ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବଢ଼ିଲା ଅସୁବିଧା, କଂଗ୍ରେସ ନେଲା ଏହି ପଦକ୍ଷେପ
Advertisement

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବଢ଼ିଲା ଅସୁବିଧା, କଂଗ୍ରେସ ନେଲା ଏହି ପଦକ୍ଷେପ

Presidential Election 2022: ଜୁଲାଇ ୧୮ ସକାଳେ ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ ବିଜେପି ନେତା ବିଏମଟିସିର ଶୀତତାପ ନିୟନ୍ତ୍ରିତ ବସରେ ହୋଟେଲରୁ ବିଧାନସଭାରେ ଭୋଟ୍ ଦେବାକୁ ଆସିଥିଲେ । ଉଭୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆରେ ଏହି ସବୁ ରିପୋର୍ଟ ପ୍ରକାଶିତ ହୋଇଛି । 

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବଢ଼ିଲା ଅସୁବିଧା, କଂଗ୍ରେସ ନେଲା ଏହି ପଦକ୍ଷେପ

ନୂଆଦିଲ୍ଲୀ: Presidential Election 2022: ବିଜେପି ନେତୃତ୍ୱାଧୀନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ  (NDA Presidential Candidate) ଦ୍ରୌପଦୀ ମୁର୍ମୁ (Draupadi Murmu)  ଓ ଅନ୍ୟମାନଙ୍କ ବିରୋଧରେ କଂଗ୍ରେସ  (Congress) ନିର୍ବାଚନ ଆୟୋଗ (Election Commission) ରେ ଅଭିଯୋଗ କରିଛି । କର୍ଣ୍ଣାଟକ କଂଗ୍ରେସ (Karnataka Congress) ର ନେତାମାନ ବିଜେପି ନେତାମାନ (BJP Leaders) ଙ୍କ ଉପରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛନ୍ତି । ପ୍ରକୃତରେ କଂଗ୍ରେସ ମଙ୍ଗଳବାର ଅର୍ଥାତ ଜୁଲାଇ ୧୯କୁ ବିଜେପି ଉପରେ ଜୁଲାଇ ୧୮ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ (Presidential Election) ସମୟରେ ଆଇନର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି । କଂଗ୍ରେସ ନିର୍ବାଚନ ଆୟୋଗଙ୍କୁ କହିଛି ଯେ ସେ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ କି ସ୍ୱତନ୍ତ୍ର ଓ ନିରପେକ୍ଷ ନିର୍ବାଚନକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ବିଧାନସଭାରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ କରାଯାଇଥିବା ସମସ୍ତ ଭୋଟ୍କୁ ଅମାନ୍ୟ ଗ୍ରହଣ କରାଯାଉ ।

କଂଗ୍ରେସ ଅଭିଯୋଗ କରିଛି ଯେ, ଦ୍ରୌପଦୀ ମୁର୍ମୁଙ୍କ କହିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମଇ, ବିଜେପି ରାଜ୍ୟ ସଭାପତି ନଳିନ କୁମାର କୌଥଲ, ବରିଷ୍ଠ ବିଜେପି ନେତା ବିଏସ ୟେଦିୟୁରପ୍ପା, ବିଜେପି ମୁଖ୍ୟ ସଚେତକ ସତୀଶ ରେଡ୍ଡୀ ଏବଂ ବିଜେପି ମନ୍ତ୍ରୀ ତଥା ଅନ୍ୟ ବରିଷ୍ଠ ନେତାମାନେ ଏକାସାଙ୍ଗରେ ମିଶି ବିଜେପିର ସମସ୍ତ ବିଧାୟକଙ୍କୁ ଜୁଲାଇ ୧୭ରେ ବେଙ୍ଗାଲୁରୁର ଏକ ପାଞ୍ଚ ତାରକା ହୋଟେଲକୁ ଡାକିଥିଲେ । ଅଭିଯୋଗରେ କୁହାଯାଇଛି ଯେ ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବା ପାଇଁ ବିଧାୟକଙ୍କ ପ୍ରଶିକ୍ଷଣ ଅଧିବେଶନରେ ସେମାନଙ୍କୁ ବିଳାସପୂର୍ଣ୍ଣ କୋଠରୀ, ଖାଦ୍ୟ, ମଦ, ପାନୀୟ, ମନୋରଞ୍ଜନ ଯୋଗାଇ ଦିଆଯାଇଥିଲା । ଏହି ଅଭିଯୋଗ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳର ନେତା ସିଦ୍ଧରମୈୟା, ରାଜ୍ୟ କଂଗ୍ରେସ ମୁଖ୍ୟ ଡି ଶିବକୁମାର ଏବଂ ବିଧାନ ପରିଷଦରେ ବିରୋଧୀ ଦଳର ନେତା ବିକେ ହରିପ୍ରସାଦ କରିଛନ୍ତି ।

ଜୁଲାଇ ୧୮ ସକାଳେ ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଏବଂ ଅନ୍ୟ ବିଜେପି ନେତା ବିଏମଟିସିର ଶୀତତାପ ନିୟନ୍ତ୍ରିତ ବସରେ ହୋଟେଲରୁ ବିଧାନସଭାରେ ଭୋଟ୍ ଦେବାକୁ ଆସିଥିଲେ । ଉଭୟ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡିଆରେ ଏହି ସବୁ ରିପୋର୍ଟ ପ୍ରକାଶିତ ହୋଇଛି । କଂଗ୍ରେସ କହିଛି ଯେ, ବିଜେପି ନେତାଙ୍କ ଏହି ସମସ୍ତ କାର୍ଯ୍ୟ ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେଶରେ ବିଧାୟକଙ୍କୁ ଲାଞ୍ଚ ଦେବା ଓ ଭୋଟରଙ୍କ ଉପରେ ଅଯଥା ପ୍ରଭାବ ପକାଇବା ଛଡା ଆଉ କିଛି ନୁହେଁ ।

ଏହା ବି ପଢ଼ନ୍ତୁ:-ଲାଭ ନୁହେଁ ବରଂ କ୍ଷତି ପହଞ୍ଚାଇଥାଏ ଆଳୁର ଅତ୍ୟଧିକ ସେବନ, ଅଧିକ ଆଳୁ ଖାଇଲେ ହୋଇଥାଏ ଏସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-'ସୁନାର ଲଙ୍କା' ଶ୍ରୀଲଙ୍କା କାଙ୍ଗାଳ ହେବା ପଛରେ ରହିଛି ଏହି ୪ଟି ବଡ଼ କାରଣ

ଏହା ବି ପଢ଼ନ୍ତୁ:-NCP-କଂଗ୍ରେସର ସାଥ୍ ଛାଡ଼ି BJP ସହ ସରକାର ଗଢ଼ିବାକୁ ଚାହୁଁଥିଲେ ଉଦ୍ଧବ ଠାକରେ!

ଅଭିଯୋଗରେ କୁହାଯାଇଛି ଯେ, ଏହି କାର୍ଯ୍ୟ ଦ୍ୱାରା ବିଜେପି ନେତୃତ୍ୱ ବିଧାୟକଙ୍କ ନିର୍ବାଚନୀ ଅଧିକାରର ସ୍ୱତନ୍ତ୍ର ପ୍ରୟୋଗରେ ହସ୍ତକ୍ଷେପ କରିଛନ୍ତି ଓ ହୋଟେଲରୁ ବିଧାନସଭାକୁ ବସ୍ ଏବଂ ଅନ୍ୟାନ୍ୟ ଯାନ ଯୋଗାଇ ଦେଇଛନ୍ତି । ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ ଅଧିନିୟମ ଅନୁଯାୟୀ ୧୯୫୨ ଅନ୍ତର୍ଗତ ଧାରା ୧୮୧ଏର ପ୍ରାବଧାନ ସହ ଭାରତୀୟ ଦଣ୍ଡ ସଂହିତା ଧାରା ଧାରା ୧୭୧ବି, ୧୭୧ସି, ୧୭୧ଇ ଏବଂ ୧୭୧ ଏଫ ଅନୁଯାୟୀ ସ୍ପଷ୍ଟ ଉଲ୍ଲଂଘନ ହୋଇଛି ବୋଲି କଂଗ୍ରେସ କହିଛି ।