'ଗୁଣ୍ଡା-ମାଫିଆ ରାଜ୍ୟ ଛାଡି ଦିଅ, ନଚେତ୍ ୧୦ ଫୁଟ ମାଟି ତଳେ ପୋତି ଦେବି'
Advertisement

'ଗୁଣ୍ଡା-ମାଫିଆ ରାଜ୍ୟ ଛାଡି ଦିଅ, ନଚେତ୍ ୧୦ ଫୁଟ ମାଟି ତଳେ ପୋତି ଦେବି'

ଶିବରାଜ ତାଙ୍କ ସମ୍ୱୋଧନରେ କହିଛନ୍ତି ଯେ, "ଆଜିକାଲି ମୁଁ ଖତରନାକ୍ ମୁଡରେ ଅଛି । ଯେଉଁମାନେ ବିଶୃଙ୍ଖଳା କରନ୍ତି ସେମାନଙ୍କୁ ଛାଡିବି ନାହିଁ । ଆଜିକାଲି ମାମା ଫର୍ମରେ ଅଛନ୍ତି ।

'ଗୁଣ୍ଡା-ମାଫିଆ ରାଜ୍ୟ ଛାଡି ଦିଅ, ନଚେତ୍ ୧୦ ଫୁଟ ମାଟି ତଳେ ପୋତି ଦେବି'

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Shivraj Singh Chauhan) ଶୁକ୍ରବାର ହୋଶଙ୍ଗାବାଦ ଜିଲ୍ଲାର ବାବାଇ ବ୍ଲକରେ ଆୟୋଜିତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କାର୍ଯ୍ୟକ୍ରମର ମଞ୍ଚରୁ ରାଜ୍ୟର ଅସମାଜିକ ତତ୍ତ୍ୱକୁ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, "ଗୁଣ୍ଡା-ମାଫିଆ ରାଜ୍ୟ ଛାଡିଦିଅ, ନଚେତ୍ ୧୦ ଫୁଟ ତଳେ ମାଟିରେ ପୋତି ଦେବି । ଆଜିକାଲି ମାମା ଫର୍ମରେ ଅଛନ୍ତି । ଯେଉଁମାନେ ବିଶୃଙ୍ଖଳା କରନ୍ତି ମୁଁ ସେମାନଙ୍କୁ ଛାଡିବି ନାହିଁ ।" ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସଭାପତି ଭିଡି ଶର୍ମାଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ:-ଜମ୍ମୁ କାଶ୍ମୀର: ଫେକ୍ ଏନକାଉଣ୍ଟର କଥା ମାନିଲା ସେନା

ଶିବରାଜ ତାଙ୍କ ସମ୍ୱୋଧନରେ କହିଛନ୍ତି ଯେ, "ଆଜିକାଲି ମୁଁ ଖତରନାକ୍ ମୁଡରେ ଅଛି । ଯେଉଁମାନେ ବିଶୃଙ୍ଖଳା କରନ୍ତି ସେମାନଙ୍କୁ ଛାଡିବି ନାହିଁ । ଆଜିକାଲି ମାମା ଫର୍ମରେ ଅଛନ୍ତି । ଗୋଟିଏ ପଟେ ମାଫିଆଙ୍କ ବିରୋଧରେ ଅଭିଯାନ ଚାଲିଛି । ବାହୁ ବଳର ପ୍ରୟୋଗ କରି ଅବୈଧ ଭାବେ ଦଖଲ କରିନେଇଛନ୍ତି । କେଉଁଠି କୋଠା ନିର୍ମାଣ କରିନେଇଛନ୍ତି ତ କେଉଁଠି ଡ୍ରଗ୍ସ ମାଫିଆ । ଶୁଣି ନିଅରେ ମଧ୍ୟପ୍ରଦେଶ ଛାଡି ଦିଅ ନଚେତ ୧୦ ଫୁଟ ମାଟିରେ ପୋତି ଦେବି । କେହି ଜାଣିପାରିବେ ନାହିଁ । ଉତ୍ତମ ଶାସନର ଅର୍ଥ ଜନସାଧାରଣଙ୍କୁ ଅସୁବିଧା ନ ହେବା । ଦାଦା, ଗୁଣ୍ଡା ଏବଂ ବଦମାଶ, ଏହା ଆଉ ଚଳିବ ନାହିଁ । ଏହା ଉତ୍ତମ ଶାସନ ।" 

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଲାଭ

ସେ ରାଜ୍ୟବାସୀଙ୍କୁ କହିଛନ୍ତି ଯେ, ବର୍ତ୍ତମାନ ଲୋକଙ୍କୁ ଅଫିସର ଚକ୍କର ଲଗାଇବାକୁ ପଡିବ ନାହିଁ । ଉତ୍ତମ ଶାସନ ଅର୍ଥ ହେଉଛି ଯେ କିଛି ନ ଦେଇ-ନେଇ ଏକ ସମୟ ସୀମା ମଧ୍ୟରେ ଜନତାକୁ ଲାଭ ପହଞ୍ଚାଇବା । ପଟୱାରୀଙ୍କୁ ସପ୍ତାହରେ ଦୁଇ ଦିନ ଗ୍ରାମ ପଞ୍ଚାୟତରେ ରହିବାକୁ ପଡିବ, ଯଦି ନ ରୁହନ୍ତି ତେବେ କଲେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।