BJP National Executive Meeting: ଯେତେବେଳେ ୨୦୧୪ ବର୍ଷରେ କେନ୍ଦ୍ରରେ ମୋଦି ସରକାର ଗଠନ ହେଲା ସେତେବେଳେ କେ.ଚନ୍ଦ୍ରଶେଖର ରାଓ ରାଜନୈତିକ ଫାଇଦା ପାଇଁ ଅବିଭକ୍ତ ଆନ୍ଧ୍ରପ୍ରଦେଶକୁ ବିଭାଜିତ କରିଥିଲେ।
Trending Photos
BJP National Executive Meeting: ହ୍ରାଇଦ୍ରାବାଦ ଠାରେ ଆୟୋଜିତ ହୋଇଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ପ୍ୟାରେଡ ଗ୍ରାଉଣ୍ଡ ଠାରେ ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିଛନ୍ତି ଦଳର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଦଳୀୟ ରାଲିକୁ ସମ୍ବୋଧିତ କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଶାହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସେ ରାଜ୍ୟର ବିକାଶ ଚାହୁଁନାହାଁନ୍ତି। ରାଜ୍ୟର ଯୁବକଙ୍କୁ ସେ ପ୍ରତାରଣା କରୁଛନ୍ତି। ରାଜନୈତିକ ଫାଇଦା ପାଇଁ ଅବିଭକ୍ତ ଆନ୍ଧ୍ରପ୍ରଦେଶକୁ ବିଭାଜିତ କରି ସେ ତିକ୍ତତାର ମଞ୍ଜି ବୁଣିଥିଲେ। ବର୍ତ୍ତମାନ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ମଧ୍ୟରେ ଯେଉଁ ତିକ୍ତତା ସୃଷ୍ଟି ହୋଇଛି, ତାହାର ସବୁଠାରୁ ବଡ କାରଣ ହେଉଛି ନିଜେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ।
ତେଲେଙ୍ଗାନାରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି ନିର୍ବାଚନୀ ସଙ୍କେତ ଗାଡି ବାବଦରେ ଉଲ୍ଲେଖ କରିବା ବେଳେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଛନ୍ତି ଯେ କେସିଆରଙ୍କ କାର ଷ୍ଟିଅରିଂ ହାଇଦ୍ରବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସିଙ୍କ ହାତରେ ରହିଛି। ଅସାଦୁଦ୍ଦିନ ଓୱେସି ଯାହା ଚାହୁଁଛନ୍ତି ତାହା ତେଲେଙ୍ଗାନାରେ ହେଉଛି। ଅସାଦୁଦ୍ଦିନ ଓୱେସି କେ.ଚନ୍ଦ୍ରଶେଖର ରାଓଙ୍କ ସରକାର ଚଳାଉଛନ୍ତି। ଯଦି ଅସାଦୁଦ୍ଦିନ ଓୱେସିଙ୍କ ଭଳି ଜଣେ ନେତା ସରକାର ଚଳାନ୍ତି ତାହେଲେ ରାଜ୍ୟ ବିକାଶ କିପରି ହୋଇପାରିବ?
ଯେତେବେଳେ ୨୦୧୪ ବର୍ଷରେ କେନ୍ଦ୍ରରେ ମୋଦି ସରକାର ଗଠନ ହେଲା ସେତେବେଳେ କେ.ଚନ୍ଦ୍ରଶେଖର ରାଓ ରାଜନୈତିକ ଫାଇଦା ପାଇଁ ଅବିଭକ୍ତ ଆନ୍ଧ୍ରପ୍ରଦେଶକୁ ବିଭାଜିତ କରିଥିଲେ। ଏହି ବିଭାଜନ ଏପରି ହେଲା ଯେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ଦ୍ୱୟରେ ତିକ୍ତତା ବ୍ୟାପିଗଲା। ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଉତ୍ତରାଖଣ୍ଡ, ଛତିଶଗଡ ଭଳି ନୂତନ ରାଜ୍ୟ ମଧ୍ୟ ସୃଷ୍ଟି ହୋଇଛି। ହେଲେ ସେଠାରେ ତିକ୍ତତା ବ୍ୟାପିବା ବଦଳରେ ବିକାଶ ହୋଇଛି।
ଯଦି ଦେଶର ଲୌହମାନବ ତଥା ସ୍ୱାଧିନ ଭାରତ ବର୍ଷର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନଥାନ୍ତେ ତାହେଲେ ଦେଶର ଅଂଶବିଶେଷ ହୋଇନଥାନ୍ତା। ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସିଙ୍କୁ ଭୟ କରନ୍ତି। ଏହି କାରଣରୁ ସେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରନ୍ତି ନାହିଁ। ଯଦି ତେଲେଙ୍ଗାନାରେ ବିଜେପି ସରକାର ଗଠନ କରେ ତାହେଲେ ଆମେ ବିନା ଡରରେ ହାଇଦ୍ରାବାଦ ମୁକ୍ତି ଦିବସ ପାଳନ କରିବୁ। ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କେବେହେଲେ ସଚିବାଳୟ ଯାଆନ୍ତି ନାହିଁ। ଜଣେ ତାନ୍ତ୍ରିକ ତାଙ୍କୁ କହିଛନ୍ତି ଯେ ଯଦି ଆପଣ ସଚ୍ଚିବାଳୟ ଯାଆନ୍ତି ତାହେଲେ ଆପଣଙ୍କ ସରକାର ଗାଦିଚ୍ୟୁତ ହେବ। ଯିଏ ତାନ୍ତ୍ରିକ ଶୁଣିବା ପରେ ସଚ୍ଚିବାଳୟ ଯାଆନ୍ତି ନାହିଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ଅଧିକାର ନାହିଁ। ସମଗ୍ର ଦେଶ ଆଗକୁ ବଢୁଛି ହେଲେ ତେଲେଙ୍ଗାନା ପଛକୁ ଯାଉଛି। କାରଣ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଚାହୁଁନାହିଁ। ତେଲେଙ୍ଗାନାରେ କ୍ଷମତାସୀନ ତେଲେଙ୍ଗାନା ରାଷ୍ଟ୍ର ସମିତି ସରକାରକୁ ମୂଳରୁ ହଟାଇବା ଲାଗି ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ ଗୃହମନ୍ତ୍ରୀ।
Also Read: ଆଗାମୀ ୩୦-୪୦ ବର୍ଷ ବିଜେପି ସମୟ ହେବ: ଅମିତ ଶାହ