ରାଜ ଠାକରେଙ୍କ ସହ ସାକ୍ଷାତ କଲେ ଶିବସେନାର ବିଦ୍ରୋହୀ ବିଧାୟକ, ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1247505

ରାଜ ଠାକରେଙ୍କ ସହ ସାକ୍ଷାତ କଲେ ଶିବସେନାର ବିଦ୍ରୋହୀ ବିଧାୟକ, ଜାଣନ୍ତୁ କ'ଣ କହିଲେ

Maharashtra Politics: ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ମଧ୍ୟ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ଫଡନାଭିସ ତାଙ୍କର ଜଣେ ବିଧାୟକଙ୍କ ସମର୍ଥନକୁ ଠାକରେଙ୍କ ଠାରୁ ମାଗିଥିଲେ ଓ ରାଜ ଠାକରେ ମଧ୍ୟ ତାଙ୍କୁ ନିଶ୍ଚିତ କରିଥିଲେ ଯେ MNS ତାଙ୍କ ସହ ଅଛି । 

ରାଜ ଠାକରେଙ୍କ ସହ ସାକ୍ଷାତ କଲେ ଶିବସେନାର ବିଦ୍ରୋହୀ ବିଧାୟକ, ଜାଣନ୍ତୁ କ'ଣ କହିଲେ

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ବନ୍ଦ ହୋଇଥିଲେ ସୁଦ୍ଧା ପାରା ଏବେବେ ଗରମ ଅଛି । ବିଦ୍ରୋହୀ ଶିବସେନା ବିଧାୟକ ସଦା ସରଭଣକର (Sada Sarvankar) ବୁଧବାର ମହାରାଷ୍ଟ୍ର ନବନିର୍ମାନ ସେନା  (MSN) ଅଧ୍ୟକ୍ଷ ରାଜ ଠାକରେ (Raj Thackeray) ଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ଶିବସେନାର ଏକନାଥ ସିନ୍ଦେ (Eknath Shinde) ଗୋଷ୍ଠୀର ନେତା ସରଭଣକର କହିଛନ୍ତି ଯେ, "ତାଙ୍କର ଅସ୍ତ୍ରୋପଚାର ହୋଇଛି, ତେଣୁ ମୁଁ ତାଙ୍କୁ ଶିଷ୍ଟାଚାର ଭାବରେ ଭେଟିଥିଲି । ଆମେ ପାଖରେ ହିଁ ରହୁଛୁ ।"

ସରଭଣକର କେନ୍ଦ୍ରୀୟ ମୁମ୍ବାଇରୁ ଶିବସେନାର ଜଣେ ବିଧାୟକ, ଯେଉଁଠାରେ ରାଜ ଠାକରେ ରହୁଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ରାଜ ଠାକରେଙ୍କ ଦଳ MNS ର କେବଳ ଜଣେ ବିଧାୟକ ଅଛନ୍ତି । ଗତ ମାସରେ ଅନୁଷ୍ଠିତ ବିଧାନ ପରିଷଦ ଓ ରାଜ୍ୟସଭା ନିର୍ବାଚନରେ ​​MNS ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରିଥିଲା । ଆସ୍ଥା ଭୋଟି ସିନ୍ଦେଙ୍କ ନେତୃତ୍ୱରେ ନୂତନ ସରକାରଙ୍କ ସପକ୍ଷରେ MNS ଭୋଟ୍ ଦେଇଥିଲା ।

ଶିବସେନାଙ୍କ ବିଦ୍ରୋହୀ ବିଧାୟକ ସଦା ସରଭଣକର ମଧ୍ୟ ଏହି ସାକ୍ଷାତକୁ ନେଇ ଟ୍ୱିଟ କରିଛନ୍ତି । ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ, ମହାରାଷ୍ଟ୍ରର ହିନ୍ଦୁ ଜନନାକ, ମହାରାଷ୍ଟ୍ର ନବନିର୍ମାଣ ସେନାର ଅଧ୍ୟକ୍ଷ ଓ ଆମର ଦାଦରକର ଆଦରଣୀୟ ରାଜସାହେବ ଠାକରେଙ୍କୁ ଶିବାତୀର୍ଥ ସ୍ଥିତ ବାସଭବନକୁ ଯାଇ ସୌଜନ୍ୟମୂଳକ ସାକ୍ଷାତ କରିଛି । ଏଥର ମୋ ସହ ସମାଧାନ ସରଭଣକର, ସନ୍ଦୀପ ଦେଶପାଣ୍ଡେ ଏବଂ ପ୍ରିୟା ସରଭଣକର ସମେତ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । 

ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ମଧ୍ୟ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ସହ ଫୋନରେ କଥା ହୋଇଥିଲେ । ଏହି ସମୟରେ ଫଡନାଭିସ ତାଙ୍କର ଜଣେ ବିଧାୟକଙ୍କ ସମର୍ଥନକୁ ଠାକରେଙ୍କ ଠାରୁ ମାଗିଥିଲେ ଓ ରାଜ ଠାକରେ ମଧ୍ୟ ତାଙ୍କୁ ନିଶ୍ଚିତ କରିଥିଲେ ଯେ MNS ତାଙ୍କ ସହ ଅଛି । ଏକନାଥ ସିନ୍ଦେଙ୍କ ଦଳରେ ଯୋଗଦେବା ପରେ ସଦା ସରଭଣକର କହିଛନ୍ତି ଯେ ବିଦ୍ରୋହୀ ବିଧାୟକମାନେ ଏକନାଥ ସିନ୍ଦେଙ୍କୁ ସମସ୍ତ ଦାୟିତ୍ୱ ଦେଇଛନ୍ତି ଓ ସେ ଯାହା ନିଷ୍ପତ୍ତି ନେବେ, ବିଧାୟକମାନେ ତାହାକୁ ପାଳନ କରିବେ ।

ଏହା ବି ପଢ଼ନ୍ତୁ:-ଶରଦ ପାୱାର ଓ ଏକନାଥଙ୍କ ମଧ୍ୟରେ ହୋଇଥିଲା ସାକ୍ଷାତ? ଜାଣନ୍ତୁ କ'ଣ କହିଲେ ମୁଖ୍ୟମନ୍ତ୍ରୀ ସିନ୍ଦେ

ଏହା ବି ପଢ଼ନ୍ତୁ:-ସିନ୍ଦେ ଗୋଷ୍ଠୀର ଏହି ପଦକ୍ଷପ ଉଦ୍ଧବ ଠାକରେଙ୍କ ବଢ଼ାଇଲା ଟେନସନ୍, ହାତରୁ ଯିବ ଶିବସେନା!

ଏହା ବି ପଢ଼ନ୍ତୁ:-ଫ୍ରି ରାସନକୁ ନେଇ ଆସିଲା ବଡ଼ ଖବର, କେନ୍ଦ୍ର ସରକାର ବନ୍ଦ କରିବାକୁ ଯାଉଛନ୍ତି ମାଗଣା ଯୋଜନା!

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାରେ ଏକନାଥ ସିନ୍ଦେ ଆସ୍ଥା ଭୋଟରେ ବିଜୟ ହାସଲ କରିଛନ୍ତି । ବିଧାନସଭାରେ ୧୬୪ ଜଣ ବିଧାୟକ ସିନ୍ଦେ ସରକାରଙ୍କୁ ସମର୍ଥନ କରିଛନ୍ତି । ବାଚସ୍ପତିଙ୍କ ଭୋଟ୍ ଗଣନା କରାଯାଇ ନଥିଲା, ନଚେତ୍ ଏହି ଭୋଟ୍ ୧୬୫ ହୋଇଥାନ୍ତା । ସେପଟେ ବିରୋଧୀ ସପକ୍ଷରେ ୯୯ ଭୋଟ ପଡ଼ିଛି । ଏହା ବ୍ୟତୀତ ମହାବିକାଶ ଅଘାଡ଼ିର ୮ ବିଧାୟକ ଭୋଟିଂ ସମୟରେ ଅନୁପସ୍ଥିତ ଥିଲେ ।