ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି MVA ସରକାରକୁ ବଞ୍ଚାଇ ପାରିଥାନ୍ତେ ଉଦ୍ଧବ ଠାକରେ? କଂଗ୍ରେସ ମଧ୍ୟ ନିଷ୍ପତ୍ତିକୁ ନେଇ ଉଠାଇଲା ପ୍ରଶ୍ନ
Advertisement
Article Detail0/zeeodisha/odisha1246347

ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି MVA ସରକାରକୁ ବଞ୍ଚାଇ ପାରିଥାନ୍ତେ ଉଦ୍ଧବ ଠାକରେ? କଂଗ୍ରେସ ମଧ୍ୟ ନିଷ୍ପତ୍ତିକୁ ନେଇ ଉଠାଇଲା ପ୍ରଶ୍ନ

Maharashtra politics: ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ପଦ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, କଂଗ୍ରେସର ଜଣେ ବରିଷ୍ଠ ମନ୍ତ୍ରୀ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଓ ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ ।

ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି MVA ସରକାରକୁ ବଞ୍ଚାଇ ପାରିଥାନ୍ତେ ଉଦ୍ଧବ ଠାକରେ? କଂଗ୍ରେସ ମଧ୍ୟ ନିଷ୍ପତ୍ତିକୁ ନେଇ ଉଠାଇଲା ପ୍ରଶ୍ନ

ମୁମ୍ୱାଇ: Maharashtra politics: ମହାରାଷ୍ଟ୍ରରେ ସରକାର ଭାଙ୍ଗିବା ପରେ ମହା ବିକାଶ ଅଘାଡ଼ିରେ ସାମିଲ କଂଗ୍ରେସ ମଧ୍ୟ ଉଦ୍ଧବ ଠାକରେଙ୍କ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି । ଖବର ଅନୁସାରେ କଂଗ୍ରେସ ମନେ କରୁଛି ଯେ ଯଦି ଉଦ୍ଧବ ଠାକରେ ଚତୁରତାର ସହ ନିଷ୍ପତ୍ତି ନେଇଥାନ୍ତେ ତେବେ ସରକାରକୁ ବଞ୍ଚାଇ ଯାଇପାରନ୍ତା । ସୋମବାର ଅନୁଷ୍ଠିତ ଫ୍ଲୋର ଟେଷ୍ଟରେ ସିନ୍ଦେ ସରକାର ୧୬୪ ଭୋଟ ସହିତ ଆସ୍ଥା ଭୋଟ୍ ଜିତିଥିଲେ । ଏହା ସହିତ ପ୍ରାୟ ଏକ ସପ୍ତାହ ଦିନ ଧରି ଚାଲିଥିବା ରାଜନୈତିକ ଡ୍ରାମା ଶେଷ ହୋଇଛି । ରାଜ୍ୟରେ ବିଧାନ ପରିଷଦ ନିର୍ବାଚନର ଫଳାଫଳ ପରେ ହିଁ ସିନ୍ଦେ କିଛି ବିଧାୟକଙ୍କ ସହ ଶିବସେନା ସହ ବିଦ୍ରୋହ କରିଥିଲେ । 

ଇକୋନୋମିକ୍ ଟାଇମ୍ସ ରିପୋର୍ଟ ଅନୁଯାୟୀ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ପଦ ଛାଡ଼ିବାକୁ ପରାମର୍ଶ ଦିଆଯାଇଥିଲା । ରିପୋର୍ଟ ଅନୁଯାୟୀ, କଂଗ୍ରେସର ଜଣେ ବରିଷ୍ଠ ମନ୍ତ୍ରୀ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଓ ଏକନାଥ ସିନ୍ଦେଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ପରାମର୍ଶ ଦେଇଥିଲେ । ପରାମର୍ଶ ଏଥିପାଇଁ  ଦିଆଯାଇଥିଲା କାରଣ ପ୍ରଥମେ ଚର୍ଚ୍ଚା ହେଉଥିଲା କି ବିଦ୍ରୋହ ଶାନ୍ତ ହୋଇଯିବ । କିନ୍ତୁ ଦିନକୁ ଦିନ ଅଧିକ ମନ୍ତ୍ରୀ ଓ ବିଧାୟକ ସିନ୍ଦେ କ୍ୟାମ୍ପରେ ଯୋଗ ଦେଇଥିଲେ ।

ସେପଟେ ମଙ୍ଗଳବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ କହିଛନ୍ତି ଯେ, ସେ ସିନ୍ଦେଙ୍କୁ ସିଏମ୍ କରିବା ପାଇଁ ବିଜେପି ନେତୃତ୍ୱକୁ ପ୍ରସ୍ତାବ ଦେଇଥିଲେ । ଏଥିସହ ସେ ଡେପୁଟି ସିଏମ ଦାୟିତ୍ୱ ଗ୍ରହଣ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ନଥିଲେ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ବଦଳାଇଛନ୍ତି ।

ଏହା ବି ପଢ଼ନ୍ତୁ:-ନକଭି ନା କ୍ୟାପଟେନ୍, କାହାକୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିବ ବିଜେପି; ଜାଣନ୍ତୁ କେଉଁ କେଉଁ ନାଁକୁ ନେଇ ଚାଲିଛି ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀରୁ ଉପମୁଖ୍ୟମନ୍ତ୍ରୀ ହେବାର କାରଣ କହିଲେ ଦେବେନ୍ଦ୍ର ଫଡନାଭିସ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ

ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ, "ଯଦି ମୁଁ ଅନୁରୋଧ କରିଥାନ୍ତି, ତେବେ ମୁଁ ସିଏମ ହୋଇଥାନ୍ତି । ଆମେ ବିଚାରଧାରା ପାଇଁ ଶିବସେନାରୁ ସିଏମ କରିଛୁ । ଏହା ମୋର ପ୍ରସ୍ତାବ ଥିଲା ଯେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ । ଦଳର ବରିଷ୍ଠ ନେତାମାନେ ଜିଦ୍ ଧରିଥିଲେ ଯେ ଯଦି ମୁଁ ବାହାରେ ରହେ ତେବେ ସରକାର ଚାଲିପାରିବ ନାହିଁ । ତେଣୁ ମୁଁ ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କଲି ।"

ଫଡନାଭିସ କହିଛନ୍ତି ଯେ, "ଏକନାଥ ସିନ୍ଦେଙ୍କୁ ଜଣେ ସଫଳ ମୁଖ୍ୟମନ୍ତ୍ରୀ କରିବା ମୋର ଦାୟିତ୍ୱ । ୨୦୧୯ରେ ବିଜେପି-ଶିବସେନାକୁ ଜନାଦେଶ ମିଳିଥିଲା କିନ୍ତୁ ଲୋକଙ୍କ ଏହି ଜନାଦେଶ ଚୋରି ହୋଇଯାଇଥିଲା ଏବଂ କିଛି ଲୋକ ଏହାକୁ ଚୋରି କରି ସରକାର ଗଢ଼ିଥିଲେ । ଅଢ଼େଇ ବର୍ଷ ଧରି ଏହି ସରକାର ଭଗବାନଙ୍କ ଉପରେ ନିର୍ଭର କରି ଚାଲିଥିଲା । ଦୁର୍ନୀତି ଚରମ ଥିଲା । ମନ୍ତ୍ରୀ ଜେଲ ଯାଉଥିଲେ । ମୁଁ ମୁଖ୍ୟମନ୍ତ୍ରୀ ନଥିଲି, ଏଥିପାଇଁ ମୁଁ ଦୁଃଖିତ ନଥିଲି, କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଯେଉଁ ବେଗରେ ଆଗକୁ ଯାଉଥିଲା ତାହା ତୁଳନାରେ ମହାରାଷ୍ଟ୍ରର ବିକାଶ ବନ୍ଦ ହୋଇଯାଇଥିଲା ।"