ପୁଣି ଏକାଠି ହେବେ ବିଜେପି-ଶିବସେନା!
Advertisement
Article Detail0/zeeodisha/odisha1254862

ପୁଣି ଏକାଠି ହେବେ ବିଜେପି-ଶିବସେନା!

Maharashtra Politics: ସଞ୍ଜୟ ରାଉତ ନିଜେ ଆଜି ସକାଳେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନାର ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସେ ହେଉଛନ୍ତି ପ୍ରଥମ ମହିଳା ଆଦିବାସୀ ପ୍ରାର୍ଥୀ ଓ ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଆମେ ଏହି ନିଷ୍ପତ୍ତି ନେଇଛୁ । ଏହା ସହିତ ରାଉତ କହିଥିଲେ ଯେ ଏହାର ଅର୍ଥ ନୁହେଁ ଯେ ଆମେ ମଧ୍ୟ ବିଜେପି ସହିତ ଅଛୁ ।

ପୁଣି ଏକାଠି ହେବେ ବିଜେପି-ଶିବସେନା!

ମୁମ୍ୱାଇ: Maharashtra Politics: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Uddhav Thackeray) ଗାଦି ହରାଇବା ପରେ ବର୍ତ୍ତମାନ ନିଜ ଦଳ ଶିବସେନା (Shiv Sena) କୁ ସମ୍ଭାଳିବା କଷ୍ଟକର ହୋଇପଡିଛି । ସେ ଗତକାଲି ନିଜ ବାସଭବନରେ 'ମାତୋଶ୍ରୀ' ରେ ଦଳର ସାଂସଦମାନଙ୍କର ଏକ ବୈଠକ ଡାକିଥିଲେ । ଏହି ବୈଠକରେ ୨୨ ଜଣ ସାଂସଦଙ୍କ ମଧ୍ୟରୁ କେବଳ ୧୫ ଜଣ ଯୋଗ ଦେଇଥିଲେ ଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଦାବି କରିଥିଲେ ଯେ ଶିବସେନା ତରଫରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ସମର୍ଥନ ଘୋଷଣା କରାଯାଉ । ତା’ପରେ ସଞ୍ଜୟ ରାଉତ (Sanjay Raut) ଯଶୱନ୍ତ ସିହ୍ନା (Yashwant Sinha) ଙ୍କ ପାଇଁ ଓକିଲାତି କରିଥିଲେ, କିନ୍ତୁ ଏକୁଟିଆ ପଡ଼ି ଯାଇଥିଲେ । ଏହି ବିଷୟରେ ଉଦ୍ଧବ ଠାକରେ କହିଥିଲେ ଯେ ସେ ବିଚାର କରିବେ ଓ ଆଜି ସକାଳେ ସଞ୍ଜୟ ରାଉତ ନିଜେ ମୁର୍ମୁଙ୍କ ସମର୍ଥନ ଘୋଷଣା କରିଛନ୍ତି ।

କେବଳ ଏତିକି ନୁହେଁ, ବିଜେପି ସହିତ ମେଣ୍ଟ ସରକାରରେ ରାଜି ହେବା ପାଇଁ ସାଂସଦମାନଙ୍କ ତରଫରୁ ଉଦ୍ଧବଙ୍କ ଉପରେ ମଧ୍ୟ ଚାପ ରହିଛି । ଏହା କୁହାଯାଉଛି ଯେ ଏହା ଗୋଟିଏ ପଟେ ଦଳକୁ ଭାଙ୍ଗିବା ଠାରୁ ରକ୍ଷା କରିହେବ ଓ ଅନ୍ୟ ପଟେ ଶିବ ସୈନିକମାନେ ମଧ୍ୟ ସରକାରରେ ସାମିଲ ହୋଇପାରିବେ । ସୋମବାର ଉଦ୍ଧବ ଠାକରେଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗ ଦେଇଥିବା ସାଂସଦ ହେମନ୍ତ ଗୋଡସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସାଂସଦମାନେ ବୈଠକ ସମୟରେ ଦଳର ମୁଖ୍ୟଙ୍କୁ ଏହା ପରାମର୍ଶ ଦେଇଛନ୍ତି । ଯଦି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରନ୍ତି, ତେବେ ବିକାଶ କାର୍ଯ୍ୟ ଗତିଶୀଳ ହେବ । ତେଣୁ ଆମେ ସାଂସଦମାନେ ଦଳର ମୁଖ୍ୟଙ୍କୁ ଏକ ସ୍ୱାଭାବିକ ମେଣ୍ଟ ଗଠନ କରିବାକୁ ଦାବି କରିଥିଲୁ ।

ସେ ଆଗକୁ କହିଛନ୍ତି ଯେ, "ଆମେ ଉଦ୍ଧବ ଠାକରେଙ୍କୁ କହିଥିଲୁ ଯେ ମହା ବିକାଶ ଅଘାଡ଼ି ଓ ବିଜେପି ସହ ମେଣ୍ଟ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ଆମେ ଉଦ୍ଧବ ଠାକରେଙ୍କୁ କହିଲୁ ଯେ ବିଜେପି ଆମର ସ୍ୱାଭାବିକ ସହଯୋଗୀ । ଆମେ ମଧ୍ୟ ଦଳର ନେତାମାନଙ୍କୁ ମନେ ପକାଇ ଦେଇଛୁ ଯେ କେନ୍ଦ୍ର ଓ ରାଜ୍ୟ ଏକାଠି ନ ଥିବାରୁ ପ୍ରକଳ୍ପଗୁଡିକ ଅଟକି ରହିଛି । 

ସେପଟେ ସଞ୍ଜୟ ରାଉତ ନିଜେ ଆଜି ସକାଳେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଶିବସେନାର ସମର୍ଥନ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ସେ ହେଉଛନ୍ତି ପ୍ରଥମ ମହିଳା ଆଦିବାସୀ ପ୍ରାର୍ଥୀ ଓ ଜନସାଧାରଣଙ୍କ ଭାବନାକୁ ଦୃଷ୍ଟିରେ ରଖି ଆମେ ଏହି ନିଷ୍ପତ୍ତି ନେଇଛୁ । ଏହା ସହିତ ରାଉତ କହିଥିଲେ ଯେ ଏହାର ଅର୍ଥ ନୁହେଁ ଯେ ଆମେ ମଧ୍ୟ ବିଜେପି ସହିତ ଅଛୁ ।

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରି ଉଦ୍ଧବ ଠାକରେ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କ ଉପରେ କାହିଁକି ଏତେ 'ମମତା' ଦେଖାଉଛନ୍ତି ଦିଦି, ଭରସା ଓ ନେରେଟିଭର ସଙ୍କଟରେ ଫସିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଏହା ବି ପଢ଼ନ୍ତୁ:-ଯଶୱନ୍ତ ସିହ୍ନାଙ୍କୁ ଲାଗିଲା ଆଉ ଏକ ଝଟକା! ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଏହି ଦଳର ସମର୍ଥନ

 

ଏହି ସମୟରେ ଉଦ୍ଧବ ଠାକରେଙ୍କ ତରଫରୁ ନିଜ ସମର୍ଥକ ୧୫ ବିଧାୟକଙ୍କ ଚିଠି ଉପରେ ବିଧାୟକ ରାହୁଲ ପାଟିଲ ଖୁସି ବ୍ୟକ୍ତ କରିଛନ୍ତି  । ସେ କହିଛନ୍ତି ଯେ, ଉଦ୍ଧବ ଠାକରେଙ୍କ ଚିଠି ତାଙ୍କୁ  ୧୦୦ ହାତୀର ଶକ୍ତି ଦେଇଛି । ଶିବସେନା ଆମର ପରିବାର, ଯାହାକୁ କିଛି ଲୋକ ଖରାପ କରିବାକୁ ଚେଷ୍ଟା କରିଥିଲେ । ରାହୁଲ ପାଟିଲ ଉଦ୍ଧବଙ୍କୁ ପ୍ରଶଂସା କରି କହିଛନ୍ତି, ଆପଣ ଗର୍ବର ସହିତ ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି । ଶିବସେନା ସ୍ୱର୍ଗତ ବାଲାସାହେବ ଠାକରେଙ୍କ ଉଜ୍ଜ୍ୱଳ ଚିନ୍ତାଧାରାର ଢାଲ । ଶିବସେନାର ବିଶ୍ୱସ୍ତତା ଆମର ସବୁକିଛି । ଏହି ଲଢ଼େଇରେ ଆମେ ନିଜର ଯତ୍ନ ନେବା ଆବଶ୍ୟକ ।