ଏକାନାଥ ସିନ୍ଦେଙ୍କ ଉପରେ ବର୍ଷିଲେ ଉଦ୍ଧବ ଠାକରେ, କହିଲେ-ଗତକାଲି ରିକ୍ସା ଚାଳକଙ୍କ ରିକ୍ସା ଦ୍ରୁତ ବେଗରେ ଚାଲୁଥିଲା, କିନ୍ତୁ...
Advertisement
Article Detail0/zeeodisha/odisha1245336

ଏକାନାଥ ସିନ୍ଦେଙ୍କ ଉପରେ ବର୍ଷିଲେ ଉଦ୍ଧବ ଠାକରେ, କହିଲେ-ଗତକାଲି ରିକ୍ସା ଚାଳକଙ୍କ ରିକ୍ସା ଦ୍ରୁତ ବେଗରେ ଚାଲୁଥିଲା, କିନ୍ତୁ...

Uddhav Thackeray: ବାସ୍ତବରେ, ନିକଟ ଅତୀତରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା ଓ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଆଗମନ ପରେ ଉଦ୍ଧବ ଠାକରେ ଶେଷରେ ଇସ୍ତଫା ଦେଇଥିଲେ । ପରେ ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଛନ୍ତି । 

ଏକାନାଥ ସିନ୍ଦେଙ୍କ ଉପରେ ବର୍ଷିଲେ ଉଦ୍ଧବ ଠାକରେ, କହିଲେ-ଗତକାଲି ରିକ୍ସା ଚାଳକଙ୍କ ରିକ୍ସା ଦ୍ରୁତ ବେଗରେ ଚାଲୁଥିଲା, କିନ୍ତୁ...

ମୁମ୍ୱାଇ: Uddhav Thackeray: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର (Uddhav Thackeray Govt) ପତନ ପରେ ଆଜି ସେ (ଜୁଲାଇ ୫) ଶିବସେନା (Shiv Sena) ର ମହିଳା ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ଏହି ବୈଠକରେ ସେ ଦେବେନ୍ଦ୍ର ଫଡନାଭିସ୍ (Devendra Fadnavis) ଓ ବିଜେପି (BJP)  ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଗତକାଲି ଉପମୁଖ୍ୟମନ୍ତ୍ରୀ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଆଗରୁ ମାଇକ ଛଡ଼ାଇ ନେଇଥିଲେ ଏହିପରି କେତେବେଳେ କ'ଣ ଛଡ଼ାଇ ନେବେ ତାହା ଜଣାପଡିବ ନାହିଁ ।

ବାସ୍ତବରେ, ନିକଟ ଅତୀତରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା ଓ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ଆଗମନ ପରେ ଉଦ୍ଧବ ଠାକରେ ଶେଷରେ ଇସ୍ତଫା ଦେଇଥିଲେ । ପରେ ଏକନାଥ ସିନ୍ଦେ ବିଜେପି ସହାୟତାରେ ସରକାର ଗଠନ କରିଛନ୍ତି । ଏହି ସମୟରେ ଦେବେନ୍ଦ୍ର ଫଡନାଭିସ୍ ଓ ସିନ୍ଦେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକନାଥ ସିନ୍ଦେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିଲେ କି ଦେବେନ୍ଦ୍ର ଫଡନାଭିସ୍ ତାଙ୍କଠାରୁ ମାଇକ୍ ଉଠାଇ ନିଜେ କହିବା ଆରମ୍ଭ କରିଥିଲେ ।

ଏହା ବ୍ୟତୀତ ଗତକାଲି ବିଧାନସଭାରେ ସିଏମ୍ ଏକନାଥ ସିନ୍ଦେଙ୍କ ଭାଷଣକୁ ନେଇ ମଧ୍ୟ କଟାକ୍ଷ କରିଛନ୍ତି ଉଦ୍ଧବ ଠାକରେ । ସେ କହିଛନ୍ତି ଯେ, ଗତକାଲି ବିଧାନସଭାରେ ରିକ୍ସା ଚାଳକ (ଏକନାଥ ସିନ୍ଦେ) ରିକ୍ସା ଦ୍ରୁତ ଗତିରେ ଚଳାଉଥିଲା । ଏଥିରେ କୌଣସି ବ୍ରେକ୍ ନଥିଲା, ସେଠାରେ ବସିଥିବା ଲୋକମାନେ ଲାଗୁଥିଲା ଯେ ରିକ୍ସା ଦୁର୍ଘଟଣା ନ ଘଟିଯାଉ ।

ଏହା ବି ପଢ଼ନ୍ତୁ:-ଗରିବ ଲୋକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ଏହି ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ଏହା ବି ପଢ଼ନ୍ତୁ:-ଧୃତରାଷ୍ଟ୍ର, ଦରବାରୀ... ଉଦ୍ଧବ ଠାକରେଙ୍କ ଉପରେ ସିନ୍ଦେ ଗୋଷ୍ଠୀର ଆକ୍ରମଣ, ଜବାବ ଦେବାକୁ ମୈଦାନକୁ ଓହ୍ଲାଇଲେ ସଞ୍ଜୟ ରାଉତ

ଏହା ବି ପଢ଼ନ୍ତୁ:-'ଯିଏ ନୁପୂର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୋ ଘର ଦେଇଦେବି', ଅଜମେରର ସଲମାନ ଚିଶ୍ତିଙ୍କ ଭିଡିଓ ଭାଇରାଲ

 

ସେପଟେ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖିଆ ଉଦ୍ଧବ ଠାକରେ (Uddhav Thackeray) ବିଦ୍ରୋହୀ ବିଧାୟକ ଓ ବିଜେପି (BJP) କୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଓହ୍ଲାଇବାକୁ ଚ୍ୟାଲେଞ୍ଜ କରିଥିଲେ । ସୋମବାର ଦଳର ନେତାଙ୍କ ସହ ଏକ ବୈଠକରେ ଉଦ୍ଧବ ଠାକରେ ଏହା କହିଥିଲେ । ସେ କହିଛନ୍ତି ଯେ, ଶିବସେନା (Shiv Sena) କୁ ହଟାଇବା ପାଇଁ ବିଜେପି ଏକ ଷଡଯନ୍ତ୍ର କରିଛି । ମୋର ଚ୍ୟାଲେଞ୍ଜ ହେଉଛି ଯଦି ଏହି ଲୋକମାନଙ୍କର ସାହସ ଥାଏ, ତେବେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପାଇଁ ଓହ୍ଲାନ୍ତୁ । ଦଳର ଜିଲ୍ଲାଧ୍ୟକ୍ଷଙ୍କ ବୈଠକରେ ସେ କହିଛନ୍ତି ଯେ ଯେଉଁଭଳି ଭାବେ ବିଧାନସଭା ଚାଲିଛି ତାହା ସମ୍ବିଧାନର ଉଲ୍ଲଂଘନ ।

ଶିବସେନା ତରଫରୁ ଜାରି ବୟାନ ଅନୁଯାୟୀ ଉଦ୍ଧବ ଠାକରେ ଜିଲ୍ଲା ଶାଖା ଅଧ୍ୟକ୍ଷଙ୍କୁ କହିଛନ୍ତି ଯେ ଯଦି ସେମାନେ ଲଢ଼େଇ ଜାରି ରଖିବାକୁ ଚାହାଁନ୍ତି, ତେବେ ଆମ ସହିତ ରୁହନ୍ତୁ । ବିଜେପି ଆମ ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି । ଶିବସେନାକୁ ହଟାଇବା ଏହା ବିଜେପିର ଷଡଯନ୍ତ୍ର । ମଧ୍ୟାବଧି କାଳୀନ ନିର୍ବାଚନକୁ ସାମ୍ନା କରିବାକୁ ମୁଁ ଆପଣଙ୍କୁ ଆହ୍ୱାନ କରୁଛି । ଏହି ସମସ୍ତ ଖେଳ ଛାଡି ଆମେ ଲୋକଙ୍କ ଅଦାଳତକୁ ଯିବା । ଯଦି ଆମେ ଭୁଲ୍ ତେବେ ଲୋକମାନେ ଆମକୁ ଘରକୁ ପଠାଇବେ । ଯଦି ବିଜେପି ଓ ସିନ୍ଦେ ଗୋଷ୍ଠୀର ଲୋକ ଭୁଲ୍ ତେବେ ସେମାନଙ୍କୁ ଘରକୁ ଫେରିବାକୁ ପଡିବ ।

ସେ କହିଛନ୍ତି ଯେ, ସମ୍ବିଧାନ ବିଶେଷଜ୍ଞମାନେ କୁହନ୍ତୁ କି ବିଧାନସଭା ଯେଭଳି ଚାଲୁଛି, ତାହା ସମ୍ବିଧାନ ଅନୁଯାୟୀ କି? ଯେଉଁ ଘଟଣାକ୍ରମ ଘଟୁଛି, ତାହା କ୍ଷମତା ହାସଲ କରିବା ପାଇଁ ଧୋକା । 

ଏଠାରେ କହି ରଖୁଛୁ ଯେ, ଏକନାଥ ସିନ୍ଦେ ଗତ ମାସରେ ପ୍ରାୟ ୪୦ ଶିବସେନା ବିଧାୟକଙ୍କ ସହ ସୁରଟକୁ ଯାଇଥିଲେ । ଏହା ପରେ ସେ ସେହି ବିଧାୟକଙ୍କ ସହ ଗୁଆହାଟୀରେ ଯାଇ ରହିଥିଲେ ଏବଂ ପରେ ଫ୍ଲୋର ଟେଷ୍ଟ ପାଇଁ ଅନୁମୋଦନ ପାଇବା ପରେ ସେ ମୁମ୍ବାଇ ଫେରି ସିଏମ ଭାବରେ ଶପଥ ଗ୍ରହଣ କଲେ । କେବଳ ଏତିକି ନୁହେଁ ରବିବାର ବିଧାନସଭାରେ ବାଚସ୍ପତି ନିର୍ବାଚନ ଓ ସୋମବାର ଆସ୍ଥା ଭୋଟ ପୂର୍ବରୁ ସେ ଏହି ସମସ୍ତ ବିଧାୟକଙ୍କୁ ଡାକିଥିଲେ ।