କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା
Advertisement
Article Detail0/zeeodisha/odisha965892

କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା

ସୂଚନାଯୋଗ୍ୟ, କିଛି ସମୟ ଧରି ସୁସ୍ମିତା ଦେବ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ । ଆସାମରେ ନିର୍ବାଚନ ସମୟରେ ମଧ୍ୟ ସେ ଅବହେଳା ବିଷୟରେ କହିଥିଲେ ।

କଂଗ୍ରେସକୁ ବଡ଼ ଝଟକା! ମହିଳା କଂଗ୍ରେସ ଅଧ୍ୟକ୍ଷା ସୁସ୍ମିତା ଦେବ ଦେଲେ ଇସ୍ତଫା

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ତଥା ମହିଲା କଂଗ୍ରେସର ଅଧ୍ୟକ୍ଷା ସୁସ୍ମିତା ଦେବ ( Mahila Congress President Sushmita Dev) ଦଳ ଛାଡିଛନ୍ତି । ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ (Sonia Gandhi) ଙ୍କୁ ଚିଠି ଲେଖି ସୁସ୍ମିତା ଦେବ ତାଙ୍କ ଇସ୍ତଫା ପଠାଇଛନ୍ତି । ଇସ୍ତଫା ଦେବା ପୂର୍ବରୁ ସେ ନିଜ ଟ୍ୱିଟର ବାୟୋ ପରିବର୍ତ୍ତନ କରି କଂଗ୍ରେସ (Congress) ର ପୂର୍ବତନ ସଦସ୍ୟ ଲେଖିଥିଲେ । ଦଳ ଛାଡିବାର ଏହା ପ୍ରଥମ ସଙ୍କେତ ଭାବରେ ଦେଖାଯାଇଥିଲା । ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଯାଇଥିବା ଇସ୍ତଫା ବିଷୟରେ ସେ କୌଣସି ଠୋସ୍ କାରଣ ଦେଇ ନାହାଁନ୍ତି । ସେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ (Mamata Banerjee) ଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇପାରନ୍ତି ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଅଧିକ ପଢ଼ନ୍ତୁ:-ମେଘାଳୟ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପେଟ୍ରୋଲ ବୋମାମାଡ଼, ଶିଲଂରେ ଲାଗିଲା ୨ ଦିନିଆ କର୍ଫ୍ୟୁ

ଅଧିକ ପଢ଼ନ୍ତୁ:-ତାଲିବାନ ଦଖଲରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭବନ, କାବୁଲ ବିମାନବନ୍ଦରରେ ବ୍ୟାପକ ଗୁଳି ବିନିମୟ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଆଶ୍ୱସ୍ତିକର ଖବର!

ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ସେ ଜନସେବାର ଏକ ନୂତନ ଅଧ୍ୟାୟ ଆରମ୍ଭ କରୁଛନ୍ତି । ସେ ଅଲ ଇଣ୍ଡିଆ ମହିଲା କଂଗ୍ରେସ ହ୍ୱାଟସ୍ ଆପ୍ ଗ୍ରୁପ୍ ମଧ୍ୟ ଛାଡ଼ି ଦେଇଛନ୍ତି । ସୁସ୍ମିତା ଦେବ ସେହି କଂଗ୍ରେସ ନେତାଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନଙ୍କର ଟ୍ୱିଟର ହ୍ୟାଣ୍ଡଲ ବନ୍ଦ ହୋଇଯାଇଥିଲା ।

ସୂଚନାଯୋଗ୍ୟ, କିଛି ସମୟ ଧରି ସୁସ୍ମିତା ଦେବ କଂଗ୍ରେସ ଉପରେ ଅସନ୍ତୁଷ୍ଟ ଥିଲେ । ଆସାମରେ ନିର୍ବାଚନ ସମୟରେ ମଧ୍ୟ ସେ ଅବହେଳା ବିଷୟରେ କହିଥିଲେ ।