ବାସ୍ତବରେ ସିନ୍ଧିଆ (Jyotiraditya Scindia) ବିଜେପି (BJP) ରେ ଯୋଗଦେବାର କିଛି ଦିନ ପରେ ରାଜ୍ୟସଭା (Rajya Sabha) ପାଇଁ ନାମାଙ୍କନ ଦାଖଲ କରିଥିଲେ । ସେହି ସମୟରେ ମଧ୍ୟ କଂଗ୍ରେସ (Congress) ବିଧାନସଭା ସଚିବାଳୟରେ ଅଭିଯୋଗ କରିଥିଲା । କିନ୍ତୁ ସେତେବେଳେ ଏହାକୁ ଖାରଜ କରାଯାଇଥିଲା ।
Trending Photos
ତମାଲ ବାକଚି, ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ (BJP MP) ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ଙ୍କ ବଢ଼ିପାରେ ଅଡୁଆ । ଗ୍ୱାଲିୟର ହାଇକୋର୍ଟ (Gwalior High Court) ପୂର୍ବତନ ମନ୍ତ୍ରୀ ଡକ୍ଟର ଗୋବିନ୍ଦ ସିଂ (Dr. Govind Singh) ଙ୍କ ଯାଚିକା ଉପରେ ଶୁଣିବା କରି ଜ୍ୟୋରାଦିତ୍ୟ ସିନ୍ଧିଆଙ୍କୁ ନୋଟିସ ଜାରି କରିଛନ୍ତି । ଏଥି ସହିତ ନିର୍ବାଚନ ଆୟୋଗ (Election Commission) ଙ୍କଠାରୁ ମଧ୍ୟ ଜବାବ ମାଗିଛନ୍ତି କୋର୍ଟ । ଡକ୍ଟକ ଗୋବିନ୍ଦ ସିଂ ଅଭିଯୋଗ କରିଛନ୍ତି ଯେ, ରାଜ୍ୟସଭା ନାମାଙ୍କନ ପତ୍ରରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ତଥ୍ୟ ଲୁଚାଇଛନ୍ତି । ଅଗଷ୍ଟ ୨୭ରେ ଏହି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି ।
ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ବଦଳାଇ ଦେବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ! ଜାଣନ୍ତୁ ବିଧାନସଭାର ଗଣିତ...
ବାସ୍ତବରେ ସିନ୍ଧିଆ (Jyotiraditya Scindia) ବିଜେପି (BJP) ରେ ଯୋଗଦେବାର କିଛି ଦିନ ପରେ ରାଜ୍ୟସଭା (Rajya Sabha) ପାଇଁ ନାମାଙ୍କନ ଦାଖଲ କରିଥିଲେ । ସେହି ସମୟରେ ମଧ୍ୟ କଂଗ୍ରେସ (Congress) ବିଧାନସଭା ସଚିବାଳୟରେ ଅଭିଯୋଗ କରିଥିଲା । କିନ୍ତୁ ସେତେବେଳେ ଏହାକୁ ଖାରଜ କରାଯାଇଥିଲା । ପରେ ଲାହେରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଗୋବିନ୍ଦ ସିଂ ନିର୍ବାଚନ ଆଫିଡେଭିଟ୍ରେ ଅପରାଧିକ ମାମଲା ସମ୍ପର୍କରେ ସୂଚନା ଲୁଚାଇ ରଖିଥିବାର ଅଭିଯୋଗ ସିନ୍ଧିଆଙ୍କ ବିରୋଧରେ ଆଣିଛନ୍ତି । ଏଥିସହ କୋର୍ଟରୁ ନିର୍ବାଚନ ରଦ୍ଦ କରିବାକୁ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ:-ଗୁଜୁରାଟରେ ବିଜେପିକୁ ଝଟକା, କଂଗ୍ରେସ ଜିତିଲା ୧୧ରୁ ୮ଟି ଆସନ
ବଢ଼ିପାରେ ସିନ୍ଧିଆଙ୍କ ଅଡୁଆ
ଗୋବିନ୍ଦ ସିଂଙ୍କ ଆବେଦନ ଉପରେ ଶୁଣିବା ପରେ ଗ୍ୱାଲିଅର ହାଇକୋର୍ଟ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନୋଟିସ ଜାରି କରିଛନ୍ତି । ୪ ସପ୍ତାହ ମଧ୍ୟରେ ତାଙ୍କ ଠାରୁ କୋର୍ଟ ଜବାବ ମାଗିଛନ୍ତି । ନିର୍ବାଚନ ଆୟୋଗଙ୍କୁ ମଧ୍ୟ କୋର୍ଟ ନୋଟିସ ଦେଇଛନ୍ତି । ଏଭଳି ପରିସ୍ଥିତିରେ ସିନ୍ଧିଆଙ୍କ ଅସୁବିଧା ବର୍ତ୍ତମାନ ବଢ଼ିପାରେ ।
ଅଧିକ ପଢ଼ନ୍ତୁ:-ବିଜେପି ଭିତରେ ବିରୋଧର ସାମ୍ନା କରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !
ଅଧିକ ପଢ଼ନ୍ତୁ:-ଫେସବୁକ୍-ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲା ଆମେରିକୀୟ ଖବରକାଗଜ
ଓକିଲ କୁବେର ବୌଦ୍ଧ କହିଛନ୍ତି ଯେ, ଡକ୍ଟର ଗୋବିନ୍ଦ ସିଂ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଯାଚିକା ଦାଖଲ କରିଛନ୍ତି । ତାଙ୍କ ରାଜ୍ୟସଭା ସଦସ୍ୟତା ରଦ୍ଦ କରିବାକୁ ଏହି ଯାଚିକାର ଦାବି କରାଯାଇଛି । ଏହି ଆବେଦନରେ ଡକ୍ଟର ଗୋବିନ୍ଦ ସିଂ କହିଛନ୍ତି ଯେ ରାଜ୍ୟସଭା ସଦସ୍ୟତା ପାଇଁ ପ୍ରାର୍ଥୀ ଭାବରେ ସିନ୍ଧିଆ ବିଧାନସଭାକୁ ଯେଉଁ ଆଫିଡେଭିଟ ଦେଇଥିଲେ, ସେଥିରେ ଅପରାଧିକ ସୂଚନା ଲୁଚାଇ ଥିଲେ । ଆବେଦନରେ କୁହାଯାଇଛି ଯେ ୨୦୧୮ ମସିହାରେ ଭୋପାଳର ଶ୍ୟାମଲା ହିଲ୍ସ ପୋଲିସ ଷ୍ଟେସନରେ କମଳ ନାଥ, ଦିଗବିଜୟ ସିଂ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା । ଏହି ପିଟିସନର ଶୁଣାଣି କରି ହାଇକୋର୍ଟ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି । ଏହାର ଜବାବ ଚାରି ସପ୍ତାହ ମଧ୍ୟରେ ଦେବାକୁ କହିଛନ୍ତି ।