ଉଦ୍ଧବ ସରକାରଙ୍କ ସମର୍ଥନରେ କେତେ ବିଧାୟକ, ବିଜେପି ପାଖରେ ରହିଛି ଏତେ ବିଧାୟକଙ୍କ ସମର୍ଥନ; ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାର ସମ୍ପୂର୍ଣ୍ଣ ସମୀକରଣ
Advertisement
Article Detail0/zeeodisha/odisha1227667

ଉଦ୍ଧବ ସରକାରଙ୍କ ସମର୍ଥନରେ କେତେ ବିଧାୟକ, ବିଜେପି ପାଖରେ ରହିଛି ଏତେ ବିଧାୟକଙ୍କ ସମର୍ଥନ; ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାର ସମ୍ପୂର୍ଣ୍ଣ ସମୀକରଣ

Maharashtra Political Crisis: ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା କାରଣରୁ ଦିଲ୍ଲୀରେ ମଧ୍ୟ ହଇଚଇ ମଧ୍ୟ ତୀବ୍ର ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ପହଞ୍ଚିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ମୁମ୍ବାଇରୁ ଦିଲ୍ଲୀ ଆସିଛନ୍ତି । ସେପଟେ ସିନ୍ଦେ ଯେକୌଣସି ସମୟରେ ବିଧାୟକଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି । 

ଉଦ୍ଧବ ସରକାରଙ୍କ ସମର୍ଥନରେ କେତେ ବିଧାୟକ, ବିଜେପି ପାଖରେ ରହିଛି ଏତେ ବିଧାୟକଙ୍କ ସମର୍ଥନ; ଜାଣନ୍ତୁ ମହାରାଷ୍ଟ୍ର ବିଧାନସଭାର ସମ୍ପୂର୍ଣ୍ଣ ସମୀକରଣ

ନୂଆଦିଲ୍ଲୀ: Maharashtra Political Crisis: ମହାରାଷ୍ଟ୍ର ରାଜନୀତିରେ ପୁଣି ଥରେ ବଡ଼ ଧରଣର ଝଡ଼ ସୃଷ୍ଟି ହୋଇଛି । ଶିବସେନାର ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ୨୬ ଜଣ ବିଧାୟକ ଗୁଜୁରାଟର ସୁରଟରେ ଅଛନ୍ତି ବୋଲି ଖବର ସାମ୍ନାକୁ ଆସୁଛି । ଏଥିରେ ମହାରାଷ୍ଟ୍ର ସରକାରଙ୍କ ୩ ଜଣ ମନ୍ତ୍ରୀ ମଧ୍ୟ ଅଛନ୍ତି । କୁହାଯାଉଛି ଯେ ଏହି ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ଫୋନ୍ ସୁଇଚ୍ ଅଫ୍ ଅଛି । ଯାହା ଫଳରେ ଉଦ୍ଧବ ଠାକରେ ସରକାରଙ୍କ ଉପରେ ସଙ୍କଟର କଳା ବାଦଳ ଦେଖାଦେଇଛି । ଏହି ସମୟରେ ଆସନ୍ତୁ ଜାଣିବା ମହାରାଷ୍ଟ୍ରରେ ସରକାର ଗଠନ ପାଇଁ କେତେ ବିଧାୟକଙ୍କ ଆବଶ୍ୟକତା ରହିଛି ଓ କେଉଁ ଦଳ ପାଖରେ କେତେ ବିଧାୟକ ଅଛନ୍ତି । 

ମହାରାଷ୍ଟ୍ର  ବିଧାନସଭା ମୋଟ ୨୮୮ ସଦସ୍ୟକୁ ନେଇ ଗଠିତ । ବିଧାନସଭାରେ ଶିବସେନା ବିଧାୟକ ରମେଶ ଲଟକେଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଖାଲି ଅଛି । ଏହି ସମୟରେ ଏନସିପିର ୨ ବିଧାୟକ ଅନିଲ ଦେଶମୁଖ ଓ ନବାବ ମଲିକ ବର୍ତ୍ତମାନ ଜେଲରେ ଅଛନ୍ତି । କୋର୍ଟ ସେମାନଙ୍କୁ ରାଜ୍ୟସଭା ଓ ଏମଏଲସି ନିର୍ବାଚନରେ ​​ଭୋଟ୍ ଦେବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ । ତେଣୁ ରାଜ୍ୟରେ ସରକାର ଗଠନ ପାଇଁ ବର୍ତ୍ତମାନ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକତା ରହିଛି । ସେପଟେ ମହା ବିକାଶ ଅଘାଡ଼ି ସରକାର ପାଖରେ ୧୬୯ ବିଧାୟକଙ୍କ ସମର୍ଥନ ରହିଛି । ସରକାର ପାଖରେ ଶିବସେନାର ୫୬ ଜଣ ବିଧାୟକ ସହିତ ଏନସିପିର ୫୩, କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି ।  ଏହା ବ୍ୟତୀତ ବହୁଜନ ବିକାଶ ଆଘାଡି (BVA) ର ୩ ଜଣ ବିଧାୟକ, ସମାଜବାଦୀ ପାର୍ଟିର ୨,ପିଜିପିର ୨ ଜଣ ଏବଂ ୯ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି । 

ଅନ୍ୟପଟେ ବିରୋଧୀଙ୍କ ପାଖରେ ୧୧୩ ଜଣ ବିଧାୟକ ଅଛନ୍ତି । ଏଥିରେ ୧୦୬ ବିଧାୟକଙ୍କ ସହ ବିଜେପି ହେଉଛି ଏକକ ବୃହତ ଦଳ । ଆରଏସପିର ଜଣେ, ଜେଏସଏସର ଜଣେ ଏବଂ ୫ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି । ଏହା ବ୍ୟତୀତ ଅନ୍ୟ ଦଳ ପାଖରେ ୫ ଜଣ ବିଧାୟକ ଅଛନ୍ତି । ଏଥିରେ AIMIM ରୁ ୨ ବିଧାୟକ, CPI ରୁ ଜଣେ ଏବଂ MNS ରୁ ଜଣେ ବିଧାୟକ ଅଛନ୍ତି । ଏକନାଥ ସିନ୍ଦେଙ୍କ ସହ ବିଦ୍ରୋହ କରିଥିବା ୨୬ ଜଣ ବିଧାୟକ, ଯେଉଁମାନେ ଉଦ୍ଧବ ସରକାରଙ୍କ ସହ ଥିଲେ । ଏପରି ପରିସ୍ଥିତିରେ ଯଦି ଉଦ୍ଧବ ସରକାରଙ୍କ ଠାରୁ ଏହି ୨୬ ଜଣ ବିଧାୟକଙ୍କ ସମର୍ଥନ ହଟିଯାଏ, ତେବେ ୧୪୩ ଜଣ ବିଧାୟକ ରହିଯିବେ ।

ଯଦି ସ୍ୱାଧୀନ ଓ ଅନ୍ୟ ଛୋଟ ଦଳରୁ ୨ରୁ ୩ ବିଧାୟକ ଠାକରେ ସରକାରଙ୍କ ସାଥ୍ ଛାଡିଦିଅନ୍ତି, ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବା ସରକାରଙ୍କ ପାଇଁ କଷ୍ଟକର ହେବ । ସରକାରଙ୍କ ପାଇଁ ମଧ୍ୟ ଏକ ସମସ୍ୟା ରହିଛି ଯେ ଦୁଇଜଣ ଏନସିପି ବିଧାୟକ ଜେଲରେ ଅଛନ୍ତି, ଯେଉଁଥିପାଇଁ ସେମାନେ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନରେ ​​ମଧ୍ୟ ଭୋଟ୍ ଦେଇପାରି ନଥିଲେ । ଏବେ ଦେଖିବାକୁ ବାକି ରହିଲା ଏହି ସଂଖ୍ୟା କେଉଁ ପଟକୁ ଯାଉଛି ।

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ବିଜେପି ଗଢ଼ିବ ସରକାର! ଗୁଜୁରାଟରେ ଶିବସେନାର ୧୩ ନୁହେଁ ଅଛନ୍ତି ୨୬ ବିଧାୟକ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ 2022: ଏହି ନେତା ହେବେ ବିରୋଧୀ ମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ!

ଏହା ବି ପଢ଼ନ୍ତୁ:-କାଶ୍ମୀରକୁ ପାକିସ୍ତାନକୁ ଦିଆଯାଉ? ପରୀକ୍ଷାରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଦେଖାଦେଲା ବିବାଦ

 

ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା କାରଣରୁ ଦିଲ୍ଲୀରେ ମଧ୍ୟ ହଇଚଇ ମଧ୍ୟ ତୀବ୍ର ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ପହଞ୍ଚିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ମୁମ୍ବାଇରୁ ଦିଲ୍ଲୀ ଆସିଛନ୍ତି । ସେପଟେ ସିନ୍ଦେ ଯେକୌଣସି ସମୟରେ ବିଧାୟକଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି । ଏବେ ଏହା ଦେଖିବାକୁ ରହିଗଲା ଯେ, ମହାରାଷ୍ଟ୍ରର ରାଜନୀତି କେଉଁ ଦିଗକୁ ଗତି କରୁଛି । ମହାରାଷ୍ଟ୍ରରେ ଉଦ୍ଧବ ସରକାର ରହିବ, ନା ସିନ୍ଦେଙ୍କ ସହାୟତାରେ ବିଜେପି ପୁଣି ଥରେ କ୍ଷମତାକୁ ଫେରିବ ।