BJP National Executive Meeting: ଫଟୋ ଉଠାଇବା ବେଳେ ଧରାପଡ଼ିଲେ ଗୁଇନ୍ଦା ଅଧିକାରୀ
Advertisement
Article Detail0/zeeodisha/odisha1242918

BJP National Executive Meeting: ଫଟୋ ଉଠାଇବା ବେଳେ ଧରାପଡ଼ିଲେ ଗୁଇନ୍ଦା ଅଧିକାରୀ

BJP National Executive Meeting: ଏନେଇ ତେଲେଙ୍ଗାନା ବିଜେପି ଶାଖାର ଜଣେ ନେତା ଅଭିଯୋଗ କରିଛନ୍ତି ରାଜଧାନୀ ହ୍ରାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ ବୈଠକରେ ଆଗତ ହେଉଥିବା ପ୍ରସ୍ତାବର ଫଟୋ ଉଠାଉଥିବା ବେଳେ ଏହି ଗୁପ୍ତଚରଗିରି ଘଟଣା ବାବଦରେ ଜଣାପଡ଼ିଥିଲା। 

BJP National Executive Meeting: ଫଟୋ ଉଠାଇବା ବେଳେ ଧରାପଡ଼ିଲେ ଗୁଇନ୍ଦା ଅଧିକାରୀ

BJP National Executive Meeting: ହାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାକାରିଣୀ ବୈଠକ ବେଳେ ଜଣେ ଗୁଇନ୍ଦା ଅଧିକାରୀଙ୍କୁ ଧରାୟାଇଛି। ଏନେଇ ତେଲେଙ୍ଗାନା ବିଜେପି ଶାଖାର ଜଣେ ନେତା ଅଭିଯୋଗ କରିଛନ୍ତି ରାଜଧାନୀ ହ୍ରାଇଦ୍ରାବାଦ ଠାରେ ଅନୁଷ୍ଠିତ ହୋଇଥିବା ଦଳୀୟ ବୈଠକରେ ଆଗତ ହେଉଥିବା ପ୍ରସ୍ତାବର ଫଟୋ ଉଠାଉଥିବା ବେଳେ ଏହି ଗୁପ୍ତଚରଗିରି ଘଟଣା ବାବଦରେ ଜଣାପଡ଼ିଥିଲା। 

ଏନେଇ ପ୍ରତିକ୍ରିୟା ରଖି ପୂର୍ବତନ ବିଜେପି ବିଧାୟକ ଏନ.ଇନ୍ଦ୍ରସେନ୍ ରେଡ୍ଡୀ କହିଛନ୍ତି ଯେ ସେ ଦଳୀୟ ବୈଠକ ବେଳେ ଧରାପଡି଼ଥିବା ଗୁପ୍ତଚର ଅଧିକାରୀଙ୍କୁ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଧରପଡିଥିବା ଏହି ଗୁଇନ୍ଦା ଅଧିକାରୀଙ୍କ ଦ୍ୱାରା ନିଆଯାଇଥିବା ଫଟୋ ଡିଲିଟ କରାଯାଇଛି। ତେଲେଙ୍ଗାନା ସରକାର ଉଦ୍ଦେଶ୍ୟମୂଳକ ଭାବେ ଏଠାରେ ଚାଲିଥିବା ସମସ୍ତ ଆଲୋଚନାକୁ ସାର୍ବଜନୀନ କରିବାକୁ ଚେଷ୍ଟା କରୁଛନ୍ତି। ଗୁପ୍ତଚର ଅଧିକାରୀ ଅଡିଟୋରିୟମ ଭିତରକୁ ଆସିଥିଲେ ଯେଉଁଠାରେ ପ୍ରବେଶ ଅନୁମତି ନଥିଲା। ସେ ଘଟଣାସ୍ଥଳରେ ପ୍ରବେଶ କରିବା ପାଇଁ ପୋଲିସ ପାସ୍ ବ୍ୟବହାର କରିଥିଲେ। ଦଳୀୟ ବୈଠକ ଆରମ୍ଭ ହେବା ପୂର୍ବରୁ ଧରା ପଡିଥିବା ଗୁଇନ୍ଦା ଅଧିକାରୀ ଜଣଙ୍କ ଆଗତ ହେଉଥିବା ପ୍ରସ୍ତାବର ଫଟୋ ମୋବାଇଲ ଯୋଗେ ଉଠାଇ ଧରାପଡିଥିଲେ। ତାଙ୍କୁ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାରେ ରାଜ୍ୟ ସରକାରଙ୍କ ମନୋଭାବ ଗ୍ରହଣୀୟ ନୁହେଁ। ସେମାନେ ଅନ୍ୟମାନଙ୍କର ଗୋପନୀୟତା ଉଲ୍ଲଂଘନ କରିବା ଠିକ ନୁହେଁ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଉଦ୍ଦେଶ୍ୟରେ ଅଭିଯୋଗ କରି ପୂର୍ବତନ ବିଜେପି ବିଧାୟକ ଏନ.ଇନ୍ଦ୍ରସେନ୍ ରେଡ୍ଡୀ କହିଛନ୍ତି ସେ କାହିଁକି ଜଣେ ଗୁଇନ୍ଦା ଅଧିକାରୀଙ୍କୁ ଏକ ଦଳୀୟ ବୈଠକକୁ ପଠାଇଥିଲେ? ଯଦି କିଛି ଅଛି ତାହେଲେ ସେ ସାମ୍ନାକୁ ଆସି ଏହାର ମୁକାବିଲା କରିବା ଆବଶ୍ୟକ। ଏହି ଘଟଣା ପାଇଁ ରାଜ୍ୟ ସରକାର କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି। ଏହି ଘଟଣାରେ ଅଭିଯୁକ୍ତଙ୍କ ବାବଦରେ ପଚାରିବାରୁ କିଛି କହିବାକୁ ମନା କରି ଦେଇଛି ପୋଲିସ।

Also Read: 'ଅସାଦୁଦ୍ଦିନ ଓୱେସୀ ଚଳାଉଛନ୍ତି ତେଲେଙ୍ଗାନା ସରକାର,ତାନ୍ତ୍ରିକ କଥାରେ ସଚ୍ଚିବାଳୟ ଯାଉନାହାଁନ୍ତି ମୁଖ୍ୟମନ୍ତ୍ରୀ'