ମହାରାଷ୍ଟ୍ରରେ MVA ସରକାରର ପତନ, ଜାଣନ୍ତୁ ସେହି ୫ଟି ବଡ଼ ନିଷ୍ପତ୍ତି ଯେଉଁଥି ପାଇଁ ଉଦ୍ଧବ ସରକାରଙ୍କୁ ମନେ ରଖିବେ ଲୋକ
Advertisement
Article Detail0/zeeodisha/odisha1238481

ମହାରାଷ୍ଟ୍ରରେ MVA ସରକାରର ପତନ, ଜାଣନ୍ତୁ ସେହି ୫ଟି ବଡ଼ ନିଷ୍ପତ୍ତି ଯେଉଁଥି ପାଇଁ ଉଦ୍ଧବ ସରକାରଙ୍କୁ ମନେ ରଖିବେ ଲୋକ

Uddhav Government: ମହାରାଷ୍ଟ୍ରର ସିଏମ୍ ପଦରୁ ଇସ୍ତଫା ଦେବା ପୂର୍ବରୁ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଗାମୀ ନଭି ମୁମ୍ୱାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ନାମ କୃଷକ ନେତା ସ୍ୱର୍ଗତ ଡି.ବି. ପାଟିଲଙ୍କ ନାମରେ ରଖିବାର ମଞ୍ଜୁରୀ ଦିଆଯାଇଛି ।

ମହାରାଷ୍ଟ୍ରରେ MVA ସରକାରର ପତନ, ଜାଣନ୍ତୁ ସେହି ୫ଟି ବଡ଼ ନିଷ୍ପତ୍ତି ଯେଉଁଥି ପାଇଁ ଉଦ୍ଧବ ସରକାରଙ୍କୁ ମନେ ରଖିବେ ଲୋକ

ମୁମ୍ୱାଇ: Uddhav Government: ମହାରାଷ୍ଟ୍ରରେ ଶିବସେନା ନେତା (Shiv Sena Leader) ଏକନାଥ ସିନ୍ଦେ  (Eknath Shinde) ଙ୍କ ବିଦ୍ରୋହ ଯୋଗୁଁ ମହା ବିକାଶ ଅଘାଡ଼ି ସରକାର (Maha Vikas Aghadi Govt) ଭାଙ୍ଗି ଯାଇଛି । ଉଦ୍ଧବ ଠାକରେ  (Uddhav Thackrey) ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱରେ ରାଜ୍ୟରେ ପୁନର୍ବାର ସରକାର ଗଠନ ହେବାର ସମ୍ଭାବନା ଦେଖାଦେଇଛି । ଖୁବ୍ ଶୀଘ୍ର ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବ । ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିବାବେଳେ ଉଦ୍ଧବ ଠାକରେ ଏପରି ଅନେକ ନିଷ୍ପତ୍ତି ନେଇଛନ୍ତି ଯାହା ପାଇଁ ତାଙ୍କୁ ମନେ କରାଯିବ । ସେ ଯିବା ସମୟରେ ଔରଙ୍ଗାବାଦ ଓ ଉସ୍ମାନାବାଦର ନାମ ବଦଳାଇଛନ୍ତି । 

ମହାରାଷ୍ଟ୍ରର ସିଏମ୍ ପଦରୁ ଇସ୍ତଫା ଦେବା ପୂର୍ବରୁ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଆଗାମୀ ନଭି ମୁମ୍ୱାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ନାମ କୃଷକ ନେତା ସ୍ୱର୍ଗତ ଡି.ବି. ପାଟିଲଙ୍କ ନାମରେ ରଖିବାର ମଞ୍ଜୁରୀ ଦିଆଯାଇଛି । ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଉପରେ ହିନ୍ଦୁତ୍ୱର ଏଜେଣ୍ଡା ଭୁଲିଯାଇଥିବାର ଅଭିଯୋଗ ଲାଗିଛି । ଏହି ସମୟରେ ଉଦ୍ଧବ ଇସ୍ତଫା ପୂର୍ବରୁ ହିନ୍ଦୁତ୍ୱ କାର୍ଡ ଖେଳିଛନ୍ତି ଓ ସେ ଜୁନ ୨୯ ବୁଧବାର କ୍ୟାବିନେଟ ବୈଠକରେ ରାଜ୍ୟର ଔରଙ୍ଗାବାଦ ଓ ଉସ୍ମାନାବାଦ ପରି ବଡ଼ ସହରର ନାମ ପରିବର୍ତ୍ତନ କରିଛନ୍ତି । ଔରଙ୍ଗାବାଦର ନାମ ସମ୍ୱାଜୀନଗର ଓ ଉସ୍ମାନାବାଦର ନାମ ପରିବର୍ତ୍ତନ କରି ଧାରାଶିବ କରିଛନ୍ତି । ଏହା ବ୍ୟତୀତ ନଭି ମୁମ୍ବାଇରେ ନିର୍ମିତ ବିମାନବନ୍ଦରର ନାମ ପରିବର୍ତ୍ତନ କରାଯାଇଛି । ଏହି କ୍ୟାବିନେଟର ବୈଠକ ପରେ ଉଦ୍ଧବ ଠାକରେ ମଧ୍ୟ ତାଙ୍କର ସମର୍ଥକ ନେତା ତଥା ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆସନ୍ତୁ ଜାଣିବା ଉଦ୍ଧବ ମୁଖ୍ୟମନ୍ତ୍ରୀ ଭାବରେ କେଉଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଯାହା ପାଇଁ ତାଙ୍କୁ ମନେ କରାଯିବ ।

ଏହା ବି ପଢ଼ନ୍ତୁ:-ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ସଞ୍ଜୟ ରାଉତଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସଚିନ ପାଇଲଟ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ପୁଣି ଟେନସନ୍ ବଢ଼ାଇଲା କୋରୋନା, ଦେଶରେ ଦିନକରେ ସଂକ୍ରମିତ ମାମଲାରେ ବଡ଼ ଧରଣର ବୃଦ୍ଧି

 

ଉଦ୍ଧବ ଠାକରେ ସରକାରଙ୍କ ୫ଟି ବଡ଼ ନିଷ୍ପତ୍ତି 

୧. ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ୱର୍ଗତ କୃଷକ ନେତା ଡି.ବି ପାଟିଲଙ୍କ ନାମରେ ନାମିତ କରିବାକୁ ଅନୁମୋଦନ କରାଯାଇଛି ।

୨. ମନ୍ତ୍ରିମଣ୍ଡଳ ବୈଠକରେ ଔରଙ୍ଗାବାଦର ନାମ ପରିବର୍ତ୍ତନ କରି ସମ୍ୱାଜୀ ନଗର କରିବା ପାଇଁ ଉଦ୍ଧବ ଠାକରେ ଏକ ସଂକଳ୍ପ ପାରିତ କରିଛନ୍ତି ।

୩. କ୍ୟାବିନେଟ ବୈଠକରେ ଉସ୍ମାନାବାଦର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଏହି ସହରର ନାମ ଧାରାଶିବ କରାଯାଇଛି ।

୪. ମରାଠୱାଡା, ବିଦର୍ଭ ଏବଂ ଉତ୍ତର ମହାରାଷ୍ଟ୍ରର ପଛୁଆ ଅଞ୍ଚଳରେ ଶିଳ୍ପ ଉପଭୋକ୍ତାଙ୍କୁ ସୁଲଭ ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା ପାଇଁ ୧,୨୦୦ କୋଟି ଟଙ୍କାର ପ୍ରାବଧାନ କରାଯାଇଛି ।

୫. ପୁଣେ-ନାସିକ ରେଳ ମାର୍ଗ ପାଇଁ ୨୪୯ କୋଟି ଟଙ୍କାର ଯୋଗଦାନ ଦିଆଯାଇଛି ।