ଏକନାଥ ସିନ୍ଦେଙ୍କ ଦଳରେ ଉଦ୍ଧବ ଠାକରେଙ୍କୁ କରାଗଲା ଅଧ୍ୟକ୍ଷ, ଗଠନ ହେଲା ଦଳର ନୂଆ ଜାତୀୟ କାର୍ଯ୍ୟକାରିଣୀ
Advertisement

ଏକନାଥ ସିନ୍ଦେଙ୍କ ଦଳରେ ଉଦ୍ଧବ ଠାକରେଙ୍କୁ କରାଗଲା ଅଧ୍ୟକ୍ଷ, ଗଠନ ହେଲା ଦଳର ନୂଆ ଜାତୀୟ କାର୍ଯ୍ୟକାରିଣୀ

Maharashtra Politics: ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ସମେତ ଶିବସେନାର ଲୋକସଭା ସାଂସଦ ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିମ୍ନ ଗୃହରେ ନିଜ ଦଳର ନେତା ବଦଳାଇବାକୁ ଅନୁରୋଧ କରିଥିଲେ । ଦଳର ନେତା ବିନୟ ରାଉତ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିବାର ଦିନକ ପରେ ବିଦ୍ରୋହୀ ଶିବସେନା ସାଂସଦମାନେ ଓମ ବିର୍ଲାଙ୍କୁ ଭେଟି ବିରୋଧୀ ଶିବିରରୁ କୌଣସି ସ୍ମାରକପତ୍ର ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ ।

ଏକନାଥ ସିନ୍ଦେଙ୍କ ଦଳରେ ଉଦ୍ଧବ ଠାକରେଙ୍କୁ କରାଗଲା ଅଧ୍ୟକ୍ଷ, ଗଠନ ହେଲା ଦଳର ନୂଆ ଜାତୀୟ କାର୍ଯ୍ୟକାରିଣୀ

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ (Eknath Shinde) ସୋମବାର ନିଜ ଦଳ ଶିବସେନା (Shiv Sena) (ସିନ୍ଦେ ଗୋଷ୍ଠୀ) ର ନୂତନ ଜାତୀୟ କାର୍ଯ୍ୟକାରିଣୀ ଗଠନ କରିଛନ୍ତି । ସିନ୍ଦେ ସମର୍ଥକ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ଦଳର ମୁଖ୍ୟ ନେତା ଭାବରେ ଚୟନ କରିଛନ୍ତି । ସେପଟେ ଉଦ୍ଧବ ଠାକରେ (Uddhav Thackeray) ଙ୍କୁ ଦଳର ଜାତୀୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ କରାଯାଇଛି । ଏହାସହ ଏକନାଥ ସିନ୍ଦେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା ଦେଇଛନ୍ତି । ଅନ୍ୟପଟେ ୧୯ ଶିବସେନା ସାଂସଦଙ୍କ ମଧ୍ୟରୁ ୧୨ ଜଣ ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରୁଛନ୍ତି । ଗତକାଲି ଏକନାଥ ସିନ୍ଦେ ଦିଲ୍ଲୀରେ ଥିଲେ ଓ ସେ ଶିବସେନାର ସାଂସଦଙ୍କ ସହ ସାକ୍ଷାତ କରିଛନ୍ତି । ଏହି ସାଂସଦମାନେ ଲୋକସଭା ବାଚସ୍ପତିଙ୍କୁ ମଧ୍ୟ ଭେଟିଛନ୍ତି ।

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେଙ୍କ ସମେତ ଶିବସେନାର ଲୋକସଭା ସାଂସଦ ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ନିମ୍ନ ଗୃହରେ ନିଜ ଦଳର ନେତା ବଦଳାଇବାକୁ ଅନୁରୋଧ କରିଥିଲେ । ଦଳର ନେତା ବିନୟ ରାଉତ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିବାର ଦିନକ ପରେ ବିଦ୍ରୋହୀ ଶିବସେନା ସାଂସଦମାନେ ଓମ ବିର୍ଲାଙ୍କୁ ଭେଟି ବିରୋଧୀ ଶିବିରରୁ କୌଣସି ସ୍ମାରକପତ୍ର ଗ୍ରହଣ ନକରିବାକୁ ଅନୁରୋଧ କରିଥିଲେ ।

ବାଚସ୍ପତିଙ୍କୁ ଭେଟିଥିବା ସିନ୍ଦେ ଦଳର ୧୨ ଜଣ ସାଂସଦଙ୍କ ମଧ୍ୟରୁ ହେମନ୍ତ ଗୋଡସେ କହିଛନ୍ତି ଯେ, "ଶିବସେନାର ୧୨ ଜଣ ଲୋକସଭା ସଦସ୍ୟ ବାଚସ୍ପତି ଓମ ବିର୍ଲାଙ୍କ ସହ ସାକ୍ଷାତ କରିଛନ୍ତି ଓ ବିନାୟକ ରାଉତଙ୍କ ସ୍ଥାନରେ ରାହୁଲ ଶେୱାଲେଙ୍କୁ ଗୃହରେ ଦଳର ନେତା ଭାବରେ ନିଯୁକ୍ତ କରିବାକୁ ଆଗ୍ରହ କରିଛନ୍ତି ।" ଯାହା ପରେ ବର୍ତ୍ତମାନ ଗୃହରେ ଶିବସେନାର ନେତା ରାହୁଲ ଶେୱାଲେ (Rahul Shewale) ହେବେ ଓ ଭବନା ଗୱଲିଙ୍କୁ ମୁଖ୍ୟ ସଚେତକ  (Chief Whip) ଭାବରେ ରଖାଯାଇଛି । ବାଚସ୍ପତି ୧୨ ଜାନୁଆରୀ ୧୯୮୮ରେ ଆଟର୍ଣ୍ଣି ଜେନେରାଲଙ୍କ ଦ୍ୱାରା ସୁପ୍ରିମକୋର୍ଟଙ୍କୁ ଦିଆଯାଇଥିବା ପରାମର୍ଶକୁ ଉଦାହରଣ ଭାବେ ଦିଆଯାଇଛି, ଯେଉଁଥିରେ କୁହାଯାଇଥିଲା ଯେ କୌଣସି ଦଳର ନେତା ସିଏ ହେବେ, ଯାହାଙ୍କ ପାଖରେ ସଂଖ୍ୟାବଳ ଅଧିକ ରହିବ ।

ସିନ୍ଦେ ଗୋଷ୍ଠୀର ଜଣେ ନେତା କହିଛନ୍ତି ଯେ, ପ୍ରକୃତ ଶିବସେନାକୁ ନିୟନ୍ତ୍ରଣ କରୁଥିବା ଦୁଇଜଣଙ୍କ ମଧ୍ୟରେ ଚାଲିଥିବା ଆଇନଗତ ଲଢ଼େଇକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେଜୀଙ୍କୁ ଦଳର ମୁଖ୍ୟ ତଥା ସିନ୍ଦେଙ୍କୁ ମୁଖ୍ୟ ନେତା ଭାବରେ ମନୋନୀତ କରିବାର ନିଷ୍ପତ୍ତି ନିଆଯାଇଛି । ଏହା ସଙ୍କେତ ସୂଚାଇ ଦେଉଛି ଯେ ସିନ୍ଦେ କ୍ୟାମ୍ପ ନିଜର ଦାବି ଉପରେ ଅଟଳ ଅଛି । ଏହା ସହ ସେମାନେ ଶିବସେନାରୁ ଅଲଗା ହୋଇନାହାଁନ୍ତି, ବରଂ ଦଳର 'ପ୍ରକୃତ' ଚେହେରାକୁ ପ୍ରତିନିଧିତ୍ୱ କରୁଛି ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ:-ନିତିନ ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବଢ଼ିଲା ଅସୁବିଧା, କଂଗ୍ରେସ ନେଲା ଏହି ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଲାଭ ନୁହେଁ ବରଂ କ୍ଷତି ପହଞ୍ଚାଇଥାଏ ଆଳୁର ଅତ୍ୟଧିକ ସେବନ, ଅଧିକ ଆଳୁ ଖାଇଲେ ହୋଇଥାଏ ଏସବୁ ସମସ୍ୟା

 

ସିନ୍ଦେ ଗୋଷ୍ଠୀର ନେତାଙ୍କ ଅନୁଯାୟୀ, ନୂତନ ଜାତୀୟ କାର୍ଯ୍ୟକାରିଣୀ ଗଠନ ପରେ ସିନ୍ଦେ କ୍ୟାମ୍ପ ନିର୍ବାଚନ ଆୟୋଗଙ୍କୁ ଭେଟି ପ୍ରକୃତ ଶିବସେନା ଭାବରେ ଦାବି କରିପାରନ୍ତି । ଅନ୍ୟପକ୍ଷରେ, ଯେଉଁ ନେତାମାନଙ୍କୁ ସିନ୍ଦେ ଗୋଷ୍ଠୀ ଦଳର ଜାତୀୟ କାର୍ଯ୍ୟକାରିଣୀରେ ରଖିଛି, ସେମାନଙ୍କୁ ଉଦ୍ଧବ ଠାକରେ ଦଳରୁ ବାହାରର ବାଟ ଦେଖାଇଥିଲେ । ଶିବସେନା ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି ଯେ, ସିନ୍ଦେ ଗୋଷ୍ଠୀର କାର୍ଯ୍ୟକାରିଣୀର କୌଣସି ସାମ୍ୱିଧାନିକ ମାନ୍ୟତା ନାହିଁ ।

ସେପଟେ ଉଦ୍ଧବ ଠାକରେ ଶିବସେନାକୁ ଦୃଢ଼ କରିବା କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟରେ ସେ ଅନେକ ବିଦ୍ରୋହୀ ନେତାଙ୍କୁ ଦଳର ବାହାର ରାସ୍ତା ଦେଖାଇଛନ୍ତି । ଏହା ସହିତ ଉଦ୍ଧବ ଠାକରେ ମୁମ୍ବାଇ, ନଭି ମୁମ୍ବାଇ, ପାଲଘର ସମେତ ଅନ୍ୟ ଜିଲ୍ଲାରେ ୧୦୦ରୁ ଅଧିକ ପଦାଧିକାରୀଙ୍କୁ ନିଯୁକ୍ତ କରିଛନ୍ତି ।