ ମତଦାନ ମାଧ୍ୟମରେ ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀ ଦ୍ୱାରା ରାଷ୍ଟ୍ରପତି ନିର୍ବାଚିତ ହୁଏ ।
ନାମାଙ୍କନ ପାଇଁ କେତେ ପ୍ରସ୍ତାବକ ଆବଶ୍ୟକ?
ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ପ୍ରସ୍ତାବକ ହୋଇଥିଲେ । ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ମତଦାତାଙ୍କ ମଧ୍ୟରୁ ୫୦ ପ୍ରସ୍ତାବକ ଓ ସେତିକି ସଂଖ୍ୟକ ଅନୁମୋଦକ ଆବଶ୍ୟକ ହୋଇଥାଏ । ରାଷ୍ଟ୍ରପତି ନିର୍ବାଚନ ଏକ ନିର୍ବାଚକ ମଣ୍ଡଳରୁ ଗୁପ୍ତ ମତଦାନ ମାଧ୍ୟମରେ ହୋଇଥାଏ । ଏହି ନିର୍ବାଚନରେ ଲୋକସଭା, ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭାର ମନୋନୀତ ପ୍ରତିନିଧିମାନେ ଅଂଶଗ୍ରହଣ କରନ୍ତି । ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭା ନିର୍ବାଚିତ ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନିଅନ୍ତି ।
ନାମାଙ୍କନ ପାଇଁ କ'ଣ ରହିଛି ସର୍ତ୍ତ?
ରାଷ୍ଟ୍ରପତି ନିର୍ବାଚନ ଯେକୌଣସି ଭାରତୀୟ ନାଗରିକ ଯାହାଙ୍କ ବୟସ ୩୫ ବର୍ଷ ହୋଇଥିବ, ସେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଗ୍ୟ ଅଟନ୍ତି । ଏଥିସହ ସେ ଲୋକସଭାର ସଦସ୍ୟ ଭାବରେ ନିର୍ବାଚିତ ହେବା ପାଇଁ ଯୋଗ୍ୟ ହେବା ଉଚିତ ଓ କୌଣସି ଲାଭଜନକ କାର୍ଯ୍ୟାଳୟ ପଦରେ ରହିବା ଉଚିତ ନୁହେଁ । ନାମାଙ୍କନ ପ୍ରକ୍ରିୟା ସମୟରେ ଫର୍ମ -2 ପୂରଣ କରିବାକୁ ପଡିବ । ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିବା ଜଣେ ପ୍ରାର୍ଥୀଙ୍କର ନିର୍ବାଚକଙ୍କ ସମର୍ଥନ ରହିବା ଜରୁରୀ । ଜଣେ ପ୍ରାର୍ଥୀଙ୍କ ପାଇଁ ୫୦ ପ୍ରସ୍ତାବକଙ୍କ ସମର୍ଥନ ଓ ସମାନ ସଂଖ୍ୟକ ଅନୁମୋଦକଙ୍କ ସମର୍ଥନ ଆବଶ୍ୟକ ପଡ଼ିଥାଏ ।
ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଫେସବୁକରେ ଆପତ୍ତିଜନକ କମେଣ୍ଟ, ମାମଲା ରୁଜୁ
ଏହା ବି ପଢ଼ନ୍ତୁ:-ଦାନ କରିଛନ୍ତି ଆଖି..ଦୁଇ ପୁଅ ଓ ସ୍ୱାମୀଙ୍କୁ ହରାଇଲେ; ଏମିତି ଥିଲା ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ
ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଲଢ଼ିସାରିଛନ୍ତି ଏହି ଆଦିବାସୀ ନେତା, ଜାଣନ୍ତୁ ତାଙ୍କ ବିଷୟରେ...
କୌଣସି ଦଳ କରିପାରନ୍ତି ନାହିଁ ହ୍ୱିପ୍ ଜାରି
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀଙ୍କୁ ନିଜ ନାମାଙ୍କନ ପତ୍ର ସହିତ ଜମା ରାଶି ଭାବରେ ୧୫ ହଜାର ଟଙ୍କା ଜମା କରିବାକୁ ପଡ଼ିଥାଏ । ରାଷ୍ଟ୍ରପତି ନିର୍ବାଚନରେ କୌଣସି ଦଳ ହ୍ୱିପ୍ ଜାରି କରିପାରିବେ ନାହିଁ । ରାଷ୍ଟ୍ରପତି ନିର୍ବାଚନରେ ସାଧାରଣ ଜନତା ଭୋଟ୍ ଦିଅନ୍ତି ନାହିଁ, କିନ୍ତୁ ସେମାନଙ୍କର ପ୍ରତିନିଧୀମାନେ ଭୋଟ୍ ଦିଅନ୍ତି । ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କ ସହିତ କେବଳ ଦେଶର ସମସ୍ତ ବିଧାନସଭା ଏବଂ ବିଧାନ ପରିଷଦର ନିର୍ବାଚିତ ସଦସ୍ୟମାନେ ଏଥିରେ ଭୋଟ୍ ଦେଇପାରିବେ ।