ସିନ୍ଦେ ଗୋଷ୍ଠୀର ଏହି ପଦକ୍ଷପ ଉଦ୍ଧବ ଠାକରେଙ୍କ ବଢ଼ାଇଲା ଟେନସନ୍, ହାତରୁ ଯିବ ଶିବସେନା!
Advertisement
Article Detail0/zeeodisha/odisha1247381

ସିନ୍ଦେ ଗୋଷ୍ଠୀର ଏହି ପଦକ୍ଷପ ଉଦ୍ଧବ ଠାକରେଙ୍କ ବଢ଼ାଇଲା ଟେନସନ୍, ହାତରୁ ଯିବ ଶିବସେନା!

Maharashtra politics: ଉଦ୍ଧବ ଠାକରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବୁଧବାର ସାଂସଦ ଭାବନା ଗୱଲିଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଲୋକସଭାରେ ଦଳର ମୁଖ୍ୟ ସଚେତକ ଭାବେ ନାମିତ କରିଛନ୍ତି । 

ସିନ୍ଦେ ଗୋଷ୍ଠୀର ଏହି ପଦକ୍ଷପ ଉଦ୍ଧବ ଠାକରେଙ୍କ ବଢ଼ାଇଲା ଟେନସନ୍, ହାତରୁ ଯିବ ଶିବସେନା!

ମୁମ୍ୱାଇ: Maharashtra politics: ମହାରାଷ୍ଟ୍ରରେ ସରକାରଙ୍କୁ ନେଇ ଦେଖାଦେଇଥିବା ସଙ୍କଟ ଶେଷ ହୋଇଯାଇଛି । କିନ୍ତୁ ରାଜ୍ୟରେ ବର୍ତ୍ତମାନ ଆଉ ଏକ ଲଢ଼େଇ ଆରମ୍ଭ ହୋଇଛି । ଶିବସେନା (Shiv Sena) ଦି'ଫାଳ ହେବାର ସମ୍ଭାବନା ଦେଖାଦେଇଛି । ଦଳ ଭିତରେ ଲାଗିଥିବା ନିଆଁ ଧୀରେ ଧୀରେ ବଢ଼ିବାରେ ଲାଗିଛି । ପ୍ରଥମେ ବିଧାୟକ ବର୍ତ୍ତମାନ ଦଳର ସାଂସଦ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖିଆ ଉଦ୍ଧବ ଠାକରେ (Uddhav Thackeray) ଙ୍କ ଠାରୁ ଦୂରତା ରକ୍ଷା କରୁଛନ୍ତି । ଦଳରେ ସୃଷ୍ଟି ହୋଇଥିବା ଏହି ଝଡ଼ ଯୋଗୁଁ ବୁଧବାର ଦିନ ସାରା ଅସ୍ଥିରତା ଦେଖାଦେଇଥିଲା । ଉଦ୍ଧବ ଠାକରେଙ୍କୁ ଦଳର ନେତା ଆନନ୍ଦରାଓ ଅଡ଼ସୁଲ (Anandrao Adsul) ଝଟକା ଦେଇଛନ୍ତି । ତାଙ୍କୁ ଦଳର ବୈଠକକୁ ଡକାଯାଇଥିଲା, କିନ୍ତୁ ସେ ବୈଠକକୁ ଆସିବାକୁ ଅସମର୍ଥତା ପ୍ରକାଶ କରିଥିଲେ ଏବଂ ଫୋନ୍‌ରେ ଉଦ୍ଧବ ଠାକରେଙ୍କ ସହ କଥା ହେବା ପରେ ଇସ୍ତଫା ଦେଇଥିଲେ ।

ସେପଟେ ଉଦ୍ଧବ ଠାକରେ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ବୁଧବାର ସାଂସଦ ଭାବନା ଗୱଲିଙ୍କ ସ୍ଥାନରେ ରାଜନ ବିଚାରେଙ୍କୁ ଲୋକସଭାରେ ଦଳର ମୁଖ୍ୟ ସଚେତକ ଭାବେ ନାମିତ କରିଛନ୍ତି । ମହାରାଷ୍ଟ୍ରର ଯବତମାଲ-ୱାଶିମ ନିର୍ବାଚନମଣ୍ଡଳୀରୁ ସାଂସଦ ଭାବନା ଗୱଲି ଏକନାଥ ସିନ୍ଦେଙ୍କ ନେତୃତ୍ୱରେ କରାଯାଇଥିବା ବିଦ୍ରୋହ ସମୟରେ ଶିବସେନାକୁ ବିଜେପିରେ ଯୋଗଦେବାକୁ ପରାମର୍ଶ ଦେଇଥିଲେ । ଆପଣଙ୍କୁ କହି ରଖୁଛୁ ଯେ ଶିବସେନାର  ଲୋକସଭାରେ ୧୮ ଜଣ ଓ ରାଜ୍ୟସଭାରେ ୩ ଜଣ ସାଂସଦ ଅଛନ୍ତି ।

ବିଦ୍ରୋହୀ ଗୋଷ୍ଠୀର ବିଧାୟକ ଗୁଲାବ ରାଓ ପାଟିଲ ବୁଧବାର ଦାବି କରିଛନ୍ତି ଯେ ୧୮ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଶୀଘ୍ର ଏକନାଥ ସିନ୍ଦେ କ୍ୟାମ୍ପରେ ଯୋଗଦେବେ । ସେ କହିଛନ୍ତି ଯେ, ସିନ୍ଦେ କ୍ୟାମ୍ପ ଦଳର ଗର୍ବକୁ ଫେରାଇ ଆଣିବ । ପାଟିଲ ଉଦ୍ଧବ ଠାକରେ ସରକାରରେ ମନ୍ତ୍ରୀ ଥିଲେ । ସେ କହିଛନ୍ତି ଯେ, ଆମ (ବିଦ୍ରୋହୀ ଦଳ) ପାଖରେ ୫୫ରୁ ୪୦ ଜଣ ବିଧାୟକ ଅଛନ୍ତି ଓ ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ଆମ ସହିତ ଆସୁଛନ୍ତି । ଏହି ପରିସ୍ଥିତିରେ ଦଳ କାହାର ହେଲା? ମୁଁ ବ୍ୟକ୍ତିଗତ ଭାବେ ୪ ଜଣ ସାଂସଦଙ୍କୁ ଭେଟିଛି । ଆମ ସହିତ ୨୨ ଜଣ ପୂର୍ବତନ ବିଧାୟକ ମଧ୍ୟ ଅଛନ୍ତି ।

ଶିବସେନାର ଦଳୀୟ ଚିହ୍ନ ଉପରେ ଗୁଲାବ ରାଓ ପାଟିଲ ମଧ୍ୟ ଦାବି କରିଛନ୍ତି । ସେ କହିଛନ୍ତି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଏହି ଗୋଷ୍ଠୀ ଦଳର ନିର୍ବାଚନ ଚିହ୍ନ' ଧନୁ ତୀର'ର ପ୍ରକୃତ ଯୋଗ୍ୟ ମାଲିକ । ଅନ୍ୟପକ୍ଷରେ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବିର ଏହି ଦାବିକୁ ବିରୋଧ କରିଛି । ପାଟିଲ କହିଛନ୍ତି ଯେ ଦଳର ୧୨ ଜଣ ସାଂସଦ ଓ 22 ଜଣ ପୂର୍ବତନ ବିଧାୟକ ମଧ୍ୟ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି । ଆମେ ଦଳର ନିର୍ବାଚନ ପ୍ରତୀକ ଧନୁ ତୀରର ପ୍ରକୃତ ମାଲିକ ।

ଏହା ବି ପଢ଼ନ୍ତୁ:-ଫ୍ରି ରାସନକୁ ନେଇ ଆସିଲା ବଡ଼ ଖବର, କେନ୍ଦ୍ର ସରକାର ବନ୍ଦ କରିବାକୁ ଯାଉଛନ୍ତି ମାଗଣା ଯୋଜନା!

ଏହା ବି ପଢ଼ନ୍ତୁ:-'ଅଗ୍ନିପଥରୁ ସୃଷ୍ଟି ହେବ ଆତଙ୍କବାଦୀ'

ଏହା ବି ପଢ଼ନ୍ତୁ:-ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି MVA ସରକାରକୁ ବଞ୍ଚାଇ ପାରିଥାନ୍ତେ ଉଦ୍ଧବ ଠାକରେ? କଂଗ୍ରେସ ମଧ୍ୟ ନିଷ୍ପତ୍ତିକୁ ନେଇ ଉଠାଇଲା ପ୍ରଶ୍ନ

ଏହାପୂର୍ବରୁ ସୋମବାର ରାତିରେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳ ଶିବସେନା ଚିଫ୍ ହ୍ୱିପ୍ ଓ ସିନ୍ଦେଙ୍କ ଘନିଷ୍ଠ ସହଯୋଗୀ ଭରତ ଗୋଗୱଲେଙ୍କ  ଉଦ୍ଧବ ଠାକରେ କ୍ୟାମ୍ପର ୧୪ ଜଣ ବିଧାୟକଙ୍କୁ ନୋଟିସ ଜାରି କରିଥିଲେ । ତେବେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ସମ୍ମାନ କରି ତାଙ୍କୁ ନୋଟିସ ଦିଆଯାଇ ନଥିଲା ।