ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ
Advertisement
Article Detail0/zeeodisha/odisha1245996

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ

Presidential Election 2022: ଶେୱାଲେ କହିଛନ୍ତି ଯେ, ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲା ସାହେବ ଠାକରେ ୨୦୦୭ ରାଷ୍ଟ୍ରପତି ନିର୍ବାଚନରେ ​​ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (NDA) ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରି ନଥିଲେ, ବରଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (UPA) ପ୍ରାର୍ଥୀ ତଥା ମହାରାଷ୍ଟ୍ର ବାସିନ୍ଦା ପ୍ରତିଭା ପାଟିଲଙ୍କୁ ସମର୍ଥନ କରିଥିଲେ ।

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ଶିବସେନା, ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ଦଳର ସାଂସଦ

ମୁମ୍ୱାଇ: Presidential Election 2022: ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ରାଜୈନିତିକ ପାରା ବଢ଼ି ଚାଲିଛି । ଚଳିତ ଥର ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ନା କଂଗ୍ରେସ ନେତ୍ୱାଧୀନ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା (Yashwant Sinha) ରାଇସିନା ହିଲ୍ ପହଞ୍ଚିବେ । ଏହା ଅନ୍ତର୍ଗତ ଉଭୟ ପ୍ରାର୍ଥୀ ନିଜ ନିଜର ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଛନ୍ତି । ଏହାସହ ବିଭିନ୍ନ ଦଳକୁ ତାଙ୍କ ସପକ୍ଷରେ ଭୋଟ କରିବାକୁ ଅପିଲ୍ ମଧ୍ୟ କରୁଛନ୍ତୁ । ଏହି କ୍ରମରେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଶିବସେନା (Shiv Sena) କାହାକୁ ସମର୍ଥନ କରିବ, ତାହାକୁ ନେଇ ପ୍ରଶ୍ନ ଉଠିଛି । କାରଣ ଦଳରେ ଗୋଷ୍ଠୀ କନ୍ଦଳ ଯୋଗୁଁ ଶିବସେନା ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ସ୍ଥିତିକୁ ସ୍ପଷ୍ଟ କରିନାହିଁ । ଏହି ସମୟରେ ଶିବସେନାର ଲୋକସଭା ସାଂସଦ ରାହୁଲ ଶେୱାଲେ (Rahul Shewale) ମଙ୍ଗଳବାର ଦଳର ମୁଖ୍ୟ ଉଦ୍ଧବ ଠାକରେ  (Uddhav Thackeray) ଙ୍କୁ ଅପିଲ କରିଛନ୍ତି କି ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଦଳର ସମସ୍ତ ସାଂସଦକୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ମତଦାନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ।

ଦକ୍ଷିଣ କେନ୍ଦ୍ରୀୟ ମୁମ୍ବାଇର ଲୋକସଭା ସାଂସଦ ଶେୱାଲେ ଠାକରେଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ରାଜନୀତିରେ ଯୋଗଦେବା ପୂର୍ବରୁ ମୁର୍ମୁ ଜଣେ ଶିକ୍ଷକ ଥିଲେ ।  ପରେ ସେ ଓଡିଶାର ମନ୍ତ୍ରୀ ହୋଇଥିଲେ ଓ ସେ ଝାଡଖଣ୍ଡରେ ମଧ୍ୟ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କର (ଆଦିବାସୀ) ପୃଷ୍ଠଭୂମି ଓ ସାମାଜିକ କ୍ଷେତ୍ରରେ ଅବଦାନକୁ ବିଚାରକୁ ନେଇ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ମୁର୍ମୁଙ୍କୁ ଆପଣଙ୍କର ସମର୍ଥନ ଘୋଷଣା କରନ୍ତୁ । ସେହି ଅନୁଯାୟୀ ସମସ୍ତ ଶିବସେନା ସାଂସଦଙ୍କୁ ମଧ୍ୟ ଏହା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ।

ଶେୱାଲେ କହିଛନ୍ତି ଯେ, ଶିବସେନା ପ୍ରତିଷ୍ଠାତା ସ୍ୱର୍ଗତ ବାଲା ସାହେବ ଠାକରେ ୨୦୦୭ ରାଷ୍ଟ୍ରପତି ନିର୍ବାଚନରେ ​​ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସର (NDA) ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରି ନଥିଲେ, ବରଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ପ୍ରଗତିଶୀଳ ଆଲାଇନ୍ସ (UPA) ପ୍ରାର୍ଥୀ ତଥା ମହାରାଷ୍ଟ୍ର ବାସିନ୍ଦା ପ୍ରତିଭା ପାଟିଲଙ୍କୁ ସମର୍ଥନ କରିଥିଲେ । ଶିବସେନା ୨୦୧୨ରେ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରଣବ ମୁଖାର୍ଜୀଙ୍କୁ ସମର୍ଥନ କରିଥିଲେ । କିନ୍ତୁ ଦଳ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟର ଅଂଶ ନଥିଲା ।

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ର୍ମୁର୍ମୁ ନା ଯଶୱନ୍ତ ସିହ୍ନା, କାହାକୁ ସମର୍ଥନ କରିବ JMM; ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଲେ ଟ୍ୱିଟ୍

ଏହା ବି ପଢ଼ନ୍ତୁ:-ସମର୍ଥନ ପାଇଁ ବିହାର ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ, ନୀତିଶ କୁମାର ଦେଲେ ଏହି ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ରାସନ ବାଣ୍ଟିବାରେ ଟପରେ ଓଡ଼ିଶା, ଜାଣନ୍ତୁ ୟୁପି ଓ ଗୁଜୁରାଟ ପରି ବିଜେପି ଶାସିତ ରାଜ୍ୟର ସ୍ଥିତି; ଦେଖନ୍ତୁ ପୁରା ତାଲିକା

ଶେୱାଲେଙ୍କ ଚିଠି ପୁଣି ଥରେ ପ୍ରଶ୍ନ ଉଠାଇଛି ଯେ ସାଂସଦମାନେ ବିଧାୟକଙ୍କ ପରି ଉଦ୍ଧବ ଠାକରେଙ୍କୁ ଛାଡିବାକୁ ଯାଉଛନ୍ତି କି? ଶେୱାଲେଙ୍କ ଚିଠି ଏପରି ଏକ ସମୟରେ ଲେଖାଯାଇଛି ଯେତେବେଳେ ସିଏମ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ନଜର ଶିବସେନା ସାଂସଦଙ୍କ ଉପରେ ରହିଛି । ମିଡିଆ ରିପୋର୍ଟ ଅନୁଯାୟୀ, ୧୮ ଶିବସେନା ସାଂସଦଙ୍କ ମଧ୍ୟରୁ ୧୧ ଜଣ ଏକନାଥ ସିନ୍ଦେଙ୍କୁ ସମର୍ଥନ କରିପାରନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ ଶିବସେନାର ଲୋକସଭାରେ ୧୮ ଜଣ ଓ ରାଜ୍ୟସଭାରେ ୩ ଜଣ ସଦସ୍ୟ ଅଛନ୍ତି । ମୁର୍ମୁଙ୍କୁ ସମର୍ଥନ କରିବା ପ୍ରସଙ୍ଗରେ ଶିବସେନା ବିଦ୍ରୋହୀ ଗୋଷ୍ଠୀର ମୁଖପାତ୍ର ଦୀପକ କେସରକର କହିଛନ୍ତି ଯେ, ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ରାଜ୍ୟର ବିଧାୟକ ତଥା ସାଂସଦମାନେ ଏକଜୁଟ ହେବା ଆବଶ୍ୟକ ।