ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଥିଲେ ସିନ୍ଦେ, ଖେଳ ବିଗାଡ଼ିଲେ ଶିବସେନା ସାଂସଦଙ୍କ ପୁଅ
Advertisement

ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଥିଲେ ସିନ୍ଦେ, ଖେଳ ବିଗାଡ଼ିଲେ ଶିବସେନା ସାଂସଦଙ୍କ ପୁଅ

Maharashtra Politics: ସୂଚନା ମୁତାବକ, ସିନ୍ଦେ ଗୋଷ୍ଠୀ ଗଜାଜନ କୀର୍ତ୍ତିକରଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଓ ବିଧାନ ପରିଷଦରେ ତାଙ୍କ ପୁଅ ପାଇଁ ଏକ ଆସନ ଦେବା କଥା କହିଛି । କିନ୍ତୁ ସେହି ସମୟରେ ଉଦ୍ଧବ ଠାକରେ ଅମୋଲ କୀର୍ତ୍ତିକରଙ୍କୁ ଶିବସେନାର ଉପନେତା ଭାବରେ ନିଯୁକ୍ତ କରିଛନ୍ତି । 

ଉଦ୍ଧବଙ୍କୁ ଆଉ ଏକ ବଡ଼ ଝଟକା ଦେବାକୁ ଯାଉଥିଲେ ସିନ୍ଦେ, ଖେଳ ବିଗାଡ଼ିଲେ ଶିବସେନା ସାଂସଦଙ୍କ ପୁଅ

ମୁମ୍ୱାଇ: Maharashtra Politics: ଶିବସେନାର ଅନ୍ତଃକନ୍ଦଳ ଥମିବାର ନାଁ ନେଉନାହିଁ । ବିଗତ ଦିନରେ ଦଳ ଦି'ଫାଳ କରି ଏକନାଥ ସିନ୍ଦେ ବିଜେପି ସହ ମିଶି ସରକାର ଗଠନ କରିଥିଲେ । ବର୍ତ୍ତମାନ ସଂପୂର୍ଣ୍ଣ ଶିବସେନାକୁ ନିଜ ଦଖଲରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରୟାସ କରୁଛନ୍ତି । ଏହା ଅନ୍ତର୍ଗତ ସେ ଶିବସେନାର ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦ ତଥା ବଡ଼ ବଡ଼ ନେତାଙ୍କୁ ନିଜ ସପକ୍ଷରେ କରିବାରେ ଲାଗିଛନ୍ତି । ଏହି କ୍ରମରେ ଏକନାଥ ସିନ୍ଦେ ତାଙ୍କ ପୂର୍ବତନ ନେତା ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କୁ ଆଉ ଏକ ବଡ଼ ଝଟକା ଦେବା ପାଇଁ ପ୍ରାୟ ସମସ୍ତ ପ୍ରସ୍ତୁତି କରିନେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କ ଅପରେସନକୁ ଶିବସେନା ସାଂସଦଙ୍କ ପୁଅ ବିପଳ କରିଦେଇଛନ୍ତି । 

ସୂଚନା ମୁତାବକ, ମୁମ୍ବାଇର ଉତ୍ତର ପଶ୍ଚିମ ଲୋକସଭା ନିର୍ବାଚନମଣ୍ଡଳୀରୁ ସାଂସଦ ଗଜାନନ କୀର୍ତ୍ତିକର ମଧ୍ୟ ସିନ୍ଦେ ଗୋଷ୍ଠୀରେ ଯୋଗଦେବାକୁ ଯାଉଥିଲେ । ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ସିନ୍ଦେ କିର୍ତ୍ତିକରଙ୍କ ବାସଭବନରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଏହା ପରେ ପ୍ରାୟ ନିଷ୍ପତ୍ତି ନିଆଯାଇଥିଲା ଯେ ସେ ଉଦ୍ଧବଙ୍କ ସାଥ୍ ଛାଡିବେ । କିନ୍ତୁ, ଏହା ପରେ ଗଜାନନଙ୍କ ପୁଅ ଅମୋଲ କୀର୍ତ୍ତିକରଙ୍କ ଏଣ୍ଟ୍ରି ହୋଇଥିଲା । ସେ ତାଙ୍କ ପିତାଙ୍କୁ ମନାଇଛନ୍ତି ଓ ବର୍ତ୍ତମାନ ଗଜାନନ ତାଙ୍କ ମନ ପରିବର୍ତ୍ତନ କରିଛନ୍ତି । ଏଠାରେ କହି ରଖୁଛୁ ଯେ, ନିକଟ ଅତୀତରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଅମୋଲ କୀର୍ତ୍ତିକରଙ୍କୁ ଶିବସେନାର ଉପନେତା ଭାବେ ନିଯୁକ୍ତି ଦେଇଛନ୍ତି । ସେ ତାଙ୍କ ପିତାଙ୍କ ସିନ୍ଦେ ଗୋଷ୍ଠୀରେ ଯୋଗଦେବାକୁ ବିରୋଧ କରିଥିଲେ । 

ପୁଅ ଅମୋଲ ନିଜ ବାପା ଗଜାନନଙ୍କୁ କହିଛନ୍ତି ଯେ, "ଶିବସେନା ଓ ଦଳର ମୁଖ୍ୟ ଉଦ୍ଧବ ଠାକରେ ଅସୁବିଧାରେ ଅଛନ୍ତି । ଏପରି ପରିସ୍ଥିତିରେ ଯଦି ଆମେ ଉଦ୍ଧବ ସାହେବଙ୍କୁ ଛାଡି ଦେଇଥାଉ, ତେବେ ଭଗବାନ ମଧ୍ୟ ମୋତେ କ୍ଷମା କରିବେ ନାହିଁ । ଦୁନିଆରେ ମୋ ଭଳି କେହିଁ ସ୍ୱାର୍ଥପର ବ୍ୟକ୍ତି ହେବେ ନାହିଁ ।" ଏହା ପରେ କୀର୍ତ୍ତିକର ସିନ୍ଦେ ଦଳରେ ଯୋଗଦେବା ନିଷ୍ପତ୍ତି ବଦଳାଇଥିଲେ । ମହାରାଷ୍ଟ୍ରର ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଯେ ଅନ୍ୟ ଜଣେ ଶିବସେନା ସାଂସଦ ଠାକରେଙ୍କ ଗୋଷ୍ଠୀ ଛାଡି ସିନ୍ଦେ ଗୋଷ୍ଠୀରେ ଦଶହରା ସଭାରେ ଯୋଗଦେବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାଂସଦ ଗଜାନନ କୀର୍ତ୍ତିକରଙ୍କ ଗୋଡ଼ରେ ଅସ୍ତ୍ରୋପଚାର ପରେ ତାଙ୍କ ଘରକୁ ଯାଇ ତାଙ୍କୁ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ଏହା ପରେ କୀର୍ତ୍ତିକର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ 'ବର୍ଷା' ବାସଭବନକୁ ଆସିଥିଲେ । ତେଣୁ ଏହା ପ୍ରାୟ ନିଶ୍ଚିତ ଥିଲା ଯେ ସେ ଠାକରେଙ୍କ ସାଥ୍ ଛାଡ଼ିବେ ।

ଏହା ବି ପଢ଼ନ୍ତୁ:-'ନିଜ ଆସନ ଯାଏ ସୀମିତ ରୁହ', ଜାଣନ୍ତୁ କାହିଁକି ନିଜ ଦଳର ସାଂସଦ ମହୁଆ ମୈତ୍ରଙ୍କ ଉପରେ ଖୋଲାଖୋଲି ଭାବେ ବର୍ଷିଲେ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ:-ରାସନ ଡିଲର ହେବା ପାଇଁ ଏପରି କରନ୍ତୁ ଆବେଦନ, ହେବ ମୋଟା ଅଙ୍କର ରୋଜଗାର; ଜାଣନ୍ତୁ ପୂରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-ଏସିଆ କପ ସହ ଏହି ଖେଳାଳିଙ୍କ ଟି-20 କ୍ୟାରିୟର ମଧ୍ୟ ହେଲା ଶେଷ!

 

ସୂଚନା ମୁତାବକ, ସିନ୍ଦେ ଗୋଷ୍ଠୀ ଗଜାଜନ କୀର୍ତ୍ତିକରଙ୍କୁ କେନ୍ଦ୍ରରେ ମନ୍ତ୍ରୀ ପଦ ଓ ବିଧାନ ପରିଷଦରେ ତାଙ୍କ ପୁଅ ପାଇଁ ଏକ ଆସନ ଦେବା କଥା କହିଛି । କିନ୍ତୁ ସେହି ସମୟରେ ଉଦ୍ଧବ ଠାକରେ ଅମୋଲ କୀର୍ତ୍ତିକରଙ୍କୁ ଶିବସେନାର ଉପନେତା ଭାବରେ ନିଯୁକ୍ତ କରିଛନ୍ତି । ଏହା ମଧ୍ୟ ସଙ୍କେତ ଦିଆଯାଇଛି ଯେ ସେ ଅମୋଲକୁ ମୁମ୍ବାଇ ଉତ୍ତର ପଶ୍ଚିମ ଲୋକସଭା ନିର୍ବାଚନମଣ୍ଡଳୀରୁ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ଆମୋଲ କୀର୍ତ୍ତିକର ମଧ୍ୟ ସିନ୍ଦେ ଗୋଷ୍ଠୀକୁ ସମର୍ଥନ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛନ୍ତି । ଏହା ପରେ ଗଜାନନ କୀର୍ତ୍ତିକର ମଧ୍ୟ ତାଙ୍କ ନିଷ୍ପତ୍ତି ବଦଳାଇଲେ ଓ ଉଦ୍ଧବ ଠାକରେଙ୍କ ସହ ରହିବାକୁ ନିଷ୍ପତ୍ତି ନେଲେ ।