ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ଅଗ୍ନି ପରୀକ୍ଷା! ଫ୍ଲୋର ଟେଷ୍ଟର ଦାବି ପରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ
Advertisement
Article Detail0/zeeodisha/odisha1237039

ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ଅଗ୍ନି ପରୀକ୍ଷା! ଫ୍ଲୋର ଟେଷ୍ଟର ଦାବି ପରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

Maharashtra Political Crisis: ସେପଟେ ଏକନାଥ ସିନ୍ଦେ କହିଛନ୍ତି ଯେ, ମୁଁ କାମାକ୍ଷା ମନ୍ଦିରରେ ଦର୍ଶନ କରିବାକୁ ଆସିଛି । ମୁଁ ମହାରାଷ୍ଟ୍ରର ଶାନ୍ତି ଓ ସୁଖ ପାଇଁ ପ୍ରାର୍ଥନା କରିବାକୁ ଏଠାକୁ ଆସିଛି । ମୁଁ ଓ ସମସ୍ତ ବିଧାୟକ ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ମୁମ୍ବାଇ ଯିବୁ ।

ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ଅଗ୍ନି ପରୀକ୍ଷା! ଫ୍ଲୋର ଟେଷ୍ଟର ଦାବି ପରେ ସ୍ୱତନ୍ତ୍ର ଅଧିବେଶନ ଡାକିବା ପାଇଁ ମହାରାଷ୍ଟ୍ର ସରକାରଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

ମୁମ୍ୱାଇ: Maharashtra Political Crisis: ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ  ଆସନ୍ତାକାଲି ଅର୍ଥାତ ଜୁନ ୩୦ରେ ଫ୍ଲୋର ଟେଷ୍ଟ (Maharashtra Floor Test) ଅନୁଷ୍ଠିତ ହେବ । ରାଜ୍ୟପାଳ ଭଗତ ସିଂ କେଶୟାରୀ (Bhagat Singh Koshyari) ଉଦ୍ଧବ ସରକାର (Uddhav Government) ଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିଛନ୍ତି ।  ସେପଟେ କିଛି ସମୟ ପୂର୍ବେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ (Eknath Shinde) ବିଦ୍ରୋହୀ ବିଧାୟକଙ୍କ ସହ କାମାକ୍ଷା ମନ୍ଦିର ପରିଦର୍ଶନ କରିଛନ୍ତି  । ମନ୍ଦିରରୁ ଫେରିବା ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, ଆସନ୍ତାକାଲି ମୁଁ ଫ୍ଲୋର ଟେଷ୍ଟ ପାଇଁ ମୁମ୍ବାଇ ଯିବି ।

ଏକନାଥ ସିନ୍ଦେ କହିଛନ୍ତି ଯେ, ମୁଁ କାମାକ୍ଷା ମନ୍ଦିରରେ ଦର୍ଶନ କରିବାକୁ ଆସିଛି । ମୁଁ ମହାରାଷ୍ଟ୍ରର ଶାନ୍ତି ଓ ସୁଖ ପାଇଁ ପ୍ରାର୍ଥନା କରିବାକୁ ଏଠାକୁ ଆସିଛି । ମୁଁ ଓ ସମସ୍ତ ବିଧାୟକ ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ମୁମ୍ବାଇ ଯିବୁ ।

ରାଜ୍ୟପାଳ କୋଶୟାରୀ ସରକାରଙ୍କୁ ଲେଖିଥିବା ଚିଠିରେ କୁହାଯାଇଛି ଯେ, ୭ ସ୍ୱାଧୀନ ବିଧାୟକ ମୋତେ ଚିଠି ଲେଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ବହୁମତ ହରାଇଛନ୍ତି, ତେଣୁ ଫ୍ଲୋର ଟେଷ୍ଟ ଆବଶ୍ୟକ । ଜୁନ ୩୦ ତାରିଖରେ ଫ୍ଲୋର ଟେଷ୍ଟ ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଉ । ଏହା ସହିତ ବିଧାନସଭା ବାହାରେ ଓ ଭିତରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉ । ଆହୁରି ମଧ୍ୟ ଚିଠିରେ ଲେଖାଯାଇଛି ଯେ ଗୃହର ପ୍ରକ୍ରିୟାର ଲାଇଭ ଟେଲିକଷ୍ଟ ସୁନିଶ୍ଚିତ କରାଯାଉ ।

ଏହା ବି ପଢ଼ନ୍ତୁ:-ଖୋଲାଖୋଲି ଭାବେ ମୈଦାନକୁ ଓହ୍ଲାଇଲା ବିଜେପି, ରାଜ୍ୟପାଳଙ୍କୁ ଫ୍ଲୋର୍ ଟେଷ୍ଟର ଦାବି କଲେ ଦେବେନ୍ଦ୍ର ଫଡନାଭିସ

ଏହା ବି ପଢ଼ନ୍ତୁ:-କହ୍ନେୟାଙ୍କୁ ପୂର୍ବରୁ ମିଳିଥିଲା ଜୀବନରୁ ମାରି ଦେବାର ଧମକ, ଜାଣନ୍ତୁ ପୁରା ବିବାଦ ବିଷୟର...

ଏହା ବି ପଢ଼ନ୍ତୁ:-ଉଦୟପୁରରେ ଦରଜି କହ୍ନେଇୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ କେଜ୍ରିୱାଲ ଦେଲେ ବୟାନ, ଜାଣନ୍ତୁ କ'ଣ କହିଲେ

ଏଠାରେ କହି ରଖୁଛୁ ଯେ, ଆଗାମୀ ଦୁଇ-ତିନି ଦିନ ମହାରାଷ୍ଟ୍ର ରାଜନୀତି ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ । ତେଣୁ ବିଜେପି ସୁପର ଆକ୍ଟିଭ୍ ମୋଡରେ ଅଛି । ଗତକାଲି ଫଡନାଭିସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କୁ ସାକ୍ଷାତ କରିଥିଲେ । ରାତିରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଭେଟି ଫ୍ଲୋର ଟେଷ୍ଟ କରିବାକୁ ଦାବି କରିଛନ୍ତି । ଆଜି ମୁମ୍ବାଇରେ ବିଜେପି ବିଧାନସଭା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ କ'ଣ ଉଦ୍ଧବ ଠାକରେଙ୍କୁ କ୍ଷମତାରୁ ହଟାଇବା ପାଇଁ ପୁରା ପ୍ରସ୍ତୁତି ହୋଇସାରିଛି କି? ମିଳିଥିବା ସୂଚନା ଅନୁଯାୟୀ, ଆଜି ହେବାକୁ ଥିବା ବୈଠକରେ ବିଧାନସଭା ଅଧିବେଶନ ପାଇଁ ବିଧାୟକମାନଙ୍କୁ ପ୍ରସ୍ତୁତ ହେବାକୁ କୁହାଯିବ ।

ମହାରାଷ୍ଟ୍ର ବିଧାନସଭାରେ ବିଜେପିର ମୋଟ ୧୦୬ ଜଣ ବିଧାୟକ ଅଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ବିଧାୟକଙ୍କୁ ମୁମ୍ବାଇରେ ରହିବାକୁ କୁହାଯାଇଛି । ଶିବସେନାର ୩୯ ଜଣ ବିଧାୟକ ଉଦ୍ଧବ ସରକାରଙ୍କ ହାତ ଛାଡିବାକୁ ଘୋଷଣା କରିଛନ୍ତି । ଏଭଳି ପରିସ୍ଥିତିରେ ଯଦି ପ୍ଲୋର୍ ଟେଷ୍ଟ ହୁଏ, ତେବେ ମହାରାଷ୍ଟ୍ର ସରକାରଙ୍କ ପତନ ନିଶ୍ଚିତ ହେବ ବୋଲି ମନେ କରାଯାଉଛି ।