'ଏକନାଥ ସିନ୍ଦେ ମୋ ଯୋଗୁଁ ହୋଇଥିଲେ ବିଧାୟକ, ଏହା ମୋ ଜୀବନର ସବୁଠାରୁ ବଡ଼ ପାପ'
Advertisement

'ଏକନାଥ ସିନ୍ଦେ ମୋ ଯୋଗୁଁ ହୋଇଥିଲେ ବିଧାୟକ, ଏହା ମୋ ଜୀବନର ସବୁଠାରୁ ବଡ଼ ପାପ'

Maharashtra Politics: ରତ୍ନାଗିରିରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ବିନାୟକ ରାଉତ ଏକନାଥ ସିନ୍ଦେ କିପରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ, ତାହା ସେ କହିଛନ୍ତି । ସେ କହିଛନ୍ତି ଯେ, "ଏହା ମୋ ଜୀବନର ସବୁଠାରୁ ବଡ ପାପ । ଯଦି ମୁଁ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କୁ କହି ନ ଥା'ନ୍ତି, ତେବେ ଏକନାଥ ସିନ୍ଦେ ବିଧାୟକ ପଦ ପାଇ ନଥାନ୍ତେ ।

'ଏକନାଥ ସିନ୍ଦେ ମୋ ଯୋଗୁଁ ହୋଇଥିଲେ ବିଧାୟକ, ଏହା ମୋ ଜୀବନର ସବୁଠାରୁ ବଡ଼ ପାପ'

ମୁମ୍ୱାଇ: Maharashtra Politics: ନିକଟ ଅତୀତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ଏକନାଥ ସିନ୍ଦେ (Eknath Shinde) ଓ ଉଦ୍ଧବ ଠାକରେ (Uddhav Thackeray) ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଜାରି ରହିଛି । ତାଙ୍କ ବିଦ୍ରୋହ ପରେ ଏକନାଥ ସିନ୍ଦେ ତାଙ୍କୁ ଠାକରେ ଗୋଷ୍ଠୀର ନେତାମାନେ ସମାଲୋଚନା କରିଆସୁଛନ୍ତି । ବର୍ତ୍ତମାନ ଶିବସେନା ସାଂସଦ ବିନାୟକ ରାଉତ (Vinayak Raut) ମଧ୍ୟ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି । ରାଉତ କହିଛନ୍ତି ଯେ, ମୋ କାରଣରୁ ଏକନାଥ ସିନ୍ଦେଙ୍କୁ ବିଧାୟକ ଟିକେଟ୍ ମିଳିଥିଲା । ତେବେ ଆଜି ସେ ଏଥି ପାଇଁ ଦୁଃଖ ପ୍ରକାଶ କରିଥିବା କହିଛନ୍ତି । 

ରତ୍ନାଗିରିରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ବିନାୟକ ରାଉତ ଏକନାଥ ସିନ୍ଦେ କିପରି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ, ତାହା ସେ କହିଛନ୍ତି । ସେ କହିଛନ୍ତି ଯେ, "ଏହା ମୋ ଜୀବନର ସବୁଠାରୁ ବଡ ପାପ । ଯଦି ମୁଁ ଶିବସେନା ମୁଖ୍ୟ ବାଲାସାହେବ ଠାକରେଙ୍କୁ କହି ନ ଥା'ନ୍ତି, ତେବେ ଏକନାଥ ସିନ୍ଦେ ବିଧାୟକ ପଦ ପାଇ ନଥାନ୍ତେ । ସିନ୍ଦେ ଗୃହର ନେତା ଥିଲେ ଓ ମୁଁ ଜଣେ ଯୋଗାଯୋଗ ଅଧିକାରୀ ଥିଲି । ବାଲାସାହେବ ଠାକରେ ସତୀଶ ପ୍ରଧାନଙ୍କୁ ନାମିତ କରିଥିଲେ । କିନ୍ତୁ, ମୁଁ ବାଲାସାହେବଙ୍କୁ ଅନୁରୋଧ କଲି ଓ ପରେ ବାଲାସାହେବ ଏକନାଥ ସିନ୍ଦେଙ୍କୁ ମନୋନୀତ କଲେ । ଏକନାଥ ସିନ୍ଦେ ତାଙ୍କ ପିତାମାତାଙ୍କ ଆଗରେ ଶପଥ କରିବା ଉଚିତ କି ଏହା ସତ କି ନୁହେଁ ।"

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛନ୍ତି । ନିଜର ସାଧାରଣ ପୃଷ୍ଠଭୂମିରୁ ଅପ୍ରତ୍ୟକ୍ଷ ଭାବେ ଉଦାହରଣ ଦେଇ ଶିବସେନା ପ୍ରମୁଖ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି ଓ କହିଛନ୍ତି ଯେ ଅଟୋ ରିକ୍ସା ମର୍ସିଡିଜ କାରକୁ ଅତିକ୍ରମ କରିଛି ।  ସିନ୍ଦେ ପୂର୍ବରୁ ରୋଜଗାର ପାଇଁ ଅଟୋ ରିକ୍ସା ଚଳାଉଥିଲେ । ସିନ୍ଦେଙ୍କ ବୟାନ ଉପରେ ରାଉତ କହିଛନ୍ତି ଯେ, "ଏକନାଥ ସିନ୍ଦେ କହିଥିଲେ ଯେ ମର୍ସିଡିଜର ଗତି ରିକ୍ସାର ଗତି ଠାରୁ ମନ୍ଥର ଥିଲା । ଆମକୁ ଏକନାଥ ସିନ୍ଦେଙ୍କ ଜ୍ଞାନ ଉପରେ ଅନୁସନ୍ଧାନ କରିବାକୁ ପଡିବ । ସେ ଟ୍ୱିଟ୍ କରନ୍ତି କିନ୍ତୁ ଅନ୍ୟ କେହିଁ ଲେଖିଛନ୍ତି ।" 

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ଖାଇବା ତେଲ ଲିଟର ପିଛା ୧୦ ଟଙ୍କା ହେବ ଶସ୍ତା, କମ୍ପାନୀଗୁଡ଼ିକୁ ଏହି ନିର୍ଦ୍ଦେଶ ଦେଲେ ସରକାର

ଏହା ବି ପଢ଼ନ୍ତୁ:-ରେଲୱେ ବାତିଲ କଲା ୧୪୮ ଟ୍ରେନ୍, ଘରୁ ବାହାରିବା ପୂର୍ବରୁ ଦେଖି ନିଅନ୍ତୁ ଲିଷ୍ଟ୍

ଏହା ବି ପଢ଼ନ୍ତୁ:-ରାଜ ଠାକରେଙ୍କ ସହ ସାକ୍ଷାତ କଲେ ଶିବସେନାର ବିଦ୍ରୋହୀ ବିଧାୟକ, ଜାଣନ୍ତୁ କ'ଣ କହିଲେ

 

ଗତ ସପ୍ତାହରେ ୩୯ ଶିବସେନା ବିଧାୟକଙ୍କ ସହ ଦଳର ନେତୃତ୍ୱ ବିରୁଦ୍ଧରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (MVA) ସରକାର ଭାଙ୍ଗି ଯାଇଥିଲେ । ଏନସିପି ବ୍ୟତୀତ କଂଗ୍ରେସ MVA ସରକାରରେ ସାମିଲ ଥିଲା । ଜୁନ ୩୦ରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ସେପଟେ ବିଗତ ଦିନରେ ସିନ୍ଦେ ସରକାରଙ୍କ ଭବିଷ୍ୟତକୁ ନେଇ ଶରଦ ପାୱାର ଏକ ବଡ଼ ବୟାନ ଦେଇଥିଲେ । ସେ କହିଥିଲେ ଯେ, ମହାରାଷ୍ଟ୍ରରେ ମଧ୍ୟାବଧି କାଳୀନ ନିର୍ବାଚନର ସମସ୍ତ ସମ୍ଭାବନା ଅଛି । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଗଠନ ହୋଇଥିବା ସରକାର ପାଞ୍ଚରୁ ୬ ମାସରେ ଭାଙ୍ଗି ପାରେ । କୁହାଯାଉଛି ଯେ ଏନସିପି ବିଧାୟକ ତଥା ଦଳର ନେତାମାନଙ୍କୁ ସମ୍ବୋଧିତ କରିବାବେଳେ ଶରଦ ପାୱାର ଏସବୁ କହିଛନ୍ତି । ଶରଦ ପାୱାରଙ୍କ ସମ୍ୱୋଧନରେ ସାମିଲ ଜଣେ ନେତା କହିଛନ୍ତି ଯେ, ମହାରାଷ୍ଟ୍ରରେ ନୂତନ ଭାବେ ଗଠିତ ସରକାର ଆଗାମୀ ୫ରୁ ୬ ମାସ ମଧ୍ୟରେ ଭାଙ୍ଗି ପାରେ, ଯେଉଁଥିପାଇଁ ଆମେ ସମସ୍ତ ବିଧାୟକ ଓ ନେତାମାନଙ୍କୁ ମଧ୍ୟାବଧି କାଳୀନ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛୁ ।