ଉଦ୍ଧବଙ୍କୁ ବଡ଼ ଆଶ୍ୱସ୍ତି! ବିଦ୍ରୋହ ଥମିବାର ସମ୍ଭାବନା
Advertisement
Article Detail0/zeeodisha/odisha1243378

ଉଦ୍ଧବଙ୍କୁ ବଡ଼ ଆଶ୍ୱସ୍ତି! ବିଦ୍ରୋହ ଥମିବାର ସମ୍ଭାବନା

Maharashtra Floor Test: ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ, ବର୍ତ୍ତମାନ ଶିବସେନା (Shiv Sena) ରେ ବିଦ୍ରୋହର ଯୁଗ ଶେଷ ହୋଇଛି ଓ ଦଳ ସହ ୧୬ ଜଣ ବିଧାୟକ ଛିଡା ଅଛନ୍ତି । ମହା ବିକାଶ ଅଘାଡ଼ି ସରକାର (Maha Vikas Aghadi Govt) ରେ ସାମିଲ ଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP), କଂଗ୍ରେସ (Congress) ଏବଂ ଶିବସେନା (Shiv Sena) ନିଜ ନିଜର ବିଧାୟକଙ୍କୁ  ଅଲଗା ଅଲଗା ହ୍ୱିପ୍ ଜାରି କରିଦେଇଛନ୍ତି । 

ଉଦ୍ଧବଙ୍କୁ ବଡ଼ ଆଶ୍ୱସ୍ତି! ବିଦ୍ରୋହ ଥମିବାର ସମ୍ଭାବନା

ମୁମ୍ୱାଇ: Maharashtra Floor Test: ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଲଢ଼େଇ ଶେଷ ପର୍ଯ୍ୟାୟରେ ଅଛି । ଆଜି (ସୋମବାର) ଅର୍ଥାତ ଜୁଲାଇ ୪ରେ ଫ୍ଲୋର ଟେଷ୍ଟ୍ (Maharashtra Floor Test) ହେବ । ରବିବାର ଅନୁଷ୍ଠିତ ବାଚସ୍ପତି ନିର୍ବାଚନ ପରେ କେଉଁ ବିଧାୟକ କାହା ସହ ଅଛନ୍ତି ସେନେଇ ସ୍ଥିତି ସ୍ପଷ୍ଟ ହୋଇଯାଇଛି  । ବିଶେଷଜ୍ଞମାନେ ମନେ କରୁଛନ୍ତି ଯେ, ବର୍ତ୍ତମାନ ଶିବସେନା (Shiv Sena) ରେ ବିଦ୍ରୋହର ଯୁଗ ଶେଷ ହୋଇଛି ଓ ଦଳ ସହ ୧୬ ଜଣ ବିଧାୟକ ଛିଡା ଅଛନ୍ତି । ମହା ବିକାଶ ଅଘାଡ଼ି ସରକାର (Maha Vikas Aghadi Govt) ରେ ସାମିଲ ଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (NCP), କଂଗ୍ରେସ (Congress) ଏବଂ ଶିବସେନା (Shiv Sena) ନିଜ ନିଜର ବିଧାୟକଙ୍କୁ  ଅଲଗା ଅଲଗା ହ୍ୱିପ୍ ଜାରି କରିଦେଇଛନ୍ତି । 

ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀ (Uddhav Thackeray Camp), ଏନସିପି ଏବଂ କଂଗ୍ରେସ ସେମାନଙ୍କ ବିଧାୟକଙ୍କୁ ଆସ୍ଥା ଭୋଟରେ ମତଦାନ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହ ସୋମବାର ବିଜେପି ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ହ୍ୱିପ୍ ଜାରି କରିପାରନ୍ତି ବୋଲି ଖବର ରହିଛି । ବିଶେଷ କଥା ହେଉଛି ରବିବାର ଶିବସେନା ବାଚସ୍ପତି ନିର୍ବାଚନ ପାଇଁ ନିଜର ସମସ୍ତ ୫୫ ବିଧାୟକଙ୍କ ପାଇଁ ହ୍ୱିପ୍ ଜାରି କରିଥିଲା । ଏଥିରେ ସିନ୍ଦେ ଗୋଷ୍ଠୀ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ଯେତେବେଳେ କି, ଉଦ୍ଧବ ଗୋଷ୍ଠୀର ୧୬ ଜଣ ବିଧାୟକ ସେମାନଙ୍କ ପ୍ରାର୍ଥୀ ରାଜନ ସାଲଭିଙ୍କୁ ଭୋଟ୍ ଦେଇଛନ୍ତି ।

ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ରୋହ ବନ୍ଦ ହୋଇଥିବାର ଦେଖାଯାଉଛି ଓ ଶିବସେନାର ୧୬ ଜଣ ବିଧାୟକ ଉଦ୍ଧବ ଗୋଷ୍ଠୀ ସହ ଅଛନ୍ତି । ଏହାର ଖୁବ୍ କମ୍ ସମ୍ଭାବନା ଅଛି ଯେ ଉଦ୍ଧବ ଶିବିରର ଅଧିକ ବିଧାୟକ ଦଳ ପରିବର୍ତ୍ତନ କରିବେ । କିନ୍ତୁ ସୋମବାର ଆସ୍ଥା ଭୋଟ ପରେ ଆମ ପାଇଁ ସ୍ଥିତି ଆହୁରି ସ୍ପଷ୍ଟ ହୋଇଯିବ । ଅନେକ ବିଧାୟକ ମନେ କରନ୍ତି ଯେ ବାଚସ୍ପତି ନିର୍ବାଚନ ଅପେକ୍ଷା ଆସ୍ଥା ଭୋଟ ପାଇଁ ଜାରି ହ୍ୱିପ୍ ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେଉଁମାନେ ଏବେବି ଉଦ୍ଧବ ଶିବିରରେ ଅଛନ୍ତି ସେମାନେ ବିଶ୍ୱସ୍ତ ଓ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

ଏହା ବି ପଢ଼ନ୍ତୁ:-ଉପରାଷ୍ଟ୍ରପତି ନିର୍ବାଚନରେ ​​ବିଜେପିକୁ କାହାର ସମର୍ଥନର ନାହିଁ ଆବଶ୍ୟକତା, ଜାଣନ୍ତୁ କ'ଣ ରହିଛି ସମୀକରଣ

କାହା ପାଖରେ କେତେ ସମର୍ଥନ

ଶିବସେନାରେ ବିଦ୍ରୋହ କରିଥିବା ଏକନାଥ ସିନ୍ଦେଙ୍କ ପାଖରେ ୩୯ ବିଧାୟକ ସମେତ ଅନ୍ୟ ଛୋଟ ଦଳର ୯ ଜଣ ଓ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । ଯେତେବେଳେ କି, ଉଦ୍ଧବ ଠାକରେ ଗୋଷ୍ଠୀ ପାଖରେ ଆଦିତ୍ୟ ଠାକରେଙ୍କ ସମେତ ୧୬ ଜଣ ବିଧାୟକଙ୍କ ସମର୍ଥନ ରହିଛି । ସମ୍ଭାବନା ବ୍ୟକ୍ତ କରାଯାଉଛି ଯେ କି ଶିବସେନା ବିଧାୟକମାନେ ଆଉ ସେମାନଙ୍କ ପକ୍ଷ ପରିବର୍ତ୍ତନ କରିବେ ନାହିଁ । ତଥାପି ସୋମବାର ପରିସ୍ଥିତି ସ୍ପଷ୍ଟ ହେବ ।