ମୋଦି ମନ୍ତ୍ରିମଣ୍ଡଳର ସବୁଠାରୁ ଧନୀ ମନ୍ତ୍ରୀ କିଏ? ଜାଣନ୍ତୁ ଗରିବ ମନ୍ତ୍ରୀଙ୍କ ନାଁ ମଧ୍ୟ, କେବଳ ଏହି ୮ ଜଣ ମନ୍ତ୍ରୀ ନୁହଁନ୍ତି କୋଟିପତି
Advertisement
Article Detail0/zeeodisha/odisha938281

ମୋଦି ମନ୍ତ୍ରିମଣ୍ଡଳର ସବୁଠାରୁ ଧନୀ ମନ୍ତ୍ରୀ କିଏ? ଜାଣନ୍ତୁ ଗରିବ ମନ୍ତ୍ରୀଙ୍କ ନାଁ ମଧ୍ୟ, କେବଳ ଏହି ୮ ଜଣ ମନ୍ତ୍ରୀ ନୁହଁନ୍ତି କୋଟିପତି

ମୋଦି ଦଳର ତୃତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ (Narayan Rane) । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୭.୭୭ କୋଟି ଟଙ୍କା ହେବ । ତାଙ୍କୁ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି ।

ମୋଦି ମନ୍ତ୍ରିମଣ୍ଡଳର ସବୁଠାରୁ ଧନୀ ମନ୍ତ୍ରୀ କିଏ? ଜାଣନ୍ତୁ ଗରିବ ମନ୍ତ୍ରୀଙ୍କ ନାଁ ମଧ୍ୟ, କେବଳ ଏହି ୮ ଜଣ ମନ୍ତ୍ରୀ ନୁହଁନ୍ତି କୋଟିପତି

ନୂଆଦିଲ୍ଲୀ: Modi Cabinet Reshuffle: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନିକଟ ଅତୀତରେ ତାଙ୍କ କ୍ୟାବିନେଟକୁ ସମ୍ପ୍ରସାରଣ କରିଛନ୍ତି, ଯେଉଁଥିରେ ୪୩ ସାଂସଦ ଶପଥ ଗ୍ରହଣ କରିଛନ୍ତି । ମନ୍ତ୍ରୀ ପରିଷଦରେ ୩୬ ନୂଆ ଚେହେରା ସାମିଲ କରାଯାଇଛି । ୧୫ ଜଣ କ୍ୟାବିନେଟ ଓ ୨୮ ଜଣ ରାଜ୍ୟ ମନ୍ତ୍ରୀ ଅନ୍ତର୍ଭୁକ୍ତ ହେବା ପରେ ବର୍ତ୍ତମାନ ମନ୍ତ୍ରୀ ପରିଷଦର ମୋଟ ସଦସ୍ୟଙ୍କ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି । ମୋଦି ଟିମରେ ଚାରିଜଣ ମନ୍ତ୍ରୀଙ୍କ ସମ୍ପତ୍ତି ୫୦ କୋଟିରୁ ଅଧିକ ହୋଇଥିବାବେଳେ ଆଠ ଜଣ ମନ୍ତ୍ରୀ ଏପରି ଅଛନ୍ତି ଯେଉଁମାନଙ୍କର ସମ୍ପତ୍ତି ମଧ୍ୟ ଏକ କୋଟି ଟଙ୍କା ନୁହେଁ ।

ମୋଦି କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ

ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ କ୍ୟାବିନେଟରେ ସବୁଠାରୁ ଧନୀ ମନ୍ତ୍ରୀ । କେନ୍ଦ୍ର କ୍ୟାବିନେଟର ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦିଆଯାଇଛି । ତାଙ୍କର ମୋଟ ସମ୍ପତ୍ତି ୩୭୯ କୋଟି ଅଟେ । ତାଙ୍କୁ ଏହି ଧନ ସମ୍ପତ୍ତି ତାଙ୍କ ପୂର୍ବପୁରୁଷଙ୍କଠାରୁ ମିଳିଛି । ନିକଟ ଅତୀତରେ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ୟୁପିଏ ଶାସନ ସମୟରେ ମଧ୍ୟ ସିନ୍ଧିଆ ଧନୀ ମନ୍ତ୍ରୀ ତାଲିକାରେ ଶୀର୍ଷରେ ଥିଲେ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର!

ମୋଦି କ୍ୟାବିନେଟର ଦ୍ୱିତୀୟ ଧନୀ ମନ୍ତ୍ରୀଙ୍କ ମଧ୍ୟରେ ପୀୟୁଷ ଗୋୟଲ (Piyush Goyal) ଙ୍କ ନାମ ରହିଛି । ତାଙ୍କର ୯୫ କୋଟି ମୂଲ୍ୟର ସମ୍ପତ୍ତି ଅଛି । ମୋଦି ସରକାରରେ ଦୁଇଟିରୁ ଅଧିକ ପୋର୍ଟଫୋଲିଓର ଦାୟିତ୍ୱ ସମ୍ଭାଳୁ ଥିବା କିଛି ମନ୍ତ୍ରୀଙ୍କ ମଧ୍ୟରୁ ପୀୟୁଷ ଗୋୟଲଙ୍କୁ ବୁଧବାର ନୂଆ କ୍ୟାବିନେଟରେ ଏକ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବାଣିଜ୍ୟ ଓ ଉଦ୍ୟୋଗ ଏବଂ ଖାଦ୍ୟ, ଉପଭୋକ୍ତା ବ୍ୟାପାର ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ବର୍ତ୍ତମାନ ବୟନ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ମୋଦି ଦଳର ତୃତୀୟ ଧନୀ ମନ୍ତ୍ରୀ ହେଉଛନ୍ତି ନାରାୟଣ ରାଣେ (Narayan Rane) । ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୮୭.୭୭ କୋଟି ଟଙ୍କା ହେବ । ତାଙ୍କୁ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-Aadhar Card ତିଆରି ଓ ଅପଡେଟ୍ ପାଇଁ ଏତିକି ଲାଗିଥାଏ ଫି, ଯଦି ଅଧିକ ଟଙ୍କା ମାଗନ୍ତି ତେବେ ଏଠାରେ କରନ୍ତୁ ଅଭିଯୋଗ

ମୋଦି କ୍ୟାବିନେଟରେ ସବୁଠାରୁ ଗରିବ ମନ୍ତ୍ରୀ

ବର୍ତ୍ତମାନ ମୋଦି କ୍ୟାବିନେଟରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ସବୁଠାରୁ କମ୍ ସମ୍ପତ୍ତି ଥିବା ମନ୍ତ୍ରୀଙ୍କ ବିଷୟରେ ଆଲୋଚନା କରିବା । ତ୍ରିପୁରାରୁ ବିଜେପି ମହିଳା ସାଂସଦ ପ୍ରତୀମା ଭୌମିକଙ୍କର ସର୍ବନିମ୍ନ ସମ୍ପତ୍ତି ରହିଛି । ତାଙ୍କର ସମ୍ପତ୍ତି ୧୦ ଲକ୍ଷରୁ କମ୍ ଅଟେ । ତ୍ରିପୁରା ପଶ୍ଚିମରୁ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ପ୍ରତୀମା ଭୋମିକ୍ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ପାଇଛନ୍ତି ।